ଭୋପାଳ: ମଧ୍ୟପ୍ରଦେଶ ଗ୍ବାଲିୟରରେ ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଛି । ଜଣେ ଯୁବକଙ୍କ ନାମରେ ମିଥ୍ୟା ଦୁଷ୍କର୍ମ ଅଭିଯୋଗ ଆଣିବା ନେଇ ଯୁବତୀ ତାଙ୍କ ବାପା ଓ ଭାଇଙ୍କୁ 6 ମାସ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ମଧ୍ୟପ୍ରଦେଶ ହାଇକୋର୍ଟ । ଯାହା ସମସ୍ତଙ୍କୁ ଚକିତ କରିଛି । 2021 ମାର୍ଚ୍ଚ 8ରେ ଏହି ଘଟଣା ଘଟିଥିଲା ।
କଣ ଥିଲା ପୁରା ଘଟଣା
ମାର୍ଚ୍ଚ 8 2021ରେ ଦାତିଆ ପୋଲିସ ଷ୍ଟେସନରେ ଦୁଷ୍କର୍ମ ମାମଲା ନେଇ ଅଭିଯୋଗ ଦାୟର ହୋଇଥିଲା । ସେଥିରେ ଜଣେ ନାବାଳିକାଙ୍କୁ ସୋନୁ ପରିହାର ନାମକ ଜଣେ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ କରିଥିଲେ ପୀଡିତାଙ୍କ ବାପା । ନାବାଳିକା ଜଣକ ଗର୍ଭବତୀ ହୋଇଥିଲେ । ଘଟଣାକୁ ନେଇ ସୋନୁ ପରିହାରକୁ ପୋଲିସ ଗରିଫ କରିଥିଲା । ନାବାଳିକାଙ୍କ ଭବିଷ୍ୟତକୁ ଦୃଷ୍ଟିରେ କୋର୍ଟ ଗର୍ଭପାତ ଅନୁମତି ଦେଇଥିଲେ । କୋର୍ଟଙ୍କ ଆଦେଶରେ ନାବାଳିକାଙ୍କର ଗର୍ଭପାତ କରାଯାଇଥିଲା । ଏବେ ଘଟଣାରେ ଟ୍ବିଷ୍ଟ ଆସିଛି । ନାବାଳିକାଙ୍କୁ ସୋନୁ ପରିହାର ଦୁଷ୍କର୍ମ କରିନଥିଲା । ନାବାଳିକାଙ୍କର ତାଙ୍କ ସମ୍ପର୍କୀୟ ଭାଇ ସହ ସମ୍ପର୍କ ଥିଲା ।
ଏହା ବି ପଢନ୍ତୁ: ଉତ୍ତରପ୍ରଦେଶରୁ ୨ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ
ଘଟଣା ସାମ୍ନାକୁ ଆସିବା ପରେ ଗରିଫ ସୋନୁ ପରିହାରକୁ କୋର୍ଟ ଜାମିନ ପ୍ରଦାନ କରିଥିଲେ । ଏହା ସହ କୋର୍ଟ ଦାତିଆ ପୋଲିସକୁ ନୋଟିସ ଜାରି କରିବା ସହ ଯୁବତୀଙ୍କ ବୟାନ ରେକର୍ଡ ପାଇଁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ସେମାନେ କୋର୍ଟରେ ହାଜର ହୋଇନଥିଲେ । ପୂର୍ବ ଶୁଣାଣିରେ ହାଇକୋର୍ଟ ଯୁବତୀ, ତାଙ୍କ ବାପା ଓ ଭାଇଙ୍କ ବିରୋଧରେ ଆରେଷ୍ଟ ୱାରେଣ୍ଟ ଜାରି କରିଥିଲେ । ଏହାପରେ ଦାତିଆ ପୋଲିସ 3 ଜଣଙ୍କୁ କୋର୍ଟରେ ହାଜର କରିଥିଲା । କୋର୍ଟ ସେମାନଙ୍କୁ 6ମାସ ଦଣ୍ଡାଦେଶ ଶୁଣାଇଛନ୍ତି ।
ବାରମ୍ବାର ବଦଳିଲା ପରିଜନଙ୍କ ବୟାନ
ଏହା ପ୍ରଥମ ଘଟଣା ଯେଉଁଠି ପୀଡିତା ଓ ତାଙ୍କ ପରିବାର ଲୋକଙ୍କର ବାରମ୍ବାର ବୟାନ ବଦଳିଥିଲା । ଯୁବକଙ୍କୁ ମିଥ୍ୟା ଦୁଷ୍କର୍ମ ମାମଲାରେ ଫସାଇଥିବା ନେଇ ଦଣ୍ଡାଦେଶ ହୋଇଛି । ଯୁବତୀଙ୍କ ସହ ତାଙ୍କ ସମ୍ପର୍କୀୟ ଭାଇଙ୍କ ସମ୍ପର୍କ ରହଥିଲା । ମାତ୍ର ସେ ଗର୍ଭପାତ ପାଇଁ ଯେଉଁ ପ୍ଲାନ ଆପଣାଇଥିଲେ ତାହା ଏକ ଭୟଙ୍କର ଷଡଯନ୍ତ୍ର । ଜଣେ ଯୁବକଙ୍କୁ ମିଛ ମାମଲାରେ ଫସାଇବା ସହ କୋର୍ଟଙ୍କୁ ଭ୍ରମିତ କରି ଗର୍ଭପାତ ଅନୁମତି ହାସଲ କରିଥିଲେ ।