ETV Bharat / bharat

MP Urinating Case: ଅଭିଯୁକ୍ତ ଘରେ ବୁଲିଲା ବୁଲଡୋଜର, ହାତ ଯୋଡି ନେହୁରା ହେଲେ ମା’ - ଆଦିବାସୀ ଯୁବକଙ୍କ ଉପରେ ପରିସ୍ରା କରିବା ଘଟଣା

ମଧ୍ୟ ପ୍ରଦେଶ ପରିସ୍ରାକାଣ୍ଡରେ ଅଭିଯୁକ୍ତର ଘରେ ବୁଲିଲା ବୁଲଡୋଜର । ଗତକାଲି ରାତିରେ ହୋଇଥିଲା ଗିରଫ । କାର୍ଯ୍ୟକର୍ତ୍ତା ବୋଲି ବିଜେପିର ଅସ୍ବୀକାର । ପରିବାର ସଦସ୍ୟ କହିଲେ ଷଡଯନ୍ତ୍ର । ଅଧିକ ପଢନ୍ତୁ

ମଧ୍ୟ ପ୍ରଦେଶ ପରିସ୍ରାକାଣ୍ଡ: ଅଭିଯୁକ୍ତର ଘରେ ବୁଲିଲା ବୋଲଡୋଜର

author img

By

Published : Jul 5, 2023, 8:07 PM IST

Updated : Jul 5, 2023, 8:31 PM IST

ଭୋପାଲ: ମଧ୍ୟ ପ୍ରଦେଶ ସିଦ୍ଧି ଜିଲ୍ଲାରେ ଜଣେ ଆଦିବାସୀ ଯୁବକଙ୍କ ଉପରେ ପରିସ୍ରା କରିଥିବା ଅଭିଯୁକ୍ତ ପ୍ରବେଶ ଶୁକ୍ଳାକୁ ଗତକାଲି ରାତିରେ ଗିରଫ କରାଯାଇଥିଲା । ଆଜି ତାର ଘର ଉପରେ ବୁଲଡୋଜର ଚଢାଇଛି ସ୍ଥାନୀୟ ପ୍ରଶାସନ । ଗତକାଲି ରାତିରେ ଅଭିଯୁକ୍ତ ତଥା ତଥାକଥିତ ବିଜେପି ନେତା ପ୍ରବେଶ ଶୁକ୍ଳାକୁ ସ୍ଥାନୀୟ ପୋଲିସ ଦ୍ବାରା ଗିରଫ କରାଯାଇଥିଲା । ଆଜି ଜବରଦଖଲ ଜମିରେ ନିର୍ମାଣ କରାଯାଇଥିବା ଅଭିଯୁକ୍ତର ଘରକୁ ବୁଲଡୋଜରରେ ଭାଙ୍ଗିଛି ପ୍ରଶାସନ ।

  • #WATCH | Sidhi viral video | Accused Pravesh Shukla's illegal encroachment being bulldozed by the Administration.

    HM Narottam Mishra had said that CM Shivraj Singh Chouhan has said that NSA will be registered against him.#MadhyaPradesh pic.twitter.com/PdW02UREzQ

    — ANI MP/CG/Rajasthan (@ANI_MP_CG_RJ) July 5, 2023 " class="align-text-top noRightClick twitterSection" data=" ">

35 ବର୍ଷୀୟ ଅଭିଯୁକ୍ତ ବିରୋଧରେ ଆଇପିସିର ଧାରା 294 ଓ 504 ଓ ଏସି/ଏସିଟି ଆକ୍ଟରେ ମାମଲା ରଜୁ କରାଯାଇଛି । ଗତକାଲି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଘଟଣାକୁ କଡା ନିନ୍ଦା କରିବା ସହ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଆଜି ଏହି ପ୍ରସଙ୍ଗରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ ଚୌହାନ କହିଛନ୍ତି, ଏହା ଅତ୍ୟନ୍ତ ଅମାନବୀୟ କାର୍ଯ୍ଯ । ଆଇନଗତ ଉପାୟରେ କଠୋରତମ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ସେହିପରି ତାର ବିଜେପି ଲିଙ୍କ୍‌ ଥିବା ନେଇ ହେଉଥିବା ଚର୍ଚ୍ଚାକୁ ମୁଖ୍ୟମନ୍ତ୍ରୀ ଶିବରାଜ ଏଡାଇ ଯାଇଛନ୍ତି । କହିଛନ୍ତି, ଅପରାଧୀର କୌଣସି ଜାତି, ଧର୍ମ କିମ୍ବା ପାର୍ଟି ନଥାଏ । ଅପରାଧି କେବଳ ଅପରାଧି ହିଁ ହୋଇଥାଏ । ସେ ଯେକେହି ବି ହେଉ କଠୋର ତଥା ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବାର ନିର୍ଦ୍ଦେଶ ମିଳିଛି ।

  • सीधी मामले को लेकर मैंने निर्देश दिए हैं, आरोपी को ऐसी सजा दी जाएगी जो उदाहरण बने। हम उसे किसी भी कीमत पर नहीं छोड़ेंगे: CM pic.twitter.com/54Bd3KXmX1

    — Chief Minister, MP (@CMMadhyaPradesh) July 4, 2023 " class="align-text-top noRightClick twitterSection" data=" ">

ଅନ୍ୟପଟେ ଅଭିଯୁକ୍ତ ପ୍ରବେଶ ଶୁକ୍ଳାର ବାପା ରମାକ୍ତାନ୍ତ ଶୁକ୍ଳା ଭିନ୍ନ ଅଭିଯୋଗ ଆଣିଛନ୍ତି । କହିଛନ୍ତି, ତାଙ୍କ ପୁଅ ଦୀର୍ଘ ବର୍ଷ ଧରି ଭାରତୀୟ ଜନତା ପାର୍ଟି ସହ ଜଡିତ ଥିଲା । ଏହା ତା ବିରୋଧରେ ଏକ ଷଡଯନ୍ତ୍ର ହୋଇଥାଇପାରେ । ସେ ଏବେ ମଧ୍ୟ ସ୍ଥାନୀୟ ବିଧାୟକ କେଦାରନାଥ ଶୁକ୍ଳାଙ୍କ ପ୍ରତିନିଧି ଭାବେ କାର୍ଯ୍ୟ କରୁଛି । ହେଲେ ଘଟଣା ପରେ ବିଧାୟକ କେଦାରନାଥ ପ୍ରବେଶ ତାଙ୍କ ପାଇଁ କାର୍ଯ୍ୟ କରୁନଥିବା କହୁଛନ୍ତି । ଏହା ଦର୍ଶାଉଛି, ଯେ ତାଙ୍କ ପୁଅକୁ ମିଛ ମାମଲାରେ ଫସାଇବା ପାଇଁ ଏକ ଷଡଯନ୍ତ୍ର ହୋଇଛି ।

ଏହା ମଧ୍ୟ ପଢନ୍ତୁ:-ଆଦିବାସୀ ଯୁବକଙ୍କ ଉପରେ ପରିସ୍ରା ଘଟଣା; ବନ୍ଧା ହେଲା ଅଭିଯୁକ୍ତ

ଗତକାଲି ଏହି ଲଜ୍ଜାଜନକ ଭିଡିଓ ଭାଇରାଲ ହେବା ରାଜ୍ୟବ୍ୟାପୀ ଆଲୋଡନ ସୃଷ୍ଟି ହୋଇଥିଲା । ପରେ ପ୍ରଦେଶ କଂଗ୍ରେସ ସିଧା ସ୍ଥାନୀୟ ବିଜେପି ବିଧାୟକ କେଦାରନାଥ ଶୁକ୍ଳା ଓ ରାଜ୍ୟରେ ଶାସନରେ ଥିବା ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ କରିଥିଲା । ଅଭିଯୁକ୍ତ ଜଣେ ବିଜେପି କାର୍ଯ୍ୟକର୍ତ୍ତା ଓ ସେ ସ୍ଥାନୀୟ ବିଧାୟକଙ୍କ ସହଯୋଗୀ ବୋଲି ଦର୍ଶାଇ ଏକାଧିକ ଫଟୋ ପୋଷ୍ଟ କରିଥିଲା କଂଗ୍ରେସ । ହେଲେ ସ୍ଥାନୀୟ ବିଧାୟକ କେଦାରନାଥ ଓ ବିଜେପି ଅଭିଯୁକ୍ତ ପ୍ରବେଶ ଶୁକ୍ଳା ତାଙ୍କ ଦଳର କାର୍ଯ୍ୟକର୍ତ୍ତା ନୁହନ୍ତି ବୋଲି କହିବା ସହ ଅଭିଯୁକ୍ତ ଘଟାଇଥିବା କାଣ୍ଡର କଡା ନିନ୍ଦା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 5, 2023, 8:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.