ETV Bharat / bharat

MP: ଡାକ୍ତରଙ୍କ ଅବହେଳାରୁ ହରାଇଲେ ଦୃଷ୍ଟିଶକ୍ତି, 20 ବର୍ଷ ପରେ ମିଳିଲା ଆର୍ଥିକ କ୍ଷତିପୂରଣ

author img

By ETV Bharat Odisha Team

Published : Sep 24, 2023, 10:19 PM IST

ଜନ୍ମ ବେଳେ ଡାକ୍ତରୀ ଅବହେଳାରୁ ଚାଲିଗଲା ଶିଶୁକନ୍ୟାର ଦୃଷ୍ଟିଶକ୍ତି । 20 ବର୍ଷର ଆଇନଗତ ଲଢେଇ ପରେ ମିଳିଲା ଆର୍ଥିକ କ୍ଷତିପୂରଣ । ଅଧିକ ପଢନ୍ତୁ

MP: ଡାକ୍ତରୀ ଅବହେଳାରୁ ହରାଇଲେ ଦୃଷ୍ଟିଶକ୍ତି, 20 ବର୍ଷ ପରେ ମିଳିଲା ଆର୍ଥିକ କ୍ଷତିପୂରଣ

ଭୋପାଳ: ଡାକ୍ତରଙ୍କ ଅସାବଧାନତା ତଥା ତ୍ରୁଟିପୂର୍ଣ୍ଣ ଚିକିତ୍ସା ପ୍ରଣାଳୀ ପାଇଁ ଚାଲିଗଲା ଦୃଷ୍ଟିଶକ୍ତି । ଆଖି ହରାଇଥିଲେ ନବଜାତ ଶିଶୁକନ୍ୟା । ହେଲେ ଦୀର୍ଘ 2 ଦଶନ୍ଧିର ଆଇନଗତ ଲଢେଇ ପରେ ମିଳିଲା ଆର୍ଥିକ ସହୟତା । ଜନ୍ମ ବେଳେ ଡାକ୍ତରୀ ଅବହେଳାରୁ ଆଖି ହରାଇଥିବା ଜଣେ ଯୁବତୀ ନିଜର ବାପାଙ୍କ 20 ବର୍ଷର ଆଇନଗତ ଲଢେଇ ପରେ ଏବେ କ୍ଷତିପୂରଣ ପାଇଛନ୍ତି । ଏପରି ଏକ ସ୍ପର୍ଶକାତର ତଥା ସମ୍ବେଦନଶୀଳ ଘଟଣା ମଧ୍ୟପ୍ରଦେଶରୁ ସାମ୍ନାକୁ ଆସିଛି । ଏପରି ଅବହେଳାର ଶିକାର ହୋଇ ଦୃଷ୍ଟିଶକ୍ତି ହରାଇଥିବା ଯୁବତୀ ହେଉଛନ୍ତି ଜବଲପୁରର 20 ବର୍ଷୀୟା ଯୁବତୀ ସାହି ।

ଘଟଣା ଅନୁସାରେ, 2003 ମସିହାରେ ଜବଲପୁରର ଏକ ଘରୋଇ ହସ୍ପିଟାଲରେ ହସ୍ପିଟାଲରେ ସାହୀଙ୍କ ଜନ୍ମ ହୋଇଥିଲା । ସେ ମାତ୍ର 7 ମାସରେ ଜନ୍ମଗ୍ରହଣ କରିଥିବାରୁ ଅପେକ୍ଷାକୃତ ଦୁର୍ବଳ ଥିଲେ । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତେବେ ଡାକ୍ତରଙ୍କ ଭୁଲ ମାତ୍ରାଧିକ ଅକ୍ଲିଜେନ ଲଗାଯିବାରୁ ତାଙ୍କ ଆଖି ସଂକ୍ରମିତ ହୋଇଥିଲା । ହେଲେ ପରବର୍ତ୍ତୀ ସମୟରେ ତାଙ୍କ ମାତା-ପିତା ତାଙ୍କୁ ଦିଲ୍ଲୀର ଏକ ହସ୍ପିଟାଲରେ ଆଖି ଅପରେସନରେ କରାଇଥିଲେ । ହେଲେ ସେ ଆଉ ଦେଖିପାରି ନଥିଲେ । ମାତ୍ରାଧିକ ଅକ୍ସିଜେନ ପ୍ରଭାବରେ ସେ ଦୃଷ୍ଟିଶକ୍ତି ହରାଇ ବସିଥିବା ଦିଲ୍ଲୀର ସମ୍ପୃକ୍ତ ଡାକ୍ତର କହିଥିଲେ । କେବେ ହେଲେ ସେ ଆଉ ଦେଖିପାରିବେ ନାହିଁ ବୋଲି ସମ୍ପୃକ୍ତ ଡାକ୍ତର କହିଥିଲେ ।

ଏହା ପରେ ସାହିଙ୍କ ବାପା ଶୈଳେନ୍ଦ୍ର ଜୈନ ଭୋପାଲର କଞ୍ଜୁମର ଫୋରମରେ ସମ୍ପୃକ୍ତ ଘରୋଇ ହସ୍ପିଟାଲ ଓ ସାହୀଙ୍କ ଚିକିତ୍ସା କରିଥିବା ଡାକ୍ତରଙ୍କ ବିରୋଧରେ ଅଭିଯୋଗ କରିବା ସହ କ୍ଷତିପୂରଣ ଦାବି କରିଥିଲେ । ଝିଅ ସାରା ଜୀବନ ପାଇଁ ଦୃଷ୍ଟିଶକ୍ତି ହରାଇଥିବା ଓ ଏହା ଡାକ୍ତରୀ ଅବହେଳା ଦର୍ଶାଇ ସେ କ୍ଷତିପୂରଣ ଦାବି କରିଥିଲେ । ହେଲେ ଏହ ଲଢେଇ ପ୍ରାୟ 20 ବର୍ଷ ଧରି ଲଢିବାକୁ ପଡିଥିଲା । 2004 ରେ ହୋଇଥିବା ଏହି ଆବେଦନର ଶୁଣାଣି 2023ରେ ମଧ୍ୟ ପ୍ରଦେଶ କଞ୍ଜୁମର ଫୋରମ ରାୟ ପ୍ରକାଶ କରିଥିଲେ ।

ଏହା ମଧ୍ୟ ପଢନ୍ତୁ :-ଟେମ୍ପୋକୁ ଧକ୍କା ଦେଲା ବସ: 5 ମୃତ, ଏକାଧିକ ଆହତ

କ୍ଷତିପୂରଣ ବାବଦକୁ ମୋଟ 40 ଲକ୍ଷ ଟଙ୍କା ଓ ଆବେଦନ ହେବା ପରଠାରୁ ଆଜି ପର୍ଯ୍ୟନ୍ତ ସୁଧ ମିଶାଇ ମୋଟ 85 ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ପାଇଁ ସମ୍ପୃକ୍ତ ହସ୍ପିଟାଲ କର୍ତ୍ତୃପକ୍ଷ ଓ ଚିକିତ୍ସା କରିଥିବା ଡାକ୍ତରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜଣେ ବାପା ନିଜ ଝିଅର ଏପରି ଦୁର୍ଦ୍ଦଶା ପାଇଁ ଦୀର୍ଘ 20 ବର୍ଷ ଆଇନଗତ ଲଢେଇ ଲଢି ଆର୍ଥିକ କ୍ଷତିପୂରଣ ତ ହାସଲ କରିପାରିଛନ୍ତି, ହେଲେ ଏବେ ସମ୍ପୃକ୍ତ ଯୁବତୀଙ୍କ ଦୃଷ୍ଟିଶକ୍ତି ଫେରିବା ଆଶା ମଧ୍ୟ ବେଶ କ୍ଷୀଣ ।

ବ୍ୟରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.