ETV Bharat / bharat

ମାର୍କସିଟ ପାଇଁ ପେଟ୍ରୋଲ ଢାଳି ନିଆଁ ଲଗାଇଥିଲା ପୂର୍ବତନ ଛାତ୍ର, 5ଦିନ ପରେ ଆଖି ବୁଜିଲେ କଲେଜ ଅଧ୍ୟକ୍ଷା - ମଧ୍ୟ ପ୍ରଦେଶରେ ପ୍ରିନ୍ସିପାଲଙ୍କ ହତ୍ୟା

ଅଧ୍ୟକ୍ଷାଙ୍କୁ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା ପୁରାତନ ଛାତ୍ର । 5 ଦିନ ପରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ । ଅଭିଯୁକ୍ତ ଛାତ୍ର ଗିରଫ । ଜାତୀୟ ସୁରକ୍ଷା ଆକ୍ଟରେ ମାମଲା ରୁଜୁ କଲା ପୋଲିସ । ଅଧିକ ପଢନ୍ତୁ

ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିଲା ପୂର୍ବତନ ଛାତ୍ର

author img

By

Published : Feb 25, 2023, 4:10 PM IST

ଭୋପାଳ: ମଧ୍ୟ ପ୍ରଦେଶର ଇନ୍ଦୋରରେ ସୋମବାର ଜଣେ ପୂର୍ବତନ ଛାତ୍ରଙ୍କ ଦ୍ବାରା ଆକ୍ରମଣର ଶିକାର ହୋଇଥିବା କଲେଜ ଅଧ୍ୟକ୍ଷା ଆଜି (ଶନିବାର) ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି । ଜଣେ ପୂର୍ବତନ ଛାତ୍ର ତାଙ୍କ ଦେହେରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ସଙ୍କଟାପନ୍ନ ଅବସ୍ଥାରେ 5 ଦିନ ଧରି ଚିକିତ୍ସାଧୀନ ଥିବା ଅଧ୍ୟକ୍ଷାଙ୍କର ଆଜି (ଶନିବାର) ମୃତ୍ୟୁ ଘଟିଥିବା ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ଛାତ୍ରଙ୍କ ଦ୍ବାରା ହତ୍ୟାର ଶିକାର ହୋଇଥିବା ଏହି ମହିଳା ଶିକ୍ଷାବିତ ହେଉଛନ୍ତି, ଇନ୍ଦୋରର ସିମରୋଲ ଥାନା ଅଧୀନରେ ଥିବା ବି.ଏମ ଫାର୍ମାସି କଲେଜର ଅଧ୍ଯକ୍ଷା ଡ.ବିମୁକ୍ତା ଶର୍ମା । ସୋମବାର 24 ବର୍ଷୀୟ ଆଶୁତୋଷ ଶ୍ରୀବାସ୍ତବ ନାମକ ଜଣେ ପୂର୍ବତନ ଛାତ୍ର ତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା । ଅଧ୍ୟକ୍ଷାଙ୍କ ଶରୀରର ପ୍ରାୟ 80 ପ୍ରତିଶତରୁ ଅଧିକ ପୋଡି ଯାଇଥିଲା । ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଦୀର୍ଘ 5 ଦିନର ଚିକିତ୍ସା ପରେ ସେ ଆଜି ଶେଷରେ ଆଖି ବୁଜିଛନ୍ତି । ଅଭିଯୁକ୍ତ ପୁରାତନ ଛାତ୍ର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ସେହିଦିନ ପୋଲିସ ତାଙ୍କୁ ଗିରଫ କରିଥିଲା ।

ସ୍ଥାନୀୟ (ଇନ୍ଦୋର ଗ୍ରାମୀଣ) ପୋଲିସ ଅଧୀକ୍ଷକ ଭାଗଓ୍ବତ ସିଂ ଭିରଦେଙ୍କ ସୂଚନା ଅନୁସାରେ, ଏକ ମାର୍କସିଟ କାରଣରୁ ଅଭିଯୁକ୍ତ ଜଣଙ୍କ ଏପରି ହତ୍ୟା ଉଦ୍ୟମ କରିଥିଲା । ଅଭିଯୁକ୍ତ ଛାତ୍ରକୁ ପୋଲିସ ଘଟଣା ଦିନ ହିଁ ଗିରଫ କରିଥିଲା । ପୂର୍ବରୁ ତାର ନାମରେ ହତ୍ୟା ଉଦ୍ୟମ ଦଫା ଲାଗିଥିବା ବେଳେ ଏବେ ଅଧ୍ୟକ୍ଷାଙ୍କ ମୃତ୍ୟୁ ହେବା ପରେ ଜାତୀୟ ସୁରକ୍ଷା ଆକ୍ଟରେ ମାମଲା ରୁଜୁ ହେବ । ଲୋମର୍ଷଣକାରୀ ହତ୍ୟାକାଣ୍ଡକୁ ରୂପ ଦେବା ମାମଲାରେ ତାର ନାମରେ ଅଧିକ ଦଫା ସହ ଏହି ଘଟଣାର ତଦନ୍ତ ଚାଲିବ । ଗତବର୍ଷ (2022) ଜୁଲାଇରେ ହୋଇଥିବା ଏକ ପରୀକ୍ଷାର ମାର୍କସିଟି ବାବଦରେ ଅଭିଯୁକ୍ତ କଲେଜକୁ ଆସି ଅଧ୍ୟକ୍ଷାଙ୍କ ସହ ବଚସା ଓ ପରେ ହତ୍ୟା ଉଦ୍ୟମ କରିଥିଲା । ସେ ଯୋଜନାବଦ୍ଧ ଭାବେ ହତ୍ୟାକାଣ୍ଡ ଭିଆଇବା ପାଇଁ ହାତରେ ପେଟ୍ରୋଲ ଧରି ଆସିଥିବା ପୋଲିସ କହିଛି । ଅନ୍ୟପଟେ ଅଭିଯୁକ୍ତର ମାର୍କସିଟି ସମ୍ପର୍କିତ ଅଭିଯୋଗକୁ କଲେଜ କର୍ତ୍ତୃପକ୍ଷ ଖଣ୍ଡନ କରିବା ସହ ମିଥ୍ୟା ବୋଲି ଦର୍ଶାଇଛନ୍ତି । କଲେଜ ପରିସରରେ ଏପରି ଅଭାବନୀୟ କାଣ୍ଡ ଘଟିବା ପରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.