ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ 5 ଟି ରାଜ୍ୟରେ ବିଧାନସଭା ନିର୍ବାଚନ (Assembly Election) ଜାରି ରହିଛି । ସମ୍ପୃକ୍ତ ରାଜ୍ୟ ଗୁଡିକରେ ନିଜ ନିଜ ବିଜୟ ପାଇଁ ସମସ୍ତ ରାଜନୈତିକ ଦଳ ଗୁଡିକ ଦମ ଲଗାଇଛନ୍ତି । ଏହାସହ ଦଳର ବରିଷ୍ଠ ନେତା ମାନେ ଅଙ୍କକଷା ମଧ୍ୟ ଆରମ୍ଭ କରିଦେଲେଣି । ତେବେ ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡକୁ ନେଇ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ (Shivraj Singh Chouhan) ଙ୍କ ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଆଉ ଏହି ଭିଡିଓକୁ ନେଇ କଂଗ୍ରେସ କ୍ୟାମ୍ପ ଖୁବ ଉତ୍ସାହିତ ହୋଇପଡିଛି ।
-
यूपी और उत्तराखंड में बीजेपी की बेहद कमजोर स्थिति की जानकारी देते मध्यप्रदेश के मुख्यमंत्री शिवराज सिंह चौहान।
— MP Congress (@INCMP) February 10, 2022 " class="align-text-top noRightClick twitterSection" data="
“बीजेपी तो गई” pic.twitter.com/ucm7vHUyxr
">यूपी और उत्तराखंड में बीजेपी की बेहद कमजोर स्थिति की जानकारी देते मध्यप्रदेश के मुख्यमंत्री शिवराज सिंह चौहान।
— MP Congress (@INCMP) February 10, 2022
“बीजेपी तो गई” pic.twitter.com/ucm7vHUyxrयूपी और उत्तराखंड में बीजेपी की बेहद कमजोर स्थिति की जानकारी देते मध्यप्रदेश के मुख्यमंत्री शिवराज सिंह चौहान।
— MP Congress (@INCMP) February 10, 2022
“बीजेपी तो गई” pic.twitter.com/ucm7vHUyxr
ଭିଡିଓରେ ଶିବରାଜ ସିଂ ଚୌହ୍ବାନ ଜଣେ ଦଳୀୟ ନେତାଙ୍କ ସହ ଆଲୋଚନା କରୁଛନ୍ତି । ଆଉ କହୁଛନ୍ତି ଉତ୍ତର ପ୍ରଦେଶକୁ ନେଇ ମୋର କୌଣସି ସନ୍ଦେହ ନାହିଁ । ଉତ୍ତରାଖଣ୍ଡରେ ଟିକେ ଲଢେଇ ହେବ । ଶିବରାଜଙ୍କ ଏହି ଭିଡିଓ ଭାଇରାଲ ହେବାପରେ କଂଗ୍ରେସ ପାଇଁ ଏହା ଅକ୍ସିଜେନ ସାବ୍ୟସ୍ତ ହୋଇଛି । କଂଗ୍ରେସ ଏହାକୁ ବଡ ପ୍ରସଙ୍ଗ କରି ବିଜେପିର ପରାଜୟ ନିଶ୍ଚିତ କହି ବେଶ ଉତ୍ସାହିତ ହୋଇପଡିଛି । ଏହାସହ ଦଳ ଭିଡିଓକୁ ସେୟାର କରିବାରେ ଲାଗିଛି ।
ଏପରିକି ମଧ୍ୟ ପ୍ରଦେଶ କଂଗ୍ରେସ ୟୁନିଟର ଅଫିସିଆଲ ଟ୍ବିଟର ହ୍ୟାଣ୍ଡେଲରେ ଏହାକୁ ଅପଲୋଡ କରି ବିଜେପିକୁ ଆକ୍ରମଣ କରିଛି ଦଳ । ସୂଚନାଯୋଗ୍ୟ ଯେ 70 ଆସନ ବିଶିଷ୍ଟ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଆସନ୍ତା 14 ତାରିଖରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବ ।
@ANI