ETV Bharat / bharat

ଛତିଶଗଡ ଓ ମଧ୍ୟପ୍ରଦେଶରେ ମତଦାନ ଆରମ୍ଭ; ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର

author img

By ETV Bharat Odisha Team

Published : Nov 17, 2023, 7:32 AM IST

Updated : Nov 17, 2023, 7:51 AM IST

Madhya Pradesh, Chhattisgarh Assembly Polls: ଛତିଶଗଡ ଓ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ଆରମ୍ଭ ହୋଇଛି ମତଦାନ । ଡିସେମ୍ବର ୩ରେ ଉଭୟ ରାଜ୍ୟର ଫଳାଫଳ ପ୍ରକାଶ ପାଇବ । ଅଧିକ ପଢ଼ନ୍ତୁ

ଛତିଶଗଡ ଓ ମଧ୍ୟପ୍ରଦେଶରେ ବିଧାନସଭା ମତଦାନ
ଛତିଶଗଡ ଓ ମଧ୍ୟପ୍ରଦେଶରେ ବିଧାନସଭା ମତଦାନ

ହାଇଦ୍ରାବାଦ: ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିଧାନସଭା ନିର୍ବାଚନ ପାଇଁ ହାଇଭୋଲଟେଜ୍‌ ପ୍ରଚାର ପରେ ଆଜି ମତଦାନ ଅନୁଷ୍ଠିତ ହେଉଛି । ମଧ୍ୟପ୍ରଦେଶର ସମସ୍ତ ୨୩୦ଟି ଆସନ ପାଇଁ ମତଦାନ ହେଉଥିବା ବେଳେ ଛତିଶଗଡରେ ଦ୍ବିତୀୟ ପର୍ଯ୍ୟାୟ ଭୋଟ ପଡୁଛି । ଉଭୟ ରାଜ୍ୟରେ ବିଜେପି ଓ କଂଗ୍ରେସ ମଧ୍ୟରେ ଚାଲିଛି କଡ଼ା ଟକ୍କର । ମଧ୍ୟପ୍ରଦେଶରେ ବିଜେପି ସରକାର ଥିବାବେଳେ ଛତିଶଗଡ଼ରେ ସତ୍ତାସୀନ କଂଗ୍ରେସ ପୁଣିଥରେ କ୍ଷମତା ଦଖଲ ପାଇଁ ରଣନୀତି କରିଛି । ତେବେ ଉଭୟ ରାଜ୍ୟରେ ବିଜେପି ନିଜର ମୁଖ୍ୟମନ୍ତ୍ରୀ ଚେହେରା ସ୍ପଷ୍ଟ କରିନାହିଁ ।

ଛତିଶଗଡ଼ରେ ପ୍ରଥମ ପର୍ଯ୍ୟାୟ ମତଦାନ ନଭେମ୍ବର ୭ରେ ଅନୁଷ୍ଠିତ ହୋଇଥିଲା । ଆଜି ଦ୍ବିତୀୟ ପର୍ଯ୍ୟାୟରେ ଛତିଶଗଡରେ ୯୫୮ ପ୍ରାର୍ଥୀ ନିର୍ବାଚନ ଦୌଡ଼ରେ ଥିବାବେଳେ ମଧ୍ୟପ୍ରଦେଶରେ ୨ ହଜାର ୫୩୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ୫ କୋଟି ୬୦ ଲକ୍ଷ ଭୋଟର । ଦୁଇ ରାଜ୍ୟରେ ମତଦାନ ସମୟ ଅଲଗା ଅଲଗା ରଖାଯାଇଛି । ଛତିଶଗଡ଼ରେ ୭୦ ବିଧାନସଭା ସିଟ୍ ପାଇଁ ସକାଳ ୮ଟାରୁ ଭୋଟିଂ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ । ତେବେ ମାଓ ଆଧ୍ୟୁଷିତ ଅଞ୍ଚଳରେ ମତଦାନ ସମୟ ସକାଳ ୭ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ରଖାଯାଇଛି । ୨୨ଟି ଜିଲ୍ଲାର ସମୁଦାୟ ୧ କୋଟି ୬୩ ଲକ୍ଷ ୧୪ ହଜାର ୪୭୯ ଭୋଟର ନିଜର ମତ ସାବ୍ୟସ୍ତ କରୁଛନ୍ତି ।

ଏହା ମଧ୍ୟ ପଢନ୍ତୁ: ମଧ୍ୟ ପ୍ରଦେଶ ନିର୍ବାଚନ: ଆଚରଣ ବିଧି ଲାଗୁ ଆରମ୍ଭରୁ ରାଜ୍ୟରେ ଜବତ ହୋଇଛି 300 କୋଟି ଟଙ୍କା ଓ ମଦ

ସେହିପରି ମଧ୍ୟ ପ୍ରଦେଶରେ ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଥିବା ବେଳେ ଏହା ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ । ତେବେ ରାଜ୍ୟର ବାଲାଘାଟ ଜିଲ୍ଲାରେ ଥିବା ବୈହାର, ଲାଞ୍ଜି ଏବଂ ପରସ୍ବାରା ଆସନ ଏବଂ ଆଉ କିଛି ବୁଥରେ ଅପରାହ୍ନ ୩ଟା ଯାଏଁ ଭୋଟ ଗ୍ରହଣ ହେବ । ଦୁଇ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ବୁଧବାର ଦିନ ପ୍ରଚାର ଶେଷ ହୋଇଥିଲା । ବିଜେପି ଓ କଂଗ୍ରେସର ହେଭିୱେଟ୍‌ ନେତାମାନେ ପ୍ରଚାର ମୈଦାନକୁ ଓହ୍ଲାଇଥିଲେ । ପ୍ରଧାନମନ୍ତ୍ରୀ ମୋଦି ଦୁଇ ରାଜ୍ୟକୁ ଗସ୍ତ କରି କଂଗ୍ରେସକୁ କଡ଼ା ସମାଲୋଚନା କରିଥିଲେ ଓ ଡବଲ ଇଞ୍ଜିନ ସରକାରକୁ ଭୋଟ୍ ଦେବାକୁ ଅପିଲ୍ କରିଥିଲେ ।

ବିଗତ ୨୦ ବର୍ଷରୁ ୧୮ ବର୍ଷ ପର୍ଯ୍ୟନ୍ତ ବିଜେପି ମଧ୍ୟପ୍ରଦେଶରେ ଶାସନ କରିଛି । ୨୦୨୦ ମାର୍ଚ୍ଚ ଯାଏଁ କେବଳ ୧୫ ମାସ ପର୍ଯ୍ୟନ୍ତ କମଲାନାଥଙ୍କ ନେତୃତ୍ବାଧୀନ କଂଗ୍ରେସ ସରକାର କ୍ଷମତାରେ ରହିଥିଲା । ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବିଦ୍ରୋହ ଯୋଗୁଁ ଏମପିରେ କମଲନାଥ ସରକାରର ପତନ ହେଲା, ଯେଉଁଥିଲେ କଂଗ୍ରେସର ୨୨ ବିଧାୟକ ଇସ୍ତଫା ଦେଇଥିଲେ । ବର୍ତ୍ତମାନ କମଲନାଥଙ୍କ ନେତୃତ୍ବାଧୀନ କଂଗ୍ରେସ ରାଜ୍ୟରେ ବିଜେପିର ଶିବରାଜ ସିଂହ ଚୌହାନଙ୍କୁ ପାୱାରରୁ ହଟାଇବାକୁ ପୁରା ଦମ୍ ଲଗାଇଛି ।

ଛତିଶଗଡ଼ରେ ଭାରତୀୟ ଜନତା ପାର୍ଟି ୨୦୦୩ରୁ ୨୦୧୮ ମଧ୍ୟରେ ଲଗାତାର କ୍ଷମତା ଉପଭୋଗ କରିଥିଲା । ତେଣୁ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କ ନେତୃତ୍ବାଧୀନ କଂଗ୍ରେସ ସରକାରଙ୍କୁ ଗାଦିଚ୍ୟୁତ କରି ପୁଣିଥରେ କ୍ଷମତା ଦଖଲ କରିବାକୁ ଲକ୍ଷ୍ୟ ରଖିଛି ବିଜେପି । ଦୁଇ ରାଜ୍ୟରେ ଉଭୟ ଦଳ ପରସ୍ପରକୁ କଡା ଟକ୍କର ଦେଉଛନ୍ତି । ତେବେ ଚଳିତ ବର୍ଷ ଶେଷ ସୁଦ୍ଧା ଦେଶର ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେଉଛି । ଗତ ୭ ତାରିଖରେ ମିଜୋରାମର ସମସ୍ତ ଆସନରେ ମତଦାନ ହୋଇସାରିଛି । ଆଜି ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ମତଦାନ ହେଉଥିବା ବେଳେ ଆସନ୍ତା ୨୫ ତାରିଖରେ ରାଜସ୍ଥାନ, ୩୦ରେ ତେଲେଙ୍ଗାନାରେ ନିର୍ବାଚନ ଅଛି । ଡିସେମ୍ବର ୩ ତାରିଖରେ ଏହି ସମସ୍ତ ୫ ରାଜ୍ୟର ଫଳାଫଳ ପ୍ରକାଶ ପାଇବ । ଆଗକୁ ଲୋକସଭା ନିର୍ବାଚନ ଆସୁଥିବାରୁ ଏହି ବିଧାନସଭା ନିର୍ବାଚନ ଖୁବ୍ ଗୁରୁତ୍ବ ରଖୁଛି ।

Last Updated : Nov 17, 2023, 7:51 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.