ଭୋପାଳ: ମଧ୍ୟ ପ୍ରଦେଶରେ ମୋହନ ଯାଦବ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାର 12 ଦିନ ପରେ ଆଜି କ୍ୟାବିନେଟ ସମ୍ପ୍ରସାରଣ ହୋଇଛି । ଆଜି 18 କ୍ଯାବିନେଟ ମନ୍ତ୍ରୀଙ୍କ ସହ ମୋଟ 28 ନବନିର୍ବାଚିତ ବିଧାୟକ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । କ୍ଯାବିନେଟ ମନ୍ତ୍ରୀ ଭାବେ ବହୁ ଭେଟେରାନ ଚେହେରାଙ୍କୁ ଦାୟିତ୍ବ ମିଳିଛି । ଏମାନଙ୍କ ମଧ୍ୟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ, ପ୍ରଦ୍ୟୁମ୍ନ ସିଂ ତୋମାର ଓ କୈଳାଶ ବିଜୟବର୍ଗୀୟ ଓ ବିଶ୍ବାସ ସାରଙ୍ଗଙ୍କୁ କ୍ୟାବିନେଟ ପାହ୍ୟା ମିଳିଛି । ସେହିପରି 6 ମନ୍ତ୍ରୀ ରାଜ୍ଯମନ୍ତ୍ରୀ (ସ୍ବାଧୀନ ପ୍ରଭାର) ସହ ଶପଥ ଗ୍ରହଣ କରିଛନ୍ତି । ଅନ୍ୟ 4 ମନ୍ତ୍ରୀଙ୍କୁ ରାଜ୍ୟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରାଯାଇଛି । ରାଜ୍ୟପାଳ ମଙ୍ଗୁଭାଇ ଛଗନଭାଇ ପଟେଲ ଏହି ନୂତନ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ସଂଧ୍ୟା ସୁଦ୍ଧା ଏମାନଙ୍କୁ ବିଭାଗ ବଣ୍ଟନ କରାଯିବାର ସମ୍ଭାବନା ରହିଛି ।
-
#WATCH | Bhopal: Madhya Pradesh CM Mohan Yadav says, "I would like to congratulate all the new ministers in Madhya Pradesh...The new cabinet will set new records..." pic.twitter.com/3x4cHQH42O
— ANI (@ANI) December 25, 2023 " class="align-text-top noRightClick twitterSection" data="
">#WATCH | Bhopal: Madhya Pradesh CM Mohan Yadav says, "I would like to congratulate all the new ministers in Madhya Pradesh...The new cabinet will set new records..." pic.twitter.com/3x4cHQH42O
— ANI (@ANI) December 25, 2023#WATCH | Bhopal: Madhya Pradesh CM Mohan Yadav says, "I would like to congratulate all the new ministers in Madhya Pradesh...The new cabinet will set new records..." pic.twitter.com/3x4cHQH42O
— ANI (@ANI) December 25, 2023
ମୋହନ କ୍ୟାବିନେଟର ନୂତନ ମନ୍ତ୍ରୀ:-
- ପ୍ରହ୍ଲାଦ ସିଂ ପଟେଲ
- କୈଳାସ ବିଜୟବର୍ଗୀୟ
- ତୁଲସୀ ସିଲାଭାଟ
- ଉଦୟ ପ୍ରତାପ ସିଂ
- ବିଜୟ ଶାହା
- ରାକେଶ ସିଂ
- ପ୍ରଦ୍ୟୁମ୍ନ ସିଂ ତୋମାର
- ଏଦଲ ସିଂ କାସାନା
- ନାରାୟଣ ସିଂ କୁଶୱା
- ସମ୍ପତିଆ ଉଇକେ
- କରଣ ସିଂ ବର୍ମା
- ନିର୍ମଳା ଭୁରିଆ
- ବିଶ୍ୱାସ ସାରଙ୍ଗ
- ଗୋବିନ୍ଦ ସିଂ ରାଜପୁତ
- ଇନ୍ଦର ସିଂ ପରମାର
- ନାଗର ସିଂ ଚୌହାନ
- ଚୈତନ୍ୟ କାଶ୍ୟପ
- ରାକେଶ ଶୁକ୍ଲା
ରାଜ୍ୟ ମନ୍ତ୍ରୀ (ସ୍ୱାଧୀନ ପ୍ରଭାର)
- କୃଷ୍ଣ ଗୌର
- ଧର୍ମେନ୍ଦ୍ର ଲୋଦି
- ଦିଲୀପ ଜୈସୱାଲ
- ଗୌତମ ଟେଟୱାଲ
- ଲଖନ ପଟେଲ
- ନାରାୟଣ ପାୱାର
ରାଜ୍ୟ ମନ୍ତ୍ରୀ
- ରାଧା ସିଂ
- ପ୍ରତୀମା ବାଗ୍ରି
- ଦିଲୀପ ଅହିରୱାର
- ନରେନ୍ଦ୍ର ଶିବାଜୀ ପଟେଲ
ଏହା ମଧ୍ୟ ପଢନ୍ତୁ:- କେହି ଯଦି ହାସ୍ୟ ବୁଝିବାରେ ଅକ୍ଷମ, ସେ ସଭ୍ୟ ମସ୍ତିସ୍କ ସମ୍ପନ୍ନ ନୁହନ୍ତି: କଲ୍ୟାଣ ବାନାର୍ଜୀ
ଡିସେମ୍ବର 13 ତାରିଖରେ ମୋହନ ଯାଦବ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । 3 ତାରିଖରେ ନିର୍ବାଚନ ଫଳାଫଳ ଆସି ସାରିଥିବା ବେଳେ ଏହାର ପ୍ରାୟ 9 ଦିନ ପରେ ବିଜେପି ମୋହନଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରିଥିଲା । ଏହା ପରଦିନ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅନ୍ୟ ବିଜେପି କେନ୍ଦ୍ରୀୟ ନେତୃତ୍ବଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । 58 ବର୍ଷୀୟ ମୋହନ ଯାଦବ 2013 ଠାରୁ କ୍ରାମଗତ ବିଧାୟକ ନିର୍ବାଚିତ ହୋଇଛନ୍ତି । ଉଜ୍ଜୈନ ବିଧାନସଭା ଆସନରୁ 2013, 2018 ଓ 2023 ବିଧାନସଭା ନିର୍ବାଚନରେ ସେ ହ୍ୟାଟ୍ରିକ ବିଜୟ ଲାଭ କରିଛନ୍ତି । ତାଙ୍କର ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ପୃଷ୍ଠଭୂମି ମଧ୍ୟ ରହିଛି । ମୋହନଙ୍କ ନାମ ପ୍ରଥମରୁ ମୁଖ୍ୟମନ୍ତ୍ରୀ ଚର୍ଚ୍ଚାରେ ନଥିବା ବେଳେ ତାଙ୍କୁ ଚୟନ କରାଯିବା ନେଇ ବିଜେପିର ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଆଜି ତାଙ୍କ ମନ୍ତ୍ରୀମଣ୍ଡଳରେ 28 ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ