ETV Bharat / bharat

Child in borewell: ବୋରୱେଲରେ ବିତିଲାଣି 2 ଦିନ, ବାଧକ ସାଜିଛି ପଥର

ଦିନ ଗଡିବାକୁ ଲାଗିଛି ହେଲେ ଏବେ ବି ଗଭୀର ବୋରଓ୍ବେଲରେ (Madhya Pradesh Boy in Borewell) ଫସି ରହିଛି 6 ବର୍ଷୀୟ ବାଳକ ତନ୍ମୟ ସାହୁ । ଅଧିକ ପଢନ୍ତୁ

author img

By

Published : Dec 9, 2022, 8:48 AM IST

Updated : Dec 9, 2022, 8:57 AM IST

Child in borewell
Child in borewell

ଭୋପାଳ: ମଧ୍ୟପ୍ରଦେଶର ବେତୁଲ ଜିଲ୍ଲା ମାଣ୍ଡଭି ଗାଁ ଏକ ଗଭୀର ବୋରଓ୍ବେଲରେ (Madhya Pradesh Boy in Borewell) ଜଣେ 6 ବର୍ଷୀୟ ବାଳକ ତନ୍ମୟ ସାହୁ ଖସିପଡିଛି । ଘଟଣାକୁ ଦୁଇ ଦିନରୁ ଅଧିକ ବିତିଲାଣି ଏବେ ବି ବୋରୱେଲରେ ଫସି ରହିଛି ତନ୍ମୟ । ବୋରୱେଲଟି ପ୍ରାୟ 400ଫୁଟ ଗଭୀର ହୋଇଥିବା ବେଳେ ତନ୍ମୟ 55ଫୁଟରେ ଲାଖି ରହିଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ହେଲେ ପଥର ବାଧକ ସାଜିଛି ।

  • Madhya Pradesh | Operation still underway to rescue the boy who fell into a 55-ft deep borewell in Mandavi village in Betul district on 6th December. pic.twitter.com/QC8rXAz3Xb

    — ANI MP/CG/Rajasthan (@ANI_MP_CG_RJ) December 9, 2022 " class="align-text-top noRightClick twitterSection" data=" ">

ତନ୍ମୟଙ୍କୁ ଉଦ୍ଧାର ଲାଗି ସମାନ୍ତରାଳ ଭାବେ ଗାତ ଖୋଳାଯିବା ସହ ସୁଡଙ୍ଗ ନିର୍ମାଣ ଲାଗି ପ୍ରସ୍ତୁତି ଜାରି ରହିଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ପଥର ଥିବାରୁ ଗାତ ଖୋଳିବାରେ ଅସୁବିଧା ସୃଷ୍ଟି ହୋଇଛି । ଘଟଣାକୁ 2ଦିନରୁ ଅଧିକ ହୋଇଥିବାବେଳେ ତନ୍ମୟ କୌଣସି ପ୍ରତିକ୍ରିୟା ମଧ୍ୟ ଦେଇ ନଥିବା ଜଣାପଡିଛି । ସେ ଅଚେତ ହୋଇଯାଇଥିବା ଆଶଙ୍କା କରାଯାଉଛି । ଏସଡିଆରଏଫ ଟିମ ସମେତ ହୋମଗାର୍ଡ, ସ୍ଥାନୀୟ ପୋଲିସ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ତନ୍ମୟଙ୍କ ବାପା ସୁନୀଲ ସାହୁଙ୍କ କହିବା ଅନୁସାରେ, ମଙ୍ଗଳବାର ସନ୍ଧ୍ୟାରେ ତନ୍ମୟ ଖେଳୁଥିବା ସମୟରେ ଖୋଲାଥିବା ଏକ ବୋରୱେଲରେ ପଡିଯାଇଥିବା । ସୁନୀଲଙ୍କ ଝିଅ ଦେଖି ଘର ଲୋକଙ୍କୁ ଜଣାଇଥିଲେ ଏହା ପରେ ଉଦ୍ଧାରକାର୍ଯ୍ୟ ଆରମ୍ଭ ହୋଇଥିଲା ।

ଉଦ୍ଧାର କାର୍ଯ୍ୟ ନେଇ ଜିଲ୍ଲାପାଳ ଶ୍ୟାମେନ୍ଦ୍ର ଜସୱାଲ କହିଛନ୍ତି, ''ତନ୍ମୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି । 33 ଫୁଟ ଯାଏ ଖୋଳା ହୋଇଛି । 45 ଫୁଟରେ ପହଞ୍ଚିବା ପରେ ଏକ ଟନେଲ ଖୋଳିବା ପାଇଁ ଆମର ଲକ୍ଷ୍ୟ ଅଛି । ପଥର ଥିବାରୁ ସମୟ ଲାଗୁଛି । ପିଲାଟି କୌଣସି ପ୍ରତିକ୍ରିୟା ଦେଉନାହିଁ । ସେ ଅଚେତ ହୋଇଯାଇଥିବା ଅନୁମାନ କରାଯାଉଛି । ବାଳକକୁ ଉଦ୍ଧାର ପାଇଁ ସମସ୍ତ ପ୍ରୟାସ ଜାରି ରହିଛି ।''

ଏହା ବି ପଢନ୍ତୁ...ବୋରୱେଲରୁ ତନ୍ମୟଙ୍କୁ ବଞ୍ଚାଇବା ପାଇଁ ଚାଲିଛି ପ୍ରୟାସ, ଉଦ୍ଧାର କାମରେ ପଥର ବାଧା

ଏହା ବି ପଢନ୍ତୁ...ଆଜି ହିମାଚଳରେ କଂଗ୍ରେସ ବିଧାୟକଙ୍କ ବୈଠକ: ସ୍ଥିର ହେବେ ମୁଖ୍ୟମନ୍ତ୍ରୀ

ପ୍ରକାଶ ଥାଉ କି, ଛତିଶଗଡରେ ଏହିପରି ଏକ ବୋରୱେଲ ଅଘଟଣ ଘଟିଥିଲା । 80 ଫୁଟ ଗାତ ବୋରୱେଲରେ 12 ବର୍ଷର ବାଳକ ରାହୁଲ ଖସି ପଡିଥିଲା । ରାହୁଲ କିଛି କଥା କହିପାରୁ ନଥିଲା କି ଶୁଣିବି ପାରୁ ନଥିଲା । ସମସ୍ତ ସଫଳ ଚେଷ୍ଟା ପରେ ମୃତ୍ୟୁକୁ ମାତ ଦେଇ ବୋରୱେଲରୁ ବାହାରିଥିଲା ରାହୁଲ ।

Last Updated : Dec 9, 2022, 8:57 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.