ETV Bharat / bharat

ମଧ୍ୟପ୍ରଦେଶର 129 ଆସନରେ ଆଗରେ ବିଜେପି, ଛିନ୍ଦୱାଡରେ ଆଗୁଆ କମଲନାଥ

author img

By ETV Bharat Odisha Team

Published : Dec 3, 2023, 10:08 AM IST

Updated : Dec 3, 2023, 10:46 AM IST

Madhyapradesh Assembly Election Result 2023: ମଧ୍ୟପ୍ରଦେଶର 230 ଆସନରେ ହୋଇଥିବା ବିଧାନସଭା ନିର୍ବାଚନର ଫଳାଫଳ ଗଣତି ଜାରି ରହିଛି । ରାଜ୍ୟରେ 129ଟି ଆସନରେ ବିଜେପି ଆଗୁଆ ଚାଲିଛି । ଅଧିକ ପଢନ୍ତୁ

Madhyapradesh Assembly Election Result 2023
Madhyapradesh Election Result

ଭୋପାଳ: ମଧ୍ୟପ୍ରଦେଶ ବିଧାନସଭା ନର୍ବାଚନ ଫଳାଫଳ ଆଜି ବାହାରିବ । ପ୍ରଦେଶରେ ଆଗାମୀ 5 ବର୍ଷ ପାଇଁ କିଏ ସରକାର ଗଢିବ ଏହାର ଫଇସଲା ଆଜି ହୋଇଯିବ । ଏନେଇ ରାଜ୍ୟର 52ଟି ଜିଲ୍ଲା ମୁଖ୍ୟାଳୟରେ ଭୋଟ ଗଣତି ଜାରି ରହିଛି । ଏକଜିଟ ସତ ହୋଇଛି । ବିଜେପି ଓ କଂଗ୍ରେସ ମଧ୍ୟରେ କଡ୍ଡା ଟକ୍କର ହୋଇଛି । ପ୍ରାରମ୍ଭିକ ଟ୍ରେଣ୍ଡରେ ରାଜ୍ୟରେ ବିଜେପି ଆଗୁଆ ରହିଛି । କଂଗ୍ରେସର ଅବସ୍ଥା ବହୁତ ଖରାପ । ମାତ୍ର ଛିନ୍ଦୱାଡରେ ଆଗୁଆ ରହିଛନ୍ତି କମଳନାଥ । ବୁଧନି ଆସନରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଆଗୁଆ ରହିଛନ୍ତି ।

ଏମପିରେ ବିଜେପି 128 ଆସନରେ ଆଗୁଆ: ମଧ୍ୟପ୍ରଦେଶରେ ବିଜେପି ଓ କଂଗ୍ରେସ ମଧ୍ୟରେ ଜୋରଦାର ଟକ୍କର ହୋଇଛି । ଆଗପଛ ହୋଇ ଚାଲିଛନ୍ତି ଦୁଇ ଦଳ । ପ୍ରାରମ୍ଭିକ ଗଣତି ଅନୁସାରେ ମଧ୍ୟପ୍ରଦେଶରେ 129 ଆସନରେ ବିଜେପି ଆଗୁଆ ରହିଛି । କଂଗ୍ରେସ 99ଟି ଆସନରେ ଆଗରେ ରହିଛି । ରାଜ୍ୟରେ ସରକାର ଗଢିବାକୁ ହେଲେ ମ୍ୟାଜିକ ନମ୍ବର 116 ରହିଛି । ଏବେ ସୁଦ୍ଧା 227 ଆସନର ପ୍ରାରମ୍ଭିକ ଟ୍ରେଣ୍ଡ ଆସିଛି । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ବୁଧନି ଆସନରେ ଆଗୁଆ ରହିଛନ୍ତି । ଚୋରାଇରେ ବିଜେପିର ଲଖନ ବର୍ମା 263 ଭୋଟରେ ଆଗୁଆ ରହିଛନ୍ତି ।

ଛିନ୍ଦୱାଡରେ ଆଗୁଆ କମଲନାଥ: ଛିନ୍ଦୱାଡାରେ ଆସନରେ ପ୍ରଥମ ରାଉଣ୍ଡ ଗଣତି ଶେଷ ହୋଇଛି । ଏହି ଆସନରେ କଂଗ୍ରେସର କମଲନାଥ ଆଗରେ ରହିଛନ୍ତି । କଂଗ୍ରେସ 1950 ଭୋଟରେ ଆଗୁଆ ରହିଛି । କମଲନାଥଙ୍କୁ 6680 ଖଣ୍ଡ ଭୋଟ ମିଳିଛି । ଛିନ୍ଦୱାଡରେ ବିଜେପିର ବିବେକ ବଣ୍ଟି ସାହୁ 4730 ଖଣ୍ଡ ଭୋଟ ପାଇଛନ୍ତି । ଇଚ୍ଛାବର ପ୍ରଥମ ରାଉଣ୍ଡ ଗଣନାରେ କଂଗ୍ରେସ ଆଗରେ ରହିଛି । ଗୋୱାଲିୟରରେ କଂଗ୍ରେସ ଆଗରେ ରହିଛି ।

ଏହା ବି ପଢନ୍ତୁ...130 ଆସନ ଆମର, ବିଜେପିର ଜଙ୍ଗଲରାଜରୁ ମୁକୁଳିବ ମଧ୍ୟପ୍ରଦେଶ: ଦିଗବିଜୟ ସିଂହ

ଏହା ବି ପଢନ୍ତୁ...ମଧ୍ୟପ୍ରଦେଶରେ କମଳ ନା କମଳନାଥ, କିଏ ଗଢିବ ସରକାର

ପ୍ରକାଶ ଥାଉ କି ମଧ୍ୟ ପ୍ରଦେଶରେ 230 ଆସନ ବିଶିଷ୍ଟ ବିଧାନସଭା ଆସନରେ ନଭେମ୍ବର 17 ତାରିଖରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଆଜି ରାଜ୍ୟରେ 52ଟି ଜିଲ୍ଲା କାର୍ଯ୍ୟାଳୟରେ ଭୋଟ ଗଣତି ଜାରି ରହିଛି । ବିଜେପି ଓ କଂଗ୍ରେସ ସମେତ ମୋଟ 2533 ପ୍ରାର୍ଥୀଙ୍କର ପରୀକ୍ଷା ଫଳ ବାହାରିବ । 5 କୋଟି 60 ଲକ୍ଷ ଭୋଟଙ୍କ ହାତରେ ଏମାନଙ୍କ ଭାଗ୍ୟ ସିଲ ହୋଇଥିଲା । ବୁଥ ବାହୁଡା ଆକଳନ ଅନୁସାରେ ରାଜ୍ୟରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ହେବ ।

Last Updated : Dec 3, 2023, 10:46 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.