ETV Bharat / bharat

Madhya Pradesh Poll: ଦଳରେ ବଢିବ ପ୍ରିୟଙ୍କାଙ୍କ ପ୍ରଭାବ ! କର୍ଣ୍ଣାଟକ ଫର୍ମୁଲାରେ ହେବ ଫାଇଟ

ମଧ୍ୟ ପ୍ରଦେଶରେ କ୍ଷମତା ଫେରି ପାଇବା ପାଇଁ କଂଗ୍ରେସ ପୁରା ଶକ୍ତିର ସହ ଲଢେଇ କରିବାକୁ ଯାଉଛି । ଏଥିପାଇଁ ଦଳ ପ୍ରିୟଙ୍କା ଗାନ୍ଧୀଙ୍କୁ ବଡ ଦାୟିତ୍ବ ଦେବାକୁ ବିଚାର କରୁଛି । କାରଣ ଦକ୍ଷିଣ ଭାରତ ଠାରୁ ହିନ୍ଦୀ ହାର୍ଟଲ୍ୟାଣ୍ଡ ରାଜ୍ୟ ଗୁଡିକରେ ପ୍ରିୟଙ୍କା ଗାନ୍ଧୀଙ୍କ ଗ୍ରହଣୀୟତା ଅଧିକ । କର୍ଣ୍ଣାଟକରେ ପ୍ରିୟଙ୍କାଙ୍କୁ ନେଇ କଂଗ୍ରେସ ଯେଉଁ ପ୍ରୟୋଗ କରିଥିଲା ତାହା ସଫଳ ହୋଇଛି । ତେଣୁ ଦଳ ମଧ୍ୟପ୍ରଦେଶରେ ବି ପ୍ରିୟଙ୍କା ଗାନ୍ଧୀ ସେଭଳି ଭୂମିକାରେ ଆସନ୍ତୁ ବୋଲି ଚାହୁଁଛି । ଅଧିକ ପଢନ୍ତୁ

ଦଳରେ ବଢିବ ପ୍ରିୟଙ୍କା ଗାନ୍ଧୀଙ୍କ ପ୍ରଭାବ !
ଦଳରେ ବଢିବ ପ୍ରିୟଙ୍କା ଗାନ୍ଧୀଙ୍କ ପ୍ରଭାବ !
author img

By

Published : May 30, 2023, 8:04 PM IST

Updated : May 30, 2023, 8:14 PM IST

ନୂଆଦିଲ୍ଲୀ: କର୍ଣ୍ଣାଟକରେ ପ୍ରିୟଙ୍କା ଗାନ୍ଧୀଙ୍କୁ ନେଇ କଂଗ୍ରେସର ସଫଳ ପ୍ରୟୋଗ ପରେ ଏବେ ମଧ୍ୟ ପ୍ରଦେଶ ଉପରେ ଦଳର ନଜର । ମଧ୍ୟ ପ୍ରଦେଶ ମହାସଂଗ୍ରାମରେ ପ୍ରିୟଙ୍କାଙ୍କ ନେତୃତ୍ବରେ ଲଢିବ ଦଳ । ମଧ୍ୟ ପ୍ରଦେଶ ଦଖଲ ପାଇଁ କଂଗ୍ରେସ ରଣନୀତି କଷୁଥିବା ବେଳେ, ପ୍ରିୟଙ୍କା ଗାନ୍ଧୀଙ୍କ ଭୂମିକା କଣ ହେବ ତାହାର ବିଚାର ବିମର୍ଶ କରୁଛି ଦଳ ।

କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ପ୍ରିୟଙ୍କା ଗାନ୍ଧୀ ମାରାଥନ ପ୍ରଚାର କରିଥିଲେ। ରୋଡ ଶୋ, ସଭା ସମିତି, ଘରକୁ ଘର ବୁଲି ଭୋଟ ମାଗିଥିଲେ । ଏହାସହ ରାଜ୍ୟ ପ୍ରସଙ୍ଗକୁ ନେଇ ବିଜେପିକୁ ଆକ୍ରମଣ କରିଥିଲେ । ଯାହାର ପୁରା ଫାଇଦା ପାଇଛି ଦଳ। କ୍ଷମତାସୀନ ଥିବା ବିଜେପିକୁ କ୍ଷମତାଚ୍ୟୁତ କରି କର୍ଣ୍ଣାଟକ ଦଖଲ କରିଛି କଂଗ୍ରେସ । କର୍ଣ୍ଣାଟକ ଫଳାଫଳ ପରଠାରୁ କଂଗ୍ରେସ ଏବେ ରାଜସ୍ଥାନ, ମଧ୍ୟ ପ୍ରଦେଶ ଓ ଛତିଶଗଡ ମଧ୍ୟ ବିଜୟୀ ହେବ ବୋଲି ଦମ୍ଭୋକ୍ତି ଦେଖାଇଛି ।

ଏହାବି ପଢନ୍ତୁ- Rajasthan Politics: ରାହୁଲଙ୍କ ଇମୋସନାଲ ଅପିଲ, ଗେହଲଟ-ପାଇଲଟ କଳିରେ ଲାଗିଲା ବିରାମ !

ଗତ (ସୋମବାର) ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନ ପ୍ରସଙ୍ଗକୁ ନେଇ କଂଗ୍ରେସର ବୈଠକ ବସିଥିଲା । ବୈଠକରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, କେସି ବେଣୁଗୋପାଳ, ରାହୁଲ ଗାନ୍ଧୀ, ଏମପି କଂଗ୍ରେସର ବରିଷ୍ଠ ନେତା ସାମିଲ ହୋଇଥିଲେ । ବୈଠକରେ ରାହୁଲ ଗାନ୍ଧୀ ଦଳ ଆଗାମୀ ନିର୍ବାଚନରେ 150 ରୁ ଅଧିକ ଆସନ ଜିତିବ ବୋଲି କହିଛନ୍ତି । ରାହୁଲ ଗାନ୍ଧୀଙ୍କ ଏହି ଭବିଷ୍ୟତବାଣୀ ପରେ କଂଗ୍ରେସ କ୍ୟାମ୍ପ ଉତ୍ସାହିତ ହୋଇପଡିଛି ।

ମଧ୍ୟ ପ୍ରଦେଶରେ କ୍ଷମତା ଫେରି ପାଇବା ପାଇଁ କଂଗ୍ରେସ ପୁରା ଶକ୍ତିର ସହ ଲଢେଇ କରିବାକୁ ଯାଉଛି । ଏଥିପାଇଁ ଦଳ ପ୍ରିୟଙ୍କା ଗାନ୍ଧୀଙ୍କୁ ବଡ ଦାୟିତ୍ବ ଦେବାକୁ ବିଚାର କରୁଛି । କାରଣ ଦକ୍ଷିଣ ଭାରତ ଠାରୁ ହିନ୍ଦୀ ହାର୍ଟଲ୍ୟାଣ୍ଡ ରାଜ୍ୟ ଗୁଡିକରେ ପ୍ରିୟଙ୍କା ଗାନ୍ଧୀଙ୍କ ଗ୍ରହଣୀୟତା ଅଧିକ । କର୍ଣ୍ଣାଟକରେ ପ୍ରିୟଙ୍କାଙ୍କୁ ନେଇ କଂଗ୍ରେସ ଯେଉଁ ପ୍ରୟୋଗ କରିଥିଲା ତାହା ସଫଳ ହୋଇଛି । ତେଣୁ ଦଳ ମଧ୍ୟପ୍ରଦେଶରେ ବି ପ୍ରିୟଙ୍କା ଗାନ୍ଧୀ ସେଭଳି ଭୂମିକାରେ ଆସନ୍ତୁ ବୋଲି ଚାହୁଁଛି । ଇନ୍ଦିରା ଗାନ୍ଧୀଙ୍କ ନାତୁଣୀ ବ୍ୟତୀତ କଂଗ୍ରେସର ଜଣେ ଜାତୀୟ ସ୍ତରର ନେତା ଭାବେ ଧୀରେ ଧୀରେ ପ୍ରିୟଙ୍କାଙ୍କ ଗ୍ରହଣୀୟତା ଜନତାଙ୍କ ମଧ୍ୟରେ ବଢୁଛି । ଯେହେତୁ ଗତ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ଦଳ ସ୍ପଷ୍ଟ ବହୁମତ ପାଇ ଗୋଟିଏ ବର୍ଷ ଶାସନ କରିଥିଲା, ତେଣୁ ରାଜ୍ୟରେ କଂଗ୍ରେସ ପୁଣି ଥରେ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ହାସଲ କରିବ ବୋଲି ଆଶା ରଖିଛି । ଏଥିପାଇଁ ରାଜ୍ୟ ନେତା କାମ ଆରମ୍ଭ କରିଥିବା ବେଳେ କେନ୍ଦ୍ରୀୟ କଂଗ୍ରେସ ମଧ୍ୟ ଭିନ୍ନ ଭିନ୍ନ ସର୍ଭେ କରି କର୍ଣ୍ଣାଟକ ଫର୍ମୁଲାରେ ଫାଇଟ କରିବାକୁ ରଣନୀତି ପ୍ରସ୍ତୁତି କରୁଛି ।

ମଧ୍ୟ ପ୍ରଦେଶ ଦଖଲ ପାଇଁ କଂଗ୍ରେସ ଆସନ୍ତା ଜୁନ 12 ତାରିଖରୁ ପ୍ରଚାର ଆରମ୍ଭ କରିବ । 12 ତାରିଖରେ ଜବଲପୁରରେ ଦଳ ଏକ ବିଶାଳ ଜନସମାବେଶ ଆୟୋଜନ କରୁଛି । ସମାବେଶରେ କଂଗ୍ରେସର ଶୀର୍ଷ ନେତା ସାମିଲ ହେବେ । ଏହି ସମାବେଶରୁ କଂଗ୍ରେସ ନିର୍ବାଚନ ପାଇଁ ବିଦ୍ଧିବଧ ଭାବେ ପ୍ରଚାର ଆରମ୍ଭ କରିବ । ଜବଲପୁର ସମାବେଶରୁ କଂଗ୍ରେସ ଅଧିକରୁ ଅଧିକ ଲୋକଙ୍କୁ ଦଳ ସହ ଯୋଡିବାକୁ ଯୋଜନା କରିଛି । ମହାକୌଶଳ ଓ ବିନ୍ଧ୍ୟ ଆଞ୍ଚଳିକ କ୍ଷେତ୍ରରେ ନିଜର ଶକ୍ତି ସଂଗଠିତ ପାଇଁ ଦଳ ଯୋଜନା କରିଛି ।

ଗତ 2018 ବିଧାନସଭା ନିର୍ବାଚନରେ କଂଗ୍ରେସ ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ନିର୍ବାଚନ ଲଢିଥିଲା । ଯଦିଓ ଦଳ ସଫଳତା ପାଇଥିଲା । କିନ୍ତୁ ଆଗାମୀ ନିର୍ବାଚନରେ ପ୍ରିୟଙ୍କା ଗାନ୍ଧୀଙ୍କ ନେତୃତ୍ବରେ ଲଢିବାକୁ ଯୋଜନା କରୁଛି । କଂଗ୍ରେସ ଭାବୁଛି ପ୍ରିୟଙ୍କା ଗାନ୍ଧୀଙ୍କ ଚାଳିଚଳନ, ବେଶଭୂଷା, କଥାବାର୍ତ୍ତା ଇନ୍ଦିରା ଗାନ୍ଧୀଙ୍କ ସହ ମେଳ ଖାଉଛି । ସେହି ଆଧାରରେ ରାହୁଲଙ୍କ ଅପେକ୍ଷା ପ୍ରିୟଙ୍କା ଅଧିକ ଗ୍ରହଣୀୟ ହେବେ। ରାଜ୍ୟର ଏକ ବୃହତ ଆଦିବାସୀ ଓ ଜନଜାତି ସମ୍ପ୍ରଦାୟ କଂଗ୍ରେସକୁ ସମର୍ଥନ ଦେଇଆସୁଛନ୍ତି । ଦଳ ଏହି ସମର୍ଥନକୁ ହାତ ଛଡା କରିବାକୁ ଚାହୁଁନାହିଁ ।

ସୂଚନାଯୋଗ୍ୟଯେ 230 ଆସନ ବିଶିଷ୍ଟ ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନ ଚଳିତ ବର୍ଷ ନଭେମ୍ବର-ଡିସେମ୍ବରରେ ହେବ । ମଧ୍ୟ ପ୍ରଦେଶ ବ୍ୟତୀତ ସମାନ ସମୟରେ ରାଜସ୍ଥାନ ଓ ଛତିଶଗଡ ବିଧାନସଭା ନିର୍ବାଚନ ହେବ ।

Last Updated : May 30, 2023, 8:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.