ETV Bharat / bharat

Old Woman Raped: ୯୨ବର୍ଷୀୟ ବୃଦ୍ଧାଙ୍କୁ ଦୁଷ୍କର୍ମ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ମଧ୍ୟପ୍ରଦେଶରେ ୯୨ବର୍ଷୀୟ ବୃଦ୍ଧାଙ୍କୁ ଲିଫ୍ଟ ଦେବା ବାହାନାରେ ଦୁଷ୍କର୍ମ । ପୀଡ଼ିତାଙ୍କୁ ଗୁରୁତର ଅବସ୍ଥାରେ ଶହଦୋଲ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି । ଅଧିକ ପଢନ୍ତୁ

92 yr old woman rape case
92 yr old woman rape case
author img

By

Published : Jan 15, 2023, 7:56 PM IST

ଭୋପାଳ: ପାଶବିକତାର ସମସ୍ତ ସୀମା ଭାଙ୍ଗିଲା ମନୁଷ୍ୟ । ଅସହାୟ ୯୨ ବର୍ଷୀୟ ବୃଦ୍ଧଙ୍କ ସହିତ ଦୁଷ୍କର୍ମ କରିବାକୁ ପଛାଇଲାନି ଦୁର୍ବୃତ୍ତ । ଗତ ୧୨ ତାରିଖରେ ମଧ୍ୟପ୍ରଦେଶ ଶହଦୋଲ ଜିଲ୍ଲାରେ ଘଟିଛି ଏଭଳି ଘଟଣା । ପୀଡ଼ିତାଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଭିଯୁକ୍ତଙ୍କ ବିରୋଧରେ ପୋଲିସ IPC ଧାରା ୩୭୬ ଅନୁସାରେ ମାମଲା ରୁଜୁ କରିଥିବା ବେଳେ ପୀଡିତାଙ୍କ ପରିବାର ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ପୋଲିସ ଅଭିଯୁକ୍ତକୁ ଗିରଫ କରିଥିବା ଜଣାପଡ଼ିଛି ।

ପୋଲିସର ସୂଚନା ଅନୁସାରେ ଗୁରୁବାର ପୀଡ଼ିତା ଜଣକ ଜବଲପୁରରୁ ନିଜ ସମ୍ପର୍କୀୟଙ୍କ ଘର ମଦୱା ଗ୍ରାମକୁ ଯାଉଥିଲେ । ଏହାପରେ ଜଣେ ବାଇକ ଆରୋହୀ ତାଙ୍କୁ ଲିଫ୍ଟ ଦେବାକୁ କହିଥିଲେ । ଏହାପରେ ଦୁର୍ବୃତ୍ତ ଜଣକ ବୃଦ୍ଧାଙ୍କୁ ବାଇକରେ ବସାଇ ଏକ ଜଙ୍ଗଲକୁ ନେଇଯାଇଥିଲେ । ଏହାପରେ ତାଙ୍କୁ ଦୁଷ୍କର୍ମ କରିଥିବା ବେଳେ ଉକ୍ତ ସ୍ଥାନରେ ଛାଡି ଦେଇ ପଳାଇଥିଲେ । ଏହାପରେ ପୀଡିତା ଜଣକ ଉକ୍ତ ସ୍ଥାନରୁ ନିଜ ଘରେ ପହଞ୍ଚିବା ପରେ ସମ୍ପର୍କୀୟଙ୍କୁ ଏନେଇ ସୂଚନା ଦେଇଥିଲେ । ପରିବାର ଏନେଇ ପୋଲିସ ନିକଟରେ ଅଭିଯୋଗ କରିଥିବା ଜଣାପଡ଼ିଛି ।

ଏହା ବି ପଢନ୍ତୁ- ରାତି ଅଧରେ ନିଜ ସ୍ତ୍ରୀକୁ ପୁରୁଣା ପ୍ରେମିକ ସହ ଦେଖିଲା ସ୍ୱାମୀ, ଗଛରେ ବାନ୍ଧି ନିର୍ମମ ହତ୍ୟା

ଘଟଣାକୁ ନେଇ ASP ମୁକେଶ ବୈଶ କହିଛନ୍ତି, "ପୀଡିତା ଜଣକ ଗୁରୁବାର ରାତିରେ ଶହଦୋଲ ରେଲୱେ ଷ୍ଟେସନରେ ପହଞ୍ଚିଥିଲେ । ଆଉ ରାତିରେ ସେଠାରେ ରହିଥିଲେ । ଏହାପରେ ସେ ଅଟୋ ନେଇ ଅନ୍ତରା ଗ୍ରାମରେ ପହଞ୍ଚି ବସ୍‌କୁ ଅପେକ୍ଷା କରିଥିଲେ । ଏହାପରେ ଜଣେ ବ୍ୟକ୍ତି ବାଇକରେ ଆସି ତାଙ୍କୁ ଲିଫ୍ଟ ଦେବା ପାଇଁ କହିଥିଲା । ଏହାପରେ ଅଭିଯୁକ୍ତ ଜଣକ ପୀଡ଼ିତାଙ୍କୁ ଜଙ୍ଗଲକୁ ନେଇ ଦୁଷ୍କର୍ମ କରିଥିଲା । ଅଭିଯୁକ୍ତକୁ ଚିହ୍ନଟ କରାଯାଇ ଗିରଫ କରାଯାଇଛି । ପୀଡ଼ିତାଙ୍କୁ ଶହଦୋଲ ମେଡିକାଲ କଲେଜରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କର ଚିକିତ୍ସା ଜାରି ରହିଛି ।"

ମହାରାଷ୍ଟ୍ରରେ ଘଟିଥିଲା ସମାନ ଘଟଣା:- ଜଣେ ୨୦ ବର୍ଷୀୟ ଯୁବକ ୬୦ ବର୍ଷୀୟ ବୟସ୍କ ମହିଳାଙ୍କୁ ଦୁଷ୍କର୍ମ କରିଥିଲା । ଗତ ଜାନୁଆରୀ ୧୦ ତାରିଖରେ ନାଶିକ ସହରର ଉପନଗର ଅଞ୍ଚଳରେ ଏହି ଘଟଣା ଘଟିଥିଲା । ଏହି ଘଟଣାରେ ପୀଡ଼ିତା ଜଣକ ଜଣେ ପାରାଲିସିସ ରୋଗୀ । ସେ ଏକାକୀ ଏକ ଘରେ ରହୁଥିବା ବେଳେ ଗତ ୭ବର୍ଷ ଧରି ଶଯ୍ୟାଶାୟୀ ଅବସ୍ଥାରେ ପଡ଼ି ରହିଛନ୍ତି । ପୀଡ଼ିତାଙ୍କ ଘରର କିଛି ଦୂରରେ ତାଙ୍କ ଭାଇ ରହୁଥିଲେ । ଅଭିଯୋଗ ଅନୁସାରେ ଜାନୁଆରୀ ୧୦ ତାରିଖ ରାତି ପ୍ରାୟ ୧ଟାରେ ଦୁର୍ବୃତ୍ତ ତାଙ୍କ ଘରେ ଭିତରକୁ ପଶି ବାରମ୍ବାର ଦୁଷ୍କର୍ମ କରିଥିଲା । ଏନେଇ କାହାକୁ କହିଲେ ଜୀବନରୁ ମାରି ଦେବା ଲାଗି ଧମକ ମଧ୍ୟ ଦେଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.