ଭୋପାଳ : ମଧ୍ୟପ୍ରଦେଶ ଛିନ୍ଦଓ୍ବାରା ଜିଲ୍ଲା(Chhindwara district)ରେ ମାଛାଗୋର ଡ୍ୟାମ (Machagora Dam )ରେ ଚାରି ଜଣ ବୁଡି ମୃତ୍ୟୁ ହେବା ଘଟଣା । ଏନେଇ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ତେବେ ମୃତକଙ୍କ ମଧ୍ୟରେ ତିନି ନାବାଳିକା ଓ ଜଣେ ନାବାଳକ ଥିଲେ ।
ସୂଚନା ଅନୁସାରେ, ଛିନ୍ଦଓ୍ବାରା ଜିଲ୍ଲାର ପୁନାରବାସ କଲୋନୀର ତିନି ଜଣ ନାବାଳିକା ଓ ଜଣେ ନାବାଳକ ମାଛାଗୋର ଡ୍ୟାମକୁ ଗାଧୋଇବାକୁ ଯାଇଥିଲେ । ହେଲେ ଦୁର୍ଭାଗ୍ୟବଶତଃ ସେଠାରେ ସମସ୍ତେ ବୁଡି ଯାଇଥିଲେ । ସ୍ଥାନୀୟ ଲୋକ ଓ ଉଦ୍ଧାରକାରୀ ଦଳ ସହାୟତାରେ ସମସ୍ତଙ୍କ ମୃତଦେହକୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା ।
ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଏ ଘଟଣାକୁ ନେଇ (Chief Minister Shivraj Singh Chouhan) ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଦୁଃଖ ପ୍ରକାଶ କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି । ଏହାସହ ଶୋକସନ୍ତପ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ