ETV Bharat / bharat

SEBIର ପ୍ରଥମ ମହିଳା ଅଧ୍ୟକ୍ଷା ହେଲେ ମାଧବୀ ପୁରୀ ବୁଚ

author img

By

Published : Feb 28, 2022, 8:20 PM IST

Updated : Feb 28, 2022, 8:46 PM IST

ଭାରତୀୟ ସିକ୍ୟୁରିଟି ଏବଂ ବିନିମୟ ବୋର୍ଡ (SEBI)ର ନୂତନ ତଥା ପ୍ରଥମ ମହିଳା ଅଧ୍ୟକ୍ଷା ହେଲେ ମାଧବୀ ପୁରୀ ବୁଚ । ଅଧିକ ପଢନ୍ତୁ

SEBIର ପ୍ରଥମ ମହିଳା ଅଧ୍ୟକ୍ଷା ହେଲେ ମାଧବୀ ପୁରୀ ବଚ

ନୂଆଦିଲ୍ଲୀ: ଭାରତୀୟ ସିକ୍ୟୁରିଟି ଏବଂ ବିନିମୟ ବୋର୍ଡ(SEBI)ର ନୂତନ ତଥା ପ୍ରଥମ ମହିଳା ଅଧ୍ୟକ୍ଷା ହେଲେ ମାଧବୀ ପୁରୀ ବୁଚ । ଆଜି ଅଧ୍ୟକ୍ଷ ଅଜୟ ତ୍ୟାଗୀଙ୍କ କାର୍ଯ୍ୟକାଳ ଶେଷ ହେଉଥିବା ବେଳେ ପରବର୍ତ୍ତୀ ମୁଖ୍ୟ ଭାବେ ମାଧବୀଙ୍କୁ ନିଯୁକ୍ତ କରିଛନ୍ତି କେନ୍ଦ୍ର ସରକାର । ମାଧବୀ ପୂର୍ବରୁ ICICI ସିକ୍ୟୁରିଟିର ମୁଖ୍ୟ ଭାବେ ମଧ୍ୟ କାର୍ଯ୍ୟ କରିବା ସହ ୨୦୧୭ ରୁ ୨୦୨୧ ମଧ୍ୟରେ SEBIର ପୂର୍ଣ୍ଣକାଳୀନ ସଦସ୍ୟ ଭାବେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି । ସେ ପ୍ରଥମ ମହିଳା ଭାବେ ଏବି ପଦରେ ନିଯୁକ୍ତି ପାଇଛନ୍ତି ।

ତେବେ ବର୍ତ୍ତମାନର ଅଧ୍ୟକ୍ଷ ତଥା ୧୯୮୪ ବ୍ୟାଚ ହିମାଚଳ ପ୍ରଦେଶ କ୍ୟାଡରର ବରିଷ୍ଠ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଅଜୟ ତ୍ୟାଗୀ ୨୦୧୭ ରେ ଦାୟିତ୍ବ ଗ୍ରହଣ କରିଥିଲେ । ତେବେ ୩ ବର୍ଷ ପରେ ଆଜି ତାଙ୍କ କାର୍ଯ୍ୟକାଳ ଆଜି ଶେଷ ହେଉଛି । ତାଙ୍କ ଠାରୁ ନୂତନ ମୁଖ୍ୟ ଭାବେ ମାଧବୀ ଦାୟିତ୍ବ ଗ୍ରହଣ କରିବେ ।

ଅକ୍ଟୋବର 2021 ରେ ସେବି ଅଧ୍ୟକ୍ଷ ପଦ ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ଠାରୁ ଆବେଦନ ଗ୍ରହଣ ବିଜ୍ଞପ୍ତି ଜାରି କରିଥିଲା ଅର୍ଥ ମନ୍ତ୍ରଣାଳୟ । ଡିସେମ୍ବର 2021 ରେ ଆବେଦନ କରିବାକ ଶେଷ ତାରିଖ ପରେ କ୍ୟାବିନେଟ ସଚିବଙ୍କ ନେତୃତ୍ୱରେ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଅର୍ଥନୈତିକ ବ୍ୟାପାର ସଚିବଙ୍କ ସମେତ ତିନିଜଣ ସଦସ୍ୟଙ୍କୁ ନେଇ ଗଠିତ ପ୍ୟାନେଲ ସର୍ଟଲିଷ୍ଟ ହୋଇଥିବା ପ୍ରାର୍ଥୀଙ୍କ ସାକ୍ଷାତକାର ଆଧାରରେ ଏହି ନିଯୁକ୍ତିର ଚୂଡାନ୍ତ ପ୍ରକ୍ରିୟା ଶେଷ କରିଥିଲେ । ସୁପାରିଶ ଆଧାରରେ ମାଧବୀଙ୍କୁ କେନ୍ଦ୍ର ସରକାର ନିଯୁକ୍ତ କରିଥିବା ବେଳେ ସେ ହେଉଛନ୍ତି SEBIର ପ୍ରଥମ ମହିଳା ଅଧ୍ୟକ୍ଷା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 28, 2022, 8:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.