ETV Bharat / bharat

ମିଳିଲାନୀ ଚାକିରି, ଚା’ ଦୋକାନ କରି ଚର୍ଚ୍ଚାରେ ‘MA ଇଂରାଜୀ ଚାଏବାଲୀ’ ଟୁକଟୁକି - ଟୁକଟୁକି ଦାସ

ଚାକିରି ନପାଇ ଚା’ ବିକ୍ରି କରୁଛନ୍ତି କୋଲକାତାର ୨୬ ବର୍ଷୀୟା ଯୁବତୀ ଟୁକଟୁକି ଦାସ । ଆଉ ସବୁଠୁ ବଡକଥା ହେଲା ସେ ଦୋକାନର ନାମ ରଖିଛନ୍ତି 'MA ଇଂରାଜୀ ଚାଏବାଲୀ' । ଅଧିକ ପଢନ୍ତୁ...

ମିଳିଲାନୀ ଚାକିରି, ଚା ଦୋକାନ ଦେଇ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଲେ ଟୁକଟୁକି

author img

By

Published : Nov 13, 2021, 12:39 PM IST

Updated : Nov 13, 2021, 12:54 PM IST

କୋଲକାତା: କୋଲକାତାର ୨୬ ବର୍ଷୀୟା ଯୁବତୀ ଟୁକଟୁକି ଦାସ । ଚା’ ବିକ୍ରି କରି ଏବେ ଚର୍ଚ୍ଚାରେ ଟୁକଟୁକି । କାରଣ ଉଚ୍ଚଶିକ୍ଷା ଲାଭ କରି ବି ଚା’ ବ୍ୟବସାୟରେ ସେ ପେଟ ପୋଷୁଛନ୍ତି । ଇଂରାଜୀରେ MA କରିଥିବା ଟୁକଟୁକି ବି ତାଙ୍କ ଦୋକାନର ନାଁ ରଖିଛନ୍ତି 'MA ଇଂରାଜୀ ଚାଏବାଲୀ' । ଯେଉଁଥିପାଇଁ ଗ୍ରାହକଙ୍କୁ ଅଧିକ ଆକୃଷ୍ଟ କରୁଛି ଏହି ଚା’ ଦୋକାନ । ଉତ୍ତର ୨୪ ପରଗନାର ହାୱଡା ଷ୍ଟେସନରେ ଏହି ଚା’ ବିକ୍ରି କରି ଏବେ ଚର୍ଚ୍ଚାକୁ ଆସିଛନ୍ତି ଟୁକଟୁକି । ହେଲେ ଆପଣଙ୍କ ମନରେ ଏବେ ପ୍ରଶ୍ନ ଉଠୁଥିବ ଜଣେ ଇଂରାଜୀରେ ଏମଏ ଡିଗ୍ରୀ ହାସଲ କରିଥିବା ଯୁବତୀ କାହିଁକି ଚା’ ବିକ୍ରି କରୁଛନ୍ତି ?

ନଜର ପକାନ୍ତୁ କାହିଁକି ଚାକିରି ନକରି ଚା’ ଦୋକନା କଲେ ଟୁକଟୁକି

ଟୁକଟୁକି କଠିନ ପରିଶ୍ରମ କରି ଇଂରାଜୀରେ ଏମଏ ଡିଗ୍ରୀ ହାସଲ କରିଥିଲେ । ହେଲେ ଚାକିରି ନମିଳିବାରୁ ସେ ଚା ଦୋକାନ କରିବାକୁ ଭାବିଲେ । ଦିନେ ସେ ଇଣ୍ଟରନେଟରେ ଜଣେ ଏମବିଏ ଚା ବାଲାଙ୍କ କାହାଣୀ ପ୍ରଥମେ ପଡିଥିଲେ । ଏହାପରେ ସେ ଚା ଦୋକାନ କରିବାକୁ ପ୍ରେରଣା ପାଇଥିଲେ । ଦୁନିଆର କୌଣସି କାମ ଛୋଟ ନୁହଁ ବୋଲି ହୃଦୟଙ୍ଗମ କରି ଟୁକଟୁକି ହାୱଡା ଷ୍ଟେସନରେ ଏକ ଚା ଦୋକାନ ଖୋଲିଥିଲେ । ଯାହାର ନାମ ରଖିଥିଲେ MA ଇଂରାଜୀ ଚାଏବାଲୀ । ଆଉ ଏହା ଦେଖି ଚା ପିଇବାକୁ ଅନେକ ଲୋକଙ୍କ ଭିଡ ଜମେ । ତେବେ ଟୁକଟୁକିଙ୍କ ଚା ଦୋକାନର ଏପରି ନାମକୁ ନେଇ ମଧ୍ୟ ଗଣମାଧ୍ୟରେ ପ୍ରସାରଣ ହୋଇଥିଲା । ଏହାପରେ ଟୁକଟୁକି ଚା ଦୋକାନ କରିବାର କାହାଣୀ ସାମ୍ନାକୁ ଆସିଥିଲା । ତେବେ କେବଳ ଚା ନୁହେଁ ବରଂ ସେ ଏବେ ସ୍ନାକ୍ସ ମଧ୍ୟ ବିକ୍ରି କରୁଛନ୍ତି ।

ଟୁକଟୁକିଙ୍କ ବାପା ଜଣେ ଡ୍ରାଇଭର ହୋଇଥିବା ବେଳେ ଝିଅକୁ ଏକ ଶିକ୍ଷକ ଭାବେ ଦେଖିବାକୁ ସ୍ବପ୍ନ ଦେଖିଥିଲେ । ଏଥି ପାଇଁ ଝିଅକୁ ଏମଏ ପଢାଇଥିଲେ । ହେଲେ ଟୁକଟୁକି ଇଂରାଜୀରେ ଡିଗ୍ରୀ ହାସଲ କରିବା ପରେ ଚା ଦୋକାନ ଦେଇଥିବାରୁ ଏଥିରେ ସେ ଖୁସିନଥିଲେ । କିନ୍ତୁ ଟୁକଟୁକି ଏବେ ଆତ୍ମନିର୍ଭରଶୀଳ ହୋଇଥିବାରୁ ବ୍ୟବସାୟକୁ ନେଇ ବେସ ଖୁସି ଅଛନ୍ତି । ତେବେ କେବଳ ଟୁକଟୁକି ନୁହନ୍ତି ଏମିତି ଅନେକ ଉଚ୍ଚଶିକ୍ଷିତ ଯୁବକ ଯୁବତୀ ଚାକିରି ନପାଇ ଏଭଳି ଛୋଟମୋଟ ବ୍ୟବସାୟ କରି ମଧ୍ୟ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ।

Last Updated : Nov 13, 2021, 12:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.