ETV Bharat / bharat

ଭୟଙ୍କର ଦୁର୍ଘଟଣା, 30 ଫୁଟ ଉପରୁ ଛିଟ୍‌କି ପଡି ଯୁବକ ମୃତ - ପଦଚାରୀ ଯୁବକଙ୍କୁ ପଛ ପଟୁ ପିଟିଲା କାର

ରାଜସ୍ଥାନରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଜଣେ ପଦଚାରୀଙ୍କୁ ପଛ ପଟୁ କାରଟି ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଯୁବକଙ୍କର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

ଧକ୍କା ଦେଲା କାର,30ଫୁଟ ଉପରକୁ ଛିଟିକି ଯୁବକ ମୃତ

author img

By

Published : Nov 6, 2020, 12:31 PM IST

ଜୟପୁର: ରାଜସ୍ଥାନର ସୁଡାଲା ଏଲିବେଟେଡ ରାସ୍ତାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ରାସ୍ତାରେ ଜଣେ ପଦଚାରୀଙ୍କୁ ପଛପଟୁ ଗୋଟିଏ କାର ଧକ୍କା ଦେଇଥିଲା । ଫଳରେ ଯୁବକ ଜଣକ 30ଫୁଟ ଉଚ୍ଚ ଉପରକୁ ଛିଟ୍‌କି ପଡିବାରୁ ତାଙ୍କର ମୃତ୍ୟୁ ହୋଇଛି ।

ଧକ୍କା ଦେଲା କାର,30ଫୁଟ ଉପରକୁ ଛିଟିକି ଯୁବକ ମୃତ

ବଡ ବଡିଆଙ୍କ ଅମାନିଆ ଗାଡି ଚାଳନା । ଦାମୀ କାରରେ ଯାଉଥିବା ଦୁଇ ଯୁବତୀ ରାସ୍ତାରେ ଯାଉଥିବା ଜଣେ ପଦଚାରୀ ଯୁବକଙ୍କୁ ପଛ ପଟୁ ଧକ୍କା ଦେଇଥିଲେ । ଫଳରେ ଯୁବକ ଜଣକ 30ଫୁଟ ଉଚ୍ଚକୁ ଉଡି ଜଣଙ୍କ ଛାତରେ ପଡିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି ।

ଦୁର୍ଘଟଣାରେ କାରର ଗୋଟିଏ ପାର୍ଶ୍ବ ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି । ରାସ୍ତାରେ ଯାଉଥିବା ଜଣେ ପଥଚାରୀ ଦୁର୍ଘଟଣା ସମ୍ପର୍କରେ ପୋଲିସକୁ ଜଣାଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଏସଏମଏସ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଦୁର୍ଘଟଣା ଘଟାଇଥିବା କାରଟିକୁ ଜବତ କରିଛି ରାଜସ୍ଥାନ ପୋଲିସ । ମୃତକଙ୍କ ପରିବାର ଥାନାରେ ମାମଲା ଦାୟର କଲେ ଘଟଣାର ତଦନ୍ତ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଖବର ଅନୁସାରେ, ଯୁବକଜଣଙ୍କ ରାଜସ୍ଥାନ ପୋଲିସ ଦ୍ବାରା ଆୟୋଜିତ କନଷ୍ଟେବଳ ପଦବୀରେ ପରୀକ୍ଷା ଦେବାକୁ ଜୟପୁର ଆସିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.