ETV Bharat / bharat

ବେଙ୍ଗାଲୁରୁରୁ ମହାଠକ ଗିରଫ, ଟଙ୍କା ଡବଲ କରିବାକୁ କହି ଚୂନ ଲଗାଇଥିଲେ ୨୫ କୋଟି

author img

By ETV Bharat Odisha Team

Published : Dec 20, 2023, 10:41 PM IST

Fraudsters Arrested in Bengaluru: ନିବେଶ ଉପରେ ଅଧିକ ଲାଭର ଆଶା ଦେଖାଇ ଲୋକଙ୍କ ଠାରୁ କୋଟି କୋଟି ଟଙ୍କା ଠକେଇ ଅଭିଯୋଗ । ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ବେଙ୍ଗାଲୁରୁର ସିସିବି ପୋଲିସ । ଅଧିକ ପଢନ୍ତୁ

ବେଙ୍ଗାଲୁରୁରୁ ମହାଠକ ଯୋଡି ଗିରଫ , ଟଙ୍କା ଡବଲ କରିବାକୁ କହି ଲୁଟିଥିଲେ ୨୫ କୋଟି

ବେଙ୍ଗାଲୁରୁ: ମହାଠକଙ୍କୁ ବାନ୍ଧିଲା ବେଙ୍ଗାଲୁରୁର ସିସିବି ପୋଲିସ । ଟଙ୍କା ଡବଲର ଲୋଭ ଦେଖାଇ 25 କୋଟି ଚୂନ ଲଗାଇଥିବା ଠକଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତଙ୍କ ନାଁ ପ୍ରଦୀପ ଏବଂ ବସନ୍ତ କୁମାର ଅଟେ । ଅଭିଯୁକ୍ତ ବସନ୍ତ ଏବଂ ତାର ପତ୍ନୀ ସୌମ୍ୟା କୋନାନକୁଣ୍ଟେ ପୋଲିସ ଷ୍ଟେସନ ଅନ୍ତର୍ଗତ ଅଞ୍ଚଳରେ ପ୍ରମ୍ୟା ଇଣ୍ଟରନ୍ୟାସନାଲ କମ୍ପାନୀ ଖୋଲିଥିଲେ । ସେ ଏହି ନାଁରେ ମଧ୍ୟ ଏକ ୱେବସାଇଟ ଖୋଲିଥିଲା । ଏଥିରେ ଟଙ୍କା ନିବେଶ କଲେ ଡବଲ ଟଙ୍କା ମିଳିବ ବୋଲି ଲୋଭନୀୟ ପ୍ରତିଶୃତି ମଧ୍ୟ ଦେଇଥିଲେ ।

ତା ସହିତ କାମ ଆମର ଏବଂ ଟଙ୍କା ଆପଣଙ୍କର ପ୍ରତିଶ୍ରୁତି ସହିତ ଏଥିସହ ମିଳୁଥିବା ଟଙ୍କା ଉପରେ ୨.୫ % ର ସୁଧ ମଧ୍ୟ ମିଳିବ ବୋଲି କୁହାଯାଇଥିଲା । ଅଭିଯୁକ୍ତ ଜଣକ ୫ହଜାର ଟଙ୍କା ନିବେଶ କଲେ ପ୍ରତିମାସ ୨ % ର ସୁଧ ଏବଂ ବଡ ରାଶି ଜମା କଲେ ୩୦ % ସୁଧ ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିଲା । ଏଭଳି ଲୋଭନୀୟ ଅଫର ଦେଖି ଲୋକ ମାନେ ମଧ୍ୟ ନିବେଶ କରିଥିଲେ । ପୋଲିସ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ ଏହି ଠକ ମାନେ ୭୦୦ରୁ ଊର୍ଦ୍ଧ୍ବ ଲୋକଙ୍କ ଠାରୁ ପ୍ରାୟ ୨୫ କୋଟି ଟଙ୍କାର ଠକାମି କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ ... ପୁଣି ଫେରିଲେ ଛଦ୍ମବେଶଧାରୀ ଲୁଟେରା, ପୋଲିସ କହି ବାଟରୁ ଲୁଟୁଛନ୍ତି ଗହଣା

ଇଞ୍ଜିନିୟର ପାଠପଢା ସାରିଥିବା ଏହି ଦମ୍ପତି ଖୁବ କମ ଦିନରେ ଅଧିକ ଟଙ୍କା ରୋଜଗାରର ସ୍ବପ୍ନ ଦେଖିଥିଲେ । ସେହି ଅନୁସାରେ ଅଭିଯୁକ୍ତ ପ୍ରଦୀପ ର ନାମ ରୁ 'ପ୍ର' ଏବଂ ପତ୍ନୀ ସୌମ୍ୟା ର ନାମରୁ 'ମ୍ୟା' କୁ ଯୋଡି ଉଭୟ ପ୍ରମ୍ୟା କମ୍ପାନୀ ଆରମ୍ଭ କରିଥିଲେ । ସେମାନେ ଲୋକଙ୍କୁ ଏହି କମ୍ପାନୀ ଅବୈଧ ଭାବେ ପଞ୍ଜିକୃତ ହୋଇଥିବା କଥା କହିଥିଲେ । ଅଭିଯୁକ୍ତ କହିବା ମୁତାବକ ନିଜର ଏକ ବନ୍ଧୁ ବସନ୍ତକୁମାର ତାଙ୍କୁ ଏକ କମ୍ପାନୀ ଖୋଲିବାକୁ ଏବଂ ଟଙ୍କା ନିବେଶ କରିବାକୁ ବୁଦ୍ଧି ଦେଇଥିଲା ଏବଂ ଅନେକ ଲୋକଙ୍କୁ ସେ ଏହି କମ୍ପାନୀ ରେ ଯୋଡିବା ସହ ନିବେଶ କରାଇଥିଲେ ।

ସେମାନେ କୋନାନକୁଣ୍ଟେ ଓ ଜେପି ନଗରରେ ସେମାନେ ଦୁଇଟି ଶାଖା ଖୋଲିଥିଲେ ଏବଂ ଲୋକଙ୍କ ଦ୍ବାରା ନିବେଶ କରାଇଥିଲେ । ସିସିବିର ଅର୍ଥନୈତିକ ଅପରାଧ ବିଭାଗର ଅଧିକାରୀ ମାନେ ଏହି ଠକେଇ ବିଷୟରେ ତଥ୍ୟ ଏକତ୍ର କରିବା ପରେ ନିଜ ଆଡୁ ମାମଲା ରୁଜୁ କରିଥିଲେ ଏବଂ ପରେ ଏହି ଦୁଇ ଅପରାଧୀଙ୍କୁ ଧରିଥିଲେ । ଏହି ମାମଲାରେ ଅନ୍ୟତମ ଅଭିଯୁକ୍ତ ସୌମ୍ୟା ଏଯାବତ ଫେରାର ଅଛି ଓ ପୋଲିସ ତାର ସନ୍ଧାନ ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.