ETV Bharat / bharat

ମଝି ଆକାଶରେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ କଳି, ଜରୁରୀ ଅବତରଣ କଲା ଲୁଫ୍ତାଂସା ବିମାନ - ଲୁପ୍ତହଂସା ବିମାନ

ବିମାନରେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ବଚସା । ଦିଲ୍ଲୀକୁ ଡାଇର୍ଭଟ ହେଲା ଲୁପ୍ତହଂସା ବିମାନ। ଅଧିକ ପଢନ୍ତୁ

Lufthansa flight
Lufthansa flight
author img

By ETV Bharat Odisha Team

Published : Nov 30, 2023, 8:28 AM IST

ନୂଆଦିଲ୍ଲୀ: ବ୍ୟାଙ୍କକରୁ ମ୍ୟୁନିକ ଯାଉଥିବା ବିମାନରେ ଲଙ୍କାକାଣ୍ଡ । ମଝି ଆକାଶରେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ହେଲା ଯୁକ୍ତିତର୍କ । ଏହା ଉଗ୍ରରୂପ ନେବାରୁ ଦିଲ୍ଲୀକୁ ଡାଇଭର୍ଟ ହେଲା ବିମାନ । ଦିଲ୍ଲୀ ବିମାନବନ୍ଦରରେ ଜରୁରୀ ଅବତରଣ କଲା ଲୁଫ୍ତାଂସା ଏୟାରଲାଇନ୍ସର ବିମାନ । ବୁଧବାର ସକାଳ 10ଟା ସମୟରେ ବିମାନଟି ଜରୁରୀ ଅବତରଣ କରିଥିଲା । କେଉଁ କଥାକୁ ନେଇ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଯୁକ୍ତତର୍କ ହେଲା ତାବା ବର୍ତ୍ତମାନ ଅସ୍ପଷ୍ଟ ରହିଛି । ଜୁରୁରୀ ଅବତରଣ ପରେ ଉଭୟଙ୍କୁ ବିମାନରୁ ବାହାର କରି ଦିଆଯାଇଥିଲା ।

ଲୁଫ୍ତାଂସା ଏୟାରଲାଇନ୍ସର ବିମାନ ବ୍ୟାଙ୍କ୍‌କ୍‌ରୁ ମ୍ୟୁନିକ ଅଭିମୁଖେ ଉଡାଣ କରିଥିଲା । ବିମାନରେ ଯାତ୍ରା କରୁଥିବା ଜର୍ମାନ ଦମ୍ପତିଙ୍କ ମଧ୍ୟରେ କୌଣସି କଥାକୁ ନେଇ ଯୁକ୍ତିତର୍କ ଆରମ୍ଭ ହୋଇଥିଲା । ସ୍ବାମୀ ଜର୍ମାନର ହୋଇଥିବା ବେଳେ ସ୍ତ୍ରୀ ଥାଇଲାଣ୍ଡର । ଯୁକ୍ତିତର୍କ ଉଗ୍ରରୂପ ନେବାରୁ ମହିଳା ଯାତ୍ରୀ ଜଣଙ୍କ ସ୍ବାମୀଙ୍କ ବିରୋଧରେ କ୍ରୁ ସଦସ୍ୟଙ୍କୁ ଅଭିଯୋଗ କରିଥିଲେ । ସ୍ବାମୀ ତାଙ୍କୁ ଧମକ ଦେଉଥିବା ସେ କ୍ରୁ' ସଦସ୍ୟଙ୍କୁ କହିଥିଲେ । ଏହାପରେ ପାଇଲଟ ବିମାନକୁ ଜରୁରୀ ଅବତରଣ ପାଇଁ ଆଇଜିଆଇଟି ଏୟାରପୋର୍ଟ ଏଟିସିଙ୍କୁ ଅନୁମତି ମାଗିଥିଲେ । ବୁଧବାର 10ଟା 26 ମିନିଟରେ ଲୁଫ୍ତାଂସା ଏୟାରଲାଇନ୍ସର ବିମାନ ଜରୁରୀ ଅବତରଣ କରିଥିଲା ।

ଏହା ମଧ୍ଯ ପଢନ୍ତୁ-ବିମାନରେ କ୍ରୁ ସଦସ୍ୟଙ୍କୁ ଦୁର୍ବ୍ୟବହାର କଲେ ନିଶାସକ୍ତ ଯାତ୍ରୀ

ସିଏସ୍ଏଫ୍ ସୁରକ୍ଷା କର୍ମୀ, ବିମାନ କ୍ରୁ' ସଦସ୍ୟ ଏବଂ ଅନ୍ୟ କର୍ମଚାରୀମାନେ ବିମାନରୁ ଓହ୍ଲାଇବା ପରେ ଟର୍ମିନାଲରେ ଏହି ଦମ୍ପତିଙ୍କ ସହ କଥା ହୋଇଥିବା କୁହାଯାଇଥିଲା । କିଛି ସମୟ ମଧ୍ୟରେ ପୁଣିଥରେ ବିମାନ ମ୍ୟୁନିକ୍‌ ଅଭିମୁଖେ ଉଡ଼ାଣ କରିଥିଲା । ଏହି ଘଟଣାକୁ ନେଇ ବିମାନରେ ଥିବା କିଛି ଯାତ୍ରୀ ଅସନ୍ତୋଷ ପ୍ରକାଶ କରିଥିଲେ । କେଉଁ କାରଣକୁ ନେଇ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ବଚସା ହେଲା ତାହା ଜଣାପଡିନାହିଁ ।

ଏହା ମଧ୍ୟ ପଢନ୍ତୁ-ବ୍ୟାଗରେ ବୋମା ଥିବା ଦାବିକଲେ ଯାତ୍ରୀ, ମୁମ୍ବାଇରେ ଜରୁରୀ ଅବତରଣ କଲା ଆକାଶ ଏୟାର ବିମାନ

ଗତ ନଭେମ୍ବର 20 ତାରିଖରେ ଜୟପୁରରୁ ବେଙ୍ଗାଲୁରୁକୁ ଉଡାଣ କରୁଥିବା ଇଣ୍ଡିଗୋ ବିମାନରେ ମଦ୍ୟପାନ କରି କ୍ରୁ ମେମ୍ବରଙ୍କୁ ଦୁର୍ବ୍ୟବହାର କରିଥିଲେ ଜଣେ ଯାତ୍ରୀ । କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଅବତରଣ ପରେ ଯାତ୍ରୀଙ୍କୁ ପୋଲିସ ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.