ETV Bharat / bharat

Inspiring story: ପାଠପଢା ପ୍ରତି ଗଭୀର ନିଷ୍ଠା, ଗୁପଚୁପ ବିକି NETରେ ଉତ୍ତୀର୍ଣ୍ଣ ହେଲେ ଛାତ୍ର

ଗୁପଚୁପ ବିକି NETରେ ଉତ୍ତୀର୍ଣ୍ଣ ହେଲେ ଛାତ୍ର । ପଞ୍ଜାବ ଲୁଧିଆନାର ଛାତ୍ର ଶିବଲିଗ ଗୁପଚୁପ ବିକି NET ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ । ଅନେକଙ୍କ ପାଇଁ ସାଜିଲେ ପ୍ରେରଣାର ଉତ୍ସ । ଅଧିକ ପଢନ୍ତୁ

Inspiring story: ପାଠପଢା ପ୍ରତି ଗଭୀର ନିଷ୍ଠା, ଗୁପଚୁପ ବିକି NETରେ ଉତ୍ତୀର୍ଣ୍ଣ ହେଲେ ଛାତ୍ର
Inspiring story: ପାଠପଢା ପ୍ରତି ଗଭୀର ନିଷ୍ଠା, ଗୁପଚୁପ ବିକି NETରେ ଉତ୍ତୀର୍ଣ୍ଣ ହେଲେ ଛାତ୍ର
author img

By

Published : Dec 9, 2022, 10:11 PM IST

ଚଣ୍ଡିଗଡ଼: ଗୁପଚୁପ ବିକି NETରେ ଉତ୍ତୀର୍ଣ୍ଣ ହେଲେ ଛାତ୍ର । ଗୁପଚୁପ ବିକୁଥିବା ଛାତ୍ରଙ୍କ ଅକ୍ଳାନ୍ତ ପରିଶ୍ରମ ଆଜି ଆଣିଦେଇଛି ବଡ଼ ସଫଳତା । ବ୍ୟବସାୟ ସହିତ ପାଠପଢା ପ୍ରତି ନିଷ୍ଠାଭାବ ଦ୍ବାରା ପଞ୍ଜାବ ଲୁଧିଆନାର ଛାତ୍ର ଶିବଲିଗ ଜାତୀୟ ଯୋଗ୍ୟତା ପରୀକ୍ଷା (NET)ରେ ଉତ୍ତୀର୍ଣ୍ଣ ହୋଇଛନ୍ତି (Ludhiana youth cracks NET while selling golgappas) । ନିଜ ପାଠପଢା ଖର୍ଚ୍ଚ ଲାଗି ଶିବଲିଗ ଗୁପଚୁପ ବିକ୍ରି କରୁଥିବା ବେଳେ ଏହି ସଫଳତା ପାଇଁ ସେ ଆଜି ଅନେକ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇପାରିଛନ୍ତି ।

ଗୁପଚୁପ ବିକ୍ରି କରି ସେଥିରେ ରୋଜଗାର କରୁଥିବା ଅର୍ଥରେ ଶିବଲିଗ ଅର୍ଥନୀତିରେ ସ୍ନାତକୋତ୍ତର ହାସଲ କରିଥିଲେ । ଏହାପରେ ସେ ୟୁଜିସି ନେଟ ପରୀକ୍ଷା (UGC NET exam) ଦେଇଥିଲେ । ଯେଉଁଥିରେ ସେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏବେ ସେ ପ୍ରଫେସର ଭାବେ ଏକ ଚାକିରି ଅନ୍ବେଷଣରେ ରହିଛନ୍ତି । ମାତ୍ର ପ୍ରଫେସର ହେବା ପରେ ମଧ୍ୟ ସେ ନିଜର ପ୍ରଥମ ଚାକିରି ତଥା ଗୁପଚୁପ ବିକ୍ରି କରିବା ଛାଡି଼ବେ ନାହିଁ ବୋଲି କହିଛନ୍ତି । ସେ ସନ୍ଧ୍ୟାରେ ଖାଲି ସମୟ ପାଇଲେ ଗୁପଚୁପ ବିକ୍ରି କରିବେ ବୋଲି କହିଛନ୍ତି ।

ଏହା ବି ପଢନ୍ତୁ- 1000 ଫୁଟ୍ ଉଚ୍ଚରେ 78 ବର୍ଷୀୟା ପଦ୍ମିନୀଙ୍କ ସମର୍ପଣ, ଯବାନଙ୍କୁ ଦେଉଛନ୍ତି ଯୋଗ ଶିକ୍ଷା

ଶିବଲିଗ କହିଥିଲେ ଯେ ଯେତେବେଳେ ସେ ଛୋଟ ହୋଇଥିଲେ ତାଙ୍କ ପିତା କାମ ଛାଡ଼ି ଦେଇଥିଲେ । ପରିବାର ପ୍ରତିପୋଷଣ ଲାଗି ସେ ବାଧ୍ୟ ହୋଇ ଗୁପଚୁପ ବିକ୍ରି କରିଥିଲେ । ଏହାସହିତ ସେ ପାଠପଢା ମଧ୍ୟ ଜାରି ରଖିଥିଲେ । ସକାଳୁ ସେ ପ୍ରଥମେ ଉଠି ପାଠ ପଢୁଥିଲେ । ଏହାପରେ ବିଦ୍ୟାଳୟକୁ ଯାଉଥିଲେ । ବିଦ୍ୟାଳୟରୁ ଆସିବା ପରେ ରାତିରେ ଗୁପଚୁପ ବିକ୍ରି କରୁଥିଲେ । ସେ କେବେ ହେଲେ ନିଜ ପାଠପଢାରେ କୌଣସି ବାଧାବିଘ୍ନକୁ ଆସିବାକୁ ଦେଉନଥିଲେ । ତାଙ୍କ ଜୀବନ ଅନେକ ବାଧାବିଘ୍ନ ଦେଇ ଗତି କରିଥିବା କହିଛନ୍ତି ସେ ।

ଯେତେବେଳେ ସେ କଲେଜ ଯାଉଥିଲେ ତାଙ୍କ ବନ୍ଧୁମାନେ ବାଇକରେ ପଢିବାକୁ ଆସୁଥିଲେ । ମାତ୍ର ସେ ସାଇକେଲ ନେଇ କଲେଜକୁ ଯାଉଥିଲେ । ମାତ୍ର ଏଥିଲାଗି ସେ ନିଜକୁ କେବେ ହେଲେ ଲଜ୍ଜିତ ଅନୁଭବ କରୁଥିଲେ । କିଛି ବନ୍ଧୁ ତାଙ୍କୁ ସମର୍ଥନ କରୁଥିବା ବେଳେ ଅନ୍ୟ କିଛି ବନ୍ଧୁ ତାଙ୍କୁ ନେଇ ଥଟ୍ଟା ପରିହାସ କରୁଥିଲେ । ମାତ୍ର ଏଥିରେ ସେ ବିଚଳିତ ନ ହୋଇ କ୍ରମାଗତ ଭାବେ ନିଜ କର୍ତ୍ତବ୍ୟ ଜାରି ରଖିଥିଲେ । ଆଜି ତାଙ୍କ ସଫଳତା ସମସ୍ତଙ୍କୁ ଭୁଲ ପ୍ରମାଣିତ କରିଛି । ବ୍ୟବସାୟ ସହିତ ପାଠପଢା ଜାରି ରଖି ଆଜି ଜଣେ ସଫଳ ପ୍ରଫେସର ହେବାକୁ ଯାଉଛନ୍ତି ଶିବଲିଗ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.