ETV Bharat / bharat

ଭୋକ କଣ ବୁଝିଛନ୍ତି ଫୁଡମ୍ୟାନ ବିଶାଳ ସିଂହ, ଭୋକିଲାଙ୍କ ଭଗବାନ ସାଜି ଯୋଗାଉଛନ୍ତି ଖାଦ୍ୟ - man provides food to needy people

ଲକ୍ଷ୍ନୌର ଫୁଡମ୍ୟାନ ଭାବରେ ଜଣାଶୁଣା ବିଶାଳ ସିଂହ ଭୋକିଲାଙ୍କ ପେଟକୁ ଖାଦ୍ୟ ଯୋଗାଉଛନ୍ତି । କେହି ଭୋକିଲା ରହିବେ ନାହିଁ ସଂକଳ୍ପକୁ ନେଇ ଆରମ୍ଭ କରିଥିବା ଯାତ୍ରା ଏବେ ଅଭିଯାନରେ ପରିଣତ ହୋଇଛି । ଅଧିକ ପଢନ୍ତୁ

Lucknow Food Man
Story of Lucknow Food Man
author img

By ETV Bharat Odisha Team

Published : Nov 9, 2023, 1:33 PM IST

ଲକ୍ଷ୍ନୌ: କିଛି ଲୋକ ଥାଆନ୍ତି ଅନ୍ୟ ପାଇଁ ବଞ୍ଚନ୍ତି । ଅନ୍ୟର ଦୁଃଖରେ ଦୁଃଖି ଓ ସୁଖରେ ଖୁସି ସାଉଁଟିଥାନ୍ତି । ଦୁନିଆରେ କେହି ଭୋକିଲା ରହିବେ ନାହିଁ । ଏହି ସଂକଳ୍ପକୁ ନେଇ ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ମୌର ଜଣେ ଯୁବକ ଗରିବଙ୍କୁ ପେଟକୁ ଦାନା ଯୋଗାଇ ଆସୁଛନ୍ତି । ଭୋକିଲାଙ୍କ ଭଗବାନ ହୋଇଛନ୍ତି । ଏବେ ତାଙ୍କୁ ସମସ୍ତେ ଲକ୍ଷ୍ନୌର ଫୁଡମ୍ୟାନ ଭାବରେ ଜାଣନ୍ତି । ସେ ହେଉଛନ୍ତି ବିଶାଳ ସିଂହ ଯାହାଙ୍କ ସଂକଳ୍ପ ଏବେ ଅଭିଯାନରେ ପରିଣତ ହୋଇଛି । ଫୁଡ୍‌ମ୍ୟାନ ନାମରେ ପରିଚିତ ବିଶାଳ ସେହି ପରିସ୍ଥିତିର ସାମ୍ନା କରିଛନ୍ତି ଯେବେ ତାଙ୍କୁ ପେଟକୁ ଦାନାଟିଏ ଯୋଗାଡ଼ କରିବା କଷ୍ଟକର ହୋଇଥିଲା । ଆସନ୍ତୁ ଜାଣିବା ଲକ୍ଷ୍ନୌର ଫୁଡମ୍ୟାନଙ୍କ ସମ୍ପର୍କରେ...

ବିଶାଳଙ୍କ ବାପାଙ୍କ ଅସମୟରେ ଦେହାନ୍ତ ହୋଇଥିଲା । ସେବେଠୁ ସଂକଳ୍ପ ନେଇଥିଲେ ସରକାରୀ ହସ୍ପିଟାଲକୁ ଆସୁଥିବା ଗରିବ ଏବଂ ଖାଦ୍ୟ ସମସ୍ୟାରେ ପୀଡ଼ିତ ସମସ୍ତଙ୍କୁ ମାଗଣାରେ ଭୋଜନ ବ୍ୟବସ୍ଥା କରାଇବା । ତାଙ୍କର ଇଚ୍ଛାଶକ୍ତି ଏବଂ ଲୋକଙ୍କ ସହଯୋଗରେ ଆଗକୁ ବଢ଼ି ଚାଲିଛନ୍ତି ବିଶାଳ । କିଙ୍ଗ୍‌ଡାର୍ଜ ଚିକିତ୍ସା ବିଶ୍ବବିଦ୍ୟାଳୟରେ 'ପ୍ରସାଦ ସେବା'ର ଶୁଭାରମ୍ଭ କରିଥିଲେ । ଏବେ ପ୍ରତିଦିନ 1 ହଜାରରୁ ଅଧିକ ଲୋକଙ୍କୁ ଖାଦ୍ୟ ଯୋଗାଇ ଆସୁଛନ୍ତି ବିଶାଳ । ଏପରି କି ଲକ୍ଷ୍ନୌର ଫୁଡମ୍ୟାନ ପରିଚୟ ପାଇଥିବା ବିଶାଳ ତାଙ୍କ ବିଶାଳ ହୃଦୟର ପରିଚୟ ଦେଇଛନ୍ତି ।

ଫୁଡମ୍ୟାନ ବିଶାଳଙ୍କ କାହାଣୀ: ଫୁଡମ୍ୟାନ ପରିଚୟ ପାଇଥିବା ବିଶାଳ ସିଂହଙ୍କ ବାପା 2003ରେ ଗୁରୁଗ୍ରାମର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେହି ସମୟରେ ତାଙ୍କୁ ଭୋକିଲା ରହିବାକୁ ପଡ଼ିଥିଲା । ହସ୍ପିଟାଲରେ କେବଳ ସେ ନୁହନ୍ତି ଅନେକ ଲୋକ ଏପରି ସମସ୍ୟା ଭୋଗୁଛନ୍ତି । ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କ ସମ୍ପର୍କୀୟଙ୍କୁ ଭୋକିଲା ରହିବାକୁ ପଡ଼ୁଥିଲା । ସେବେଠୁ ଭୋକିଲାଙ୍କୁ ଖାଦ୍ୟ ପ୍ରଦାନ କରିବାର ସଂକଳ୍ପ ନେଇଥିଲେ ବିଶାଳ । ଆଜି ତାଙ୍କ ବାପା ତ ନାହାନ୍ତି ହେଲେ ତାଙ୍କ ମନରେ ଭୋକିଲାଙ୍କୁ ଖାଦ୍ୟ ଯୋଗାଡ଼ କରିବାର ସଂକଳ୍ପ ସେମିତି ସତେଜ ରହିଛି । ସମୟ ଏମତି ଥିଲା ଯେ, ତାଙ୍କୁ ଫୋପଡା ଯାଉଥିବା ଖାଦ୍ୟ ଖାଇବାକୁ ପଡିିଥିଲା । ବାପାଙ୍କ ବିୟୋଗ ପରେ ବିଶାଳ ଲକ୍ଷ୍ନୌ ଆସିଥିଲେ । ସାଇକେଲ ଷ୍ଟାଣ୍ଡ ଓ ଚା ଦୋକାନରେ କାମ କରିଥିଲେ । କଠିନ ପରିଶ୍ରମ କରି ରୋଜଗାର କରିଥିଲେ ଏବଂ ଧୀରେଧୀରେ ତାଙ୍କ ଆର୍ଥିକ ସ୍ଥିିତି ସୁଧୁରିଥିଲା ।

ଏହା ବି ପଢନ୍ତୁ...ଭୋକିଲାଙ୍କୁ ଖାଦ୍ୟ ଯୋଗାଉଛନ୍ତି ଗ୍ୟାସ ମେକାନିକ୍

2007ରେ ମିଶନର ଶୁଭାରମ୍ଭ କରିଥିଲେ । ପ୍ରଥମେ ମେଡିକାଲ କଲେଜରେ ଆବଶ୍ୟକୀୟ ଲୋକଙ୍କୁ ଖାଦ୍ୟ ଯୋଗାଉଥିଲେ । ବିଶାଳଙ୍କ ସେବା ଭାବନା ଦେଖି ଚିକିତ୍ସା ବିଶ୍ବବିଦ୍ୟାଳୟ ପ୍ରଶାସନ 2015ରେ ନ୍ୟୁରୋଲୋଜି ବିଭାଗରେ ଆଗରେ କିଛି ଜାଗା ଦେଇଥିଲେ । ସେଠାରେ 'ପ୍ରସାଦ ସେବା' ନାମରେ ଖାଦ୍ୟ ଯୋଗାଣ କେନ୍ଦ୍ରର ଶୁଭାରମ୍ଭ କରିଥିଲେ । ଏବେ ଅନେକ ହସ୍ପିଟାଲରେ 'ପ୍ରସାଦ ସେବା'ର ଶୁଭାରମ୍ଭ କରିଛନ୍ତି । ରୋଜଗାର ଛାଡି ସେବାକୁ ଜୀବନର ସଂକଳ୍ପ କରି ନେଇଥିଲେ ବିଶାଳ । ଦିନକୁ ପ୍ରାୟ 1 ହଜାର ଲୋକଙ୍କୁ ଖାଦ୍ୟ ଯୋଗାଇ ଆସୁଛନ୍ତି । ବିଶ୍ବକୁ କ୍ଷୁଧା ମୁକ୍ତ କରିବାକୁ ଲକ୍ଷ୍ୟ ରଖିଛନ୍ତି ବିଶାଳ । କୋରୋନାରେ ମାଆଙ୍କୁ ହରାଇଥିବା ବିଶାଳ ସେବା ମନୋଭାବ ଛାଡ଼ି ନଥିଲେ । ବିଶାଳ କ୍ଷୁଧାମୁକ୍ତ ବିଶ୍ବସେନା ନାମକ ଅଭିଯାନ ଆରମ୍ଭ କରିଛନ୍ତି । ଏହି ବଦାନ୍ୟତା ପାଇଁ ଆସନ୍ତା ବର୍ଷା ତାଙ୍କୁ ଲଣ୍ଡନ ଯିବାକୁ ଡାକରା ଆସିଛି । ବିଶାଳଙ୍କୁ ଏହି ସେବା ପାଇଁ ଅନେକ ପୁରସ୍କାରରେ ସମ୍ମାନିତ ବି କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.