ନୂଆଦିଲ୍ଲୀ: ସାରା ଓଡିଶାବାସୀଙ୍କ ପାଇଁ ଆଜି ଏକ ଗର୍ବର ଦିନ । ଭାରତୀୟ ସ୍ଥଳସେନାର ଉପମୁଖ୍ୟ ଭାବେ ଦାୟିତ୍ବ ନେଲେ ଜଗତସିଂହପୁର ମାଟିର ପୁଅ ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡୀ ପ୍ରସାଦ ମହାନ୍ତି । ପ୍ରଥମ ଓଡିଆ ଭାବେ ସେ ଏହି ସର୍ବୋଚ୍ଚ ପଦରେ ହେବେ ଅଧିଷ୍ଠିତ । ଲେଫ୍ଟନାଣ୍ଟ ଜେନେରାଲ ଏସ.କେ ସାଇନିଙ୍କ ସ୍ଥାନରେ ଚଣ୍ଡୀ ପ୍ରସାଦ ଦାୟିତ୍ବ ନେଇଛନ୍ତି ।
1982 ମସିହା ଜୁନ 12 ତାରିଖରେ ରାଜପୁତ ରେଜିମେଣ୍ଟରେ ତାଙ୍କୁ ନିଯୁକ୍ତ କରାଯାଇଥିଲା । ସେ ସାଉଥ କମାଣ୍ଡର ମୁଖ୍ୟ ଭାବରେ କାର୍ଯ୍ୟ କରିଥିଲେ । ଗତ 2 ସପ୍ତାହ ତଳେ ତାଙ୍କୁ 42 ତମ ସ୍ଥଳସେନା ଉପମୁଖ୍ୟ ଭାବେ ନିଯୁକ୍ତ କରାଯାଇଥିଲା । ଆଜି ସେ ବିଧିବଦ୍ଧ ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି ।
ଚଣ୍ଡୀ ପ୍ରସାଦଙ୍କୁ ସ୍ଥଳସେନା ଉପମୁଖ୍ୟ ଭାବେ ଜାନୁଆରୀ 18 ତାରିଖରେ ମନୋନୀତ କରାଯାଇଥିଲା । ଏହାର ପରଦିନ ଓଡିଶା ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରି ଆର୍ଶୀବାଦ ନେଇଥିଲେ।