ETV Bharat / bharat

LPG Cylinder Price: ମହଙ୍ଗା ମାଡରୁ ଆଶ୍ବସ୍ତି, କମିଲା ବ୍ୟବସାୟିକ ଗ୍ୟାସ ଦର - ଏଲପିିଜି ବ୍ୟବସାୟିକ ସିଲିଣ୍ଡର ଦର ହ୍ରାସ

ଦେଶବ୍ୟାପୀ ବ୍ୟବସାୟିକ ଏଲପିଜି ଗ୍ୟାସ ସିଲିଣ୍ଡର ଦର ହ୍ରାସ ହୋଇଛି । ଏଲ୍‌ପିଜି ଗ୍ୟାସ୍ ସିଲିଣ୍ଡର ଦାମ୍ ୧୧୫ ଟଙ୍କା ଶସ୍ତା ହୋଇଛି । ୧୯ କେଜି ବିଶିଷ୍ଟ ବ୍ୟବସାୟିକ ସିଲିଣ୍ଡରରେ ଏହି ହ୍ରାସ ଘଟିଛି । ଅଧିକ ପଢନ୍ତୁ

ମହଙ୍ଗା ମାଡରୁ ଆଶ୍ବସ୍ତି, କମିଲା ବ୍ୟବସାୟିର ଗ୍ୟାସ ଦର
LPG Cylinder Price
author img

By

Published : Nov 1, 2022, 9:48 AM IST

ମୁମ୍ବାଇ: ମାସ ଆରମ୍ଭରୁ ମହଙ୍ଗା ମାଡରୁ ଗ୍ରାହକଙ୍କୁ ଆଶ୍ବସ୍ତି । କମିଲା ଏଲପିଜି ସିଲିଣ୍ଡର ଦର । ଦେଶବ୍ୟାପୀ ବ୍ୟବସାୟିକ ଏଲପିଜି ଗ୍ୟାସ ସିଲିଣ୍ଡର ଦର ହ୍ରାସ ହୋଇଛି । ଏଲ୍‌ପିଜି ଗ୍ୟାସ୍ ସିଲିଣ୍ଡର ଦାମ୍ ୧୧୫ ଟଙ୍କା ଶସ୍ତା ହୋଇଛି । ୧୯ କେଜି ବିଶିଷ୍ଟ ବ୍ୟବସାୟିକ ସିଲିଣ୍ଡରରେ ଏହି ହ୍ରାସ ଘଟିଛି । ତେବେ ୧୪ କିଲୋଗ୍ରାମ ଘରୋଇ ସିଲିଣ୍ଡର ଦାମ୍‌ରେ ପରିବର୍ତ୍ତନ ହୋଇନାହିଁ ।

ନଭେମ୍ବର ୧ ଅର୍ଥାତ ଆଜିଠୁ ୧୯ କିଲୋ ବ୍ୟବସାୟିକ ଏଲପିଜି ସିଲିଣ୍ଡର ଦାମ ୧୧୫.୫୦ ପଇସା ଶସ୍ତା ହୋଇଛି । ମାସର ପ୍ରଥମ ଦିନରେ ଇନ୍ଧନ ଦରରେ ହ୍ରାସ ହୋଇଛି ଯାହା ଗ୍ରାହକଙ୍କୁ ଆଶ୍ବସ୍ତି ଦେଇଛି । ବ୍ୟବସାୟିକ ଏଲପିଜି ସିଲିଣ୍ଡର ଦର କମିଥିଲେ ମଧ୍ୟ ଘରୋଇ ରନ୍ଧନ କାର୍ଯ୍ୟରେ ବ୍ୟବହୃତ ୧୪.୨ କେଜି ବିଶିଷ୍ଟ ଏଲପିଜି ସିଲିଣ୍ଡର ଦର ଅପରିବର୍ତ୍ତିତ ରହିଛି । ରିପୋର୍ଟ ଅନୁଯାୟୀ, ନଭେମ୍ବର ୧ରୁ ଦିଲ୍ଲୀରେ ୧୯ କିଲୋଗ୍ରାମ ସିଲିଣ୍ଡରର ଦାମ ୧୧୫.୫ ଟଙ୍କା, କୋଲକାତାରେ ୧୧୩ ଟଙ୍କା, ମୁମ୍ବାଇରେ ୧୧୫.୫ ଟଙ୍କା, ଚେନ୍ନାଇରେ ୧୧୬.୫ ଟଙ୍କା ଶସ୍ତା ହୋଇଛି । ଏହା ପୂର୍ବରୁ ଅକ୍ଟୋବର ୧ରେ ସିଲିଣ୍ଡରର ଦାମ ୨୫ ଟଙ୍କା ଶସ୍ତା ହୋଇଥିଲା ।

ଏହା ବି ପଢନ୍ତୁ...ଦେଶରେ ୪୦ ପଇସା ଶସ୍ତା ହେଲା ପେଟ୍ରୋଲ-ଡିଜେଲ

ନୂଆ ଦର ଲାଗୁ ହେବା ପରେ ରାଜଧାନୀ ଦିଲ୍ଲୀରେ ବ୍ୟବସାୟିକ ସିଲିଣ୍ଡରର ଦାମ 1744ଟଙ୍କା ଥିବାବେଳେ ମୁମ୍ବାଇରେ୧୮୪୪ ଟଙ୍କା ଥିବା ସିଲିଣ୍ଡର ଏବେ ୧୬୯୬ ଟଙ୍କାରେ ମିଳିବ । ଚେନ୍ନାଇରେ ୨୦୦୯.୫୦ ଟଙ୍କା ସ୍ଥାନରେ ୧୮୯୩ରେ ମିଳିବ। ସେହିପରି ଏହା ଏବେ ୧୮୪୬ ଟଙ୍କାରେ ମିଳିବ ଯେଉଁଠି ପୂର୍ବରୁ 1995.50 ଟଙ୍କା ଦାମ ଥିଲା । ଗ୍ରାହକଙ୍କୁ ଆଶ୍ବସ୍ତି ପାଇଁ ସରକାର ବ୍ୟବସାୟିକ ଗ୍ୟାସ ଦର କମ କରୁଛନ୍ତି ମାତ୍ର ଘରୋଇ ସିଲିଣ୍ଡରର ଦାମ କମୁନାହିଁ । ଗତ ଜୁଲାଇ ୬ ତାରିଖ ପରଠୁ କୌଣସି ପରିବର୍ତ୍ତନ ହୋଇନାହିଁ । 6 ମାସ ପରେ ଦେଶରେ ତେଲ ଦର ମଧ୍ୟ କମିଛି ।

କଣ ଅଛି ଘରୋଇ ସିଲିଣ୍ଡର ଦର...

ଦିଲ୍ଲୀରେ ଘରୋଇ ସିଲିଣ୍ଡର ଦର 1053 ଟଙ୍କା ଅଛି । ଚେନ୍ନାଇରେ 1068, ମୁମ୍ବାଇରେ 1052 ଟଙ୍କା ରହିଛି । ଦେଶରେ ଗ୍ୟାସ କମ୍ପାନୀ ପ୍ରତି ମାସ ପ୍ରଥମ ତାରିଖରେ ଏଲପିଜି ଗ୍ୟାସ ସିଲିଣ୍ଡର ଦର ହ୍ରାସ କରୁଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.