ETV Bharat / bharat

ଜେଲରୁ ମୁକୁଳିଲା ଲଭପ୍ରୀତ ତୁଫାନ, ଖଲିସ୍ତାନୀଙ୍କ ସମର୍ଥକଙ୍କ ସହ ବୈଠକ ପରେ ନିଆଗଲା ନିଷ୍ପତ୍ତି

ଶୁକ୍ରବାର 'ୱାରିସ ପଞ୍ଜା ଦେ' ସଂଗଠନର ମୁଖ୍ୟ ଅମୃତପାଲ ସିଂଙ୍କ ଘନିଷ୍ଠ ସହଯୋଗୀ ଲଭପ୍ରୀତ ତୁଫାନକୁ ଜେଲରୁ ମୁକ୍ତ କଲା ପଞ୍ଜାବ ପୋଲିସ । ଅଧିକ ପଢନ୍ତୁ

author img

By

Published : Feb 25, 2023, 9:30 AM IST

Lovepreet Singh Tofan
Lovepreet Singh Tofan

ଚଣ୍ଡିଗଡ଼: ପଞ୍ଜାବ ଅଜନାଲା ଥାନାରେ ଖଲିସ୍ତାନୀ ସମର୍ଥକଙ୍କ ହଡକମ୍ପ ପରେ ୟୁ-ଟର୍ଣ୍ଣ ମାରିଲା ପଞ୍ଜାବ ପୋଲିସ । ଶୁକ୍ରବାର 'ୱାରିସ ପଞ୍ଜା ଦେ' ସଂଗଠନର ମୁଖ୍ୟ ଅମୃତପାଲ ସିଂଙ୍କ ଘନିଷ୍ଠ ସହଯୋଗୀ ଲଭପ୍ରୀତ ତୁଫାନକୁ ଜେଲରୁ ମୁକ୍ତ କଲା ପୋଲିସ । ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ଘଟଣାରେ ସେ ସେଠାରେ ଉପସ୍ଥିତ ନଥିବାର ପ୍ରମାଣ ଦେଇଥିବାରୁ ପୋଲିସ ତାକୁ ମୁକ୍ତ କରିଛି । ଲଭପ୍ରୀତକୁ ଜେଲରୁ ମୁକ୍ତ କରିବା ସମୟରେ ବିପୁଳ ପୋଲିସ କର୍ମୀ ନିୟୋଜିତ ହୋଇଥିବା ବେଳେ ଏବେ ସ୍ଥିତି ନିୟନ୍ତ୍ରଣରେ ରହିଛି ।

ଜଣେ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଲଭପ୍ରୀତକୁ ଗିରଫ କରିଥିଲା ପୋଲିସ । ଲଭପ୍ରୀତଙ୍କ ଗିରଫଦାରୀକୁ ବିରୋଧ କରି ଗତକାଲି ପଞ୍ଜାବ ଅମୃତସରର ଅଜନାଲା ଥାନା ଭିତରେ ପୋଲିସ କର୍ମୀଙ୍କ ଉପରେ ଆକ୍ରମଣ ମଧ୍ୟ ହୋଇଥିଲା । ଅନେକ ସଂଖ୍ୟାରେ ଖଲିସ୍ତାନୀ ସମର୍ଥକମାନେ ମାରଣାସ୍ତ୍ର ଧରି ପୋଲିସ କର୍ମୀଙ୍କୁ ଆକ୍ରମଣ କରିଥିଲେ । ‘ୱାରିସ ପଞ୍ଜାବ ଦେ’ ସଂଗଠନର ମୁଖ୍ୟ ଅମୃତପାଲ ସିଂଙ୍କ ଘନିଷ୍ଠ ସହଯୋଗୀ ଲଭପ୍ରୀତ ତୁଫାନଙ୍କ ଗିରଫ ହେବା ପରେ ଏହାକୁ ବିରୋଧ କରି ନିହାଙ୍ଗ ଶିଖ୍ ଏହି ଆକ୍ରମଣ କରିଥିଲା ।

ଏହା ବି ପଢନ୍ତୁ- ଥାନା ଭିତରେ ପଶି ପୋଲିସକୁ ହାଣିଲେ ଖଲିସ୍ତାନୀ ସମର୍ଥକ ଗୋଷ୍ଠୀ, ବହୁ ପୋଲିସକର୍ମୀ ଆହତ

ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ (SIT) ବର୍ତ୍ତମାନ ‘ୱାରିସ ପଞ୍ଜାବ ଦେ’ ସଂଗଠନ ମୁଖ୍ୟ ଅମୃତପାଲଙ୍କ ସହଯୋଗୀଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ମାମଲାର ଯାଞ୍ଚ କରିବ। ପୋଲିସ ଏନେଇ ସୂଚନା ଦେବା ପରେ ମଧ୍ୟ ବିକ୍ଷୋଭକାରୀମାନେ ପୋଲିସ ଷ୍ଟେସନ ବାହାରେ ଡେରା ପକାଇଛନ୍ତି । ପଞ୍ଜାବ ପୋଲିସର ସୀମା ଜୋନ ଆଇଜି ମୁନିଶ ଚାୱଲା ଏବଂ ଅମୃତସର (ଗ୍ରାମୀଣ) ଏସଏସପି ସତୀନ୍ଦର ସିଂ କହିଛନ୍ତି ଯେ ୱାରିସ ପଞ୍ଜାବ ଦେ ପ୍ରତିନିଧୀଙ୍କ ସହ ପୋଲିସ ଅଧିକାରୀଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଛି । ଏହାର ସଂଗଠକମାନେ ଆଗକୁ ବିଶୃଙ୍ଖଳା ପରିସ୍ଥିତି ଉପୁଜାଇବେ ନାହିଁ ବୋଲି ପ୍ରତିଶୃତି ଦେଇଛନ୍ତି ।

କଣ ମାମଲା: ସୂଚନା ଥାଉ କି ଗତ ୧୭ ତାରିଖରେ ବିରେନ୍ଦ୍ର ସିଂ ନାମକ ଜଣେ ବ୍ୟକ୍ତିଙ୍କ ବୟାନକୁ ଆଧାର କରି ପୋଲିସ ‘ୱାରିସ ପଞ୍ଜାବ ଦେ’ ସଂଗଠନର ମୁଖ୍ୟ ଅମୃତପାଲ ସିଂଙ୍କ ସମେତ ୬ ଜଣ ସହଯୋଗୀ, ୨୦ ଅନ୍ୟ ଅଜଣା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ବୀରେନ୍ଦ୍ର ଅଭିଯୋଗ କରିଥିଲେ ଯେ ଅମୃତପାଲ ଓ ତାର ସହଯୋଗୀ ତାକୁ ଅପହରଣ କରିବା ପରେ ମାରପିଟ କରିଥିଲେ । ଏହାସହିତ ତା ନିକଟରେ ଥିବା ଟଙ୍କା ମଧ୍ୟ ଲୁଟି ନେଇଥିଲେ । ଏହାପରେ ପୋଲିସ ଅମୃତପାଲଙ୍କ ସହଯୋଗୀଙ୍କୁ ଗିରଫ କରିବା ଲାଗି ରେଡ କରିଥିଲା । ଏହାପରେ ଅମୃତପାଲ ନିଜ ସମର୍ଥକଙ୍କୁ ଅଜନାଲା ଥାନା ଘେରାଉ କରିବା ଲାଗି ଆହ୍ବାନ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.