ETV Bharat / bharat

ନୂଆବର୍ଷରେ ରାହୁଲଙ୍କ ବାର୍ତ୍ତା, ପ୍ରତି ଗାଁ ଓ ସହରରେ ଖୋଲିବ ପ୍ରେମର ଦୋକାନ - ରାହୁଲଙ୍କ ପ୍ରେମର ଦୋକାନ ବାର୍ତ୍ତା

ନୂଆବର୍ଷ 2023କୁ ସ୍ବାଗତ ଜଣାଇ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ନବବର୍ଷର ବାର୍ତ୍ତା ଦେଇ ରାହୁଲ କହିଛନ୍ତି ଆଶା କରୁଛି କି 2023ରେ ପ୍ରତି ଗାଁ ଓ ସହରରେ ପ୍ରେମର ଦୋକାନ ଖୋଲିବ ( Rahul gandhi love shop statement ) । ଅଧିକ ପଢନ୍ତୁ

ରାହୁଲ ଗାନ୍ଧୀଙ୍କ ନୂଆବର୍ଷ ବାର୍ତ୍ତା
Rahul Gandhi new year message
author img

By

Published : Jan 2, 2023, 7:52 AM IST

ନୂଆଦିଲ୍ଲୀ: ଦେଶବାସୀଙ୍କୁ ନୂଆବର୍ଷର ଶୁଭେଚ୍ଛା ଜଣାଇଛନ୍ତି ରାହୁଲ ଗାନ୍ଧୀ । 2023ରେ ପ୍ରତି ଗାଁ, ଗଳି ଓ ସହରରେ ପ୍ରେମର ଦୋକାନ ଖୋଲିବ ବୋଲି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଟ୍ବିଟ କରି କହିଛନ୍ତି । ନବବର୍ଷ ବାର୍ତ୍ତାରେ କଂଗ୍ରେସ ନେତା ଏହି ମନ୍ତବ୍ୟ ଦେଇଛନ୍ତି । ନୂଆବର୍ଷରେ ଏକ ସାମ୍ବାଦିକ ସମ୍ମିଳନୀରେ ଦେଶର ରାଜନୀତିକୁ ନେଇ ମଧ୍ୟ ଅନେକ କଥା କହିଥିଲେ ।

  • उम्मीद है, 2023 में, हर गली, हर गांव, हर शहर में खुलेगी, मोहब्बत की दुकान 🇮🇳❤️

    Wishing everyone a very Happy New Year! pic.twitter.com/xgMJQ0b8wi

    — Rahul Gandhi (@RahulGandhi) December 31, 2022 " class="align-text-top noRightClick twitterSection" data=" ">

ନୂଆବର୍ଷରେ ଭାରତ ଯୋଡ ଯାତ୍ରାକୁ ନେଇ ଟ୍ବିଟରରେ ଏକ ପୋଷ୍ଟ ମଧ୍ୟ କରିଛନ୍ତି ରାହୁଲ ଗାନ୍ଧୀ । ଯେଉଁଥିରେ ପାଖାପାଖି ଦଶନ୍ଧି ମଧ୍ୟରେ ଦଳର ଏହି ଲମ୍ବା ଯାତ୍ରାର ଫଟୋ ରହିଛି । ଭିଡିଓକୁ ଟ୍ବିଟ କରି ରାହୁଲ ଗାନ୍ଧୀ ଲେଖିଛନ୍ତି, '' ଆଶା କରାଯାଉଛି 2023ରେ ପ୍ରତି ଗଳି, ପ୍ରତି ଗାଁ ଓ ସହରରେ ପ୍ରେମର ଦୋକାନ ( Mohabbat ki Dukaan ) ଖୋଲିବ।'' ସର୍ବପୁରାତନ ଦଳର ଏହି ଭାରତ ଯୋଡ ଯାତ୍ରା ଚଳିତ ମାସ ଶେଷ ସୁଦ୍ଧା ଜମ୍ମୁ କାଶ୍ମୀରରେ ଶେଷ ହେବ । 2024 ପାଇଁ ଏହା ଦଳର ସମରସଜ୍ଜା । ଦଶନ୍ଧି ମଧ୍ୟରେ ଏହା ଦଳର ସବୁଠୁ ବଡ କାର୍ଯ୍ୟକ୍ରମ ।

ଏହା ବି ପଢନ୍ତୁ...ଚନ୍ଦ୍ରବାବୁ ନାଇଡୁଙ୍କ କାର୍ଯ୍ୟକ୍ରମରେ ପୁଣି ଦଳାଚକଟା, 3 ମୃତ

ପୂର୍ବରୁ ପ୍ରେମ ଓ ଘୃଣାକୁ ନେଇ ରାହୁଲ ଗାନ୍ଧୀ ଆରଏସଏସ ଓ ବିଜେପିକୁ ଟାର୍ଗେଟ କରିଥିଲେ । 2024 ନିର୍ବାଚନ ପାଇଁ ତାଙ୍କ ଦଳର ଅନେକ ସହକର୍ମୀ ତାଙ୍କୁ ବିରୋଧୀ ଦଳ ପ୍ରାର୍ଥୀ କରାଯିବା ନେଇ କହୁଛନ୍ତି । ରାହୁଲ ଗାନ୍ଧୀ କ୍ଷମତା ପାଇଁ ରାଜନୀତି କରନ୍ତି ନାହିଁ, ବରଂ ଦେଶର ଲୋକଙ୍କ ପାଇଁ ଯିଏ କ୍ଷମତାକୁ ଆସିବ ବୋଲି ଚାହାନ୍ତି ସେ ହେଲେ ରାହୁଲ ବୋଲି କହିଥିଲେ କଂଗ୍ରେସ ନେତା କମଲ ନାଥ । 2014 ପରଠୁ ପରାଜୟ ପଥରେ ଥିବା ଦଳ ଅଣ୍ଟା ସଳଖିବାକୁ କସରତ କରୁଛି । ଜନତାଙ୍କ ମନରେ ଘର କରିବାକୁ ବିଶ୍ବାସ ଜିତିବାକୁ ନୂଆ ରଣନୀତି ପ୍ରସ୍ତୁତ କରୁଛି କଂଗ୍ରେସ । 2024ରେ କିଛି ସଫଳତା ପାଇବାକୁ ଆଶା ରଖିଛି । ଦଳର ଜାରି ଥିବା ଭାରତ ଯୋଡ ଯାତ୍ରା କିଛି ମାତ୍ରାରେ ସଫଳତା ଆଣିବ ବୋଲ ସମ୍ଭାବନା ରହିଛି ।

ଏହା ବି ପଢନ୍ତୁ...Suryanagari Express Derailed: ଟ୍ରାକରୁ ଖସିଲା ସୂର୍ଯ୍ୟନଗରୀ ଏକ୍ସପ୍ରେସର 8ଟି ବଗି

ପ୍ରକାଶ ଥାଉ କି, ସେପ୍ଟେମ୍ବର 7ରୁ କନ୍ୟାକୁମାରୀରୁ ଭାରତ ଯୋଡ଼ ଯାତ୍ରା ଆରମ୍ଭ କରିଛି କଂଗ୍ରେସ । 2024 ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ବହୁ ପ୍ରତୀକ୍ଷିତ 150 ଦିନିଆ ‘ଭାରତ ଯୋଡ଼ ଯାତ୍ରା’ ଆରମ୍ଭ କରିଛି । ଏଥିରେ ଦଳ 10 ରାଜ୍ୟ ଓ 2 କେନ୍ଦ୍ର ଶାସିତ ଅଞ୍ଚଳ ପରିକ୍ରମା କରିବ । ଚଳିତ ବର୍ଷ ଫେବୃଆରୀ ପହିଲା ସୁଦ୍ଧା ଯାତ୍ରା ଶେଷ କରିବାକୁ ଲକ୍ଷ୍ୟ ରଖିଛି ଦଳ । ଏହି ଯାତ୍ରାରେ ଦଳ ସହ ବହୁ ପ୍ରତିଷ୍ଠିତ ବ୍ୟକ୍ତି ସାମିଲ ହେଉଥିବା ଦେଖିବାକୁ ମିଳିଛି । ଯେପରି ଆଇବିଆଇ ପୂର୍ବତନ ଗଭର୍ଣ୍ଣର ଅଭିନେତା କମଲ ହାସନ ଯାତ୍ରାରେ ସାମିଲ ହୋଇଥିଲେ । ଜାନୁଆରୀ 26ରୁ କଂଗ୍ରେସର ହାତ ସହ ହାତ ଯୋଡ ଅଭିଯାନ ଆରମ୍ଭ ହେବ । ଏ ଦୁଇ ଯାତ୍ରା ଦଳକୁ ଅଣ୍ଟା ସଳଖିବାକୁ କେତେ ସହାୟକ ହେଉଛି ତାହା ଦେଖିବାକୁ ବାକି ରହିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.