ETV Bharat / bharat

ଅନଲାଇନ ଲୁଡୁ ଖେଳରୁ ମିଶିଲା ମନ: ବିହାର ପୁଅକୁ ଜୀବନସାଥୀ କଲେ ୟୁପି ଝିଅ

author img

By

Published : Apr 26, 2023, 11:48 AM IST

ଅନଲାଇନରେ ଲୁଡୁ ଖେଳୁ ଖେଳୁ ପ୍ରେମ ହୋଇଗଲା । ପ୍ରେମିକ ପାଇଁ ଉତ୍ତର ପ୍ରଦେଶରୁ ବିହାରକୁ ଲୁଚି ପଳାଇ ଆସିଲେ ଯୁବତୀ । ଅଧିକ ପଢନ୍ତୁ

ଅନଲାଇନ ଲୁଡୁ ଖେଳରୁ ପ୍ରେମ
ଅନଲାଇନ ଲୁଡୁ ଖେଳରୁ ପ୍ରେମ

ପାଟନା: ଅନଲାଇନ ଲୁଡୁ ଖେଳରୁ ଆରମ୍ଭ ହେଲା ଲଭଷ୍ଟୋରୀ । ଲୁଡୁ ଖେଳୁ ଖେଳୁ ପ୍ରେମ ହୋଇଗଲା । ବିହାରୀ ପୁଅର ପ୍ରେମର ପଡିଗଲେ ଉତ୍ତର ପ୍ରଦେଶ ଝିଅ । ଲୁଡୁ ଖେଳର ହାର୍‌ ଜିତ୍ ଭିତରେ ନିଜର ହୃଦୟ ହରାଇ ବସିଲେ । ଶେଷରେ ପ୍ରେମ ପାଇଁ ଘର ପରିବାରକୁ ପର କରି ପ୍ରେମିକ ପଙ୍କଜ ପାଖକୁ ଲୁଚି ପଳାଇ ଆସିଲେ ନେହା । ଏମିତି ଏକ ନିଆରା ପ୍ରେମ କାହାଣୀ ସାମ୍ନାକୁ ଆସିଛି ବିହାର ରାଜ୍ୟର ଗୟାରୁ ।

ଅନଲାଇନ ଲୁଡୁ ଖେଳରୁ ପ୍ରେମ
ଅନଲାଇନ ଲୁଡୁ ଖେଳରୁ ପ୍ରେମ

ସୂଚନା ମୁତାବକ, ଗୟା ଜିଲ୍ଲା ଟିକାରୀ ଅଞ୍ଚଳର ଚନ୍ଦ୍ରଶେଖର ଚୌଧୁରୀଙ୍କ ପୁଅ ହେଉଛନ୍ତି ପଙ୍କଜ ଚୌଧୁରୀ । ଅନଲାଇନ ଲୁଡୁ ଖେଳରେ ପଙ୍କଜ ଉତ୍ତର ପ୍ରଦେଶ କୁଶିନଗରର ନେହା ନାମକ ଯୁବତୀଙ୍କ ସମ୍ପର୍କରେ ଆସିଥିଲେ । ଦୁହେଁ ଏକାସଙ୍ଗେ ଲୁଡୁ ଖେଳୁଥିଲେ । ଖେଳକୁ ନେଇ ଦୁହିଁଙ୍କ ମଧ୍ୟରେ କଥାବାର୍ତ୍ତା ଆରମ୍ଭ ହୋଇଥିଲା । ଏମିତି ଗେମ୍ ଖେଳୁ ଖେଳୁ ଦିନେ ସେମାନଙ୍କୁ ପ୍ରେମ ହୋଇଗଲା । ଖେଳ ଖେଳରୁ ପ୍ରଥମେ ବନ୍ଧୁତା ପରେ ପ୍ରେମ ସମ୍ପର୍କ ଗଢି ଉଠିଲା ।

ଅନଲାଇନ ଲୁଡୁ ଖେଳରୁ ପ୍ରେମ
ଅନଲାଇନ ଲୁଡୁ ଖେଳରୁ ପ୍ରେମ

ନେହା ଓ ପଙ୍କଜ ପରସ୍ପରକୁ ବିବାହ କରିବାକୁ ଚାହୁଁଥିଲେ । ସେଥିପାଇଁ ଯୁବତୀ ନିଜ ପରିବାରକୁ ଛାଡି ପ୍ରେମିକ ପାଖକୁ ଗୟା ଲୁଚି ପଳାଇ ଆସିଥିଲେ । ପ୍ରେମିକର ଘରେ ପହଞ୍ଚି ବିବାହ ପାଇଁ ତାଙ୍କର ବାପାମାଆଙ୍କୁ ଗୁହାରି କରିଥିଲେ । ଏପଟେ ଯୁବତୀଙ୍କ ପରିବାର ଲୋକେ ତାଙ୍କର ନିଖୋଜ ସମ୍ପର୍କରେ ଥାନାରେ ଅଭିଯୋଗ କରିଥିଲେ । ଝିଅ ଗୟା ଟିକାରୀ ଅଞ୍ଚଳରେ ଥିବା ଜଣାପଡିବା ପରେ ପୋଲିସ ସେଠାରେ ପହଞ୍ଚିଥିଲା । ଶେଷରେ ସେମାନଙ୍କ ପ୍ରେମ ଆଗରେ ହାର୍ ମାନିଥିଲେ ପରିବାର ଲୋକେ । ଦୁଇ ଜଣଯାକ ସାବାଳକ ହୋଇଥିବାରୁ ଶେଷରେ ଦୁଇ ପରିବାର ବିବାହ ପାଇଁ ସହମତି ହୋଇଥିଲେ ।

ଏହାମଧ୍ୟ ପଢନ୍ତୁ: UKରେ ନିର୍ମାଣ ହେବ ପ୍ରଥମ ଜଗନ୍ନାଥ ମନ୍ଦିର, ଓଡ଼ିଶା ଶିଳ୍ପପତି ଦେଲେ ୨୫୦କୋଟି

ଏହାପରେ ନେହା ଓ ପଙ୍କଜଙ୍କ ବିବାହ ହୋଇଥିଲା । ପ୍ରେମିକ ହାତରୁ ସିନ୍ଦୁର ପିନ୍ଧି ବଧୂ ସାଜିଥିଲେ ନେହା । ବିବାହ ପରେ ଏବେ ଦୁହେଁ ବହୁତ ଖୁସିରେ ଅଛନ୍ତି । ଦୁହିଁଙ୍କ ପରିବାର ଲୋକେ ମଧ୍ୟ ପିଲାଙ୍କ ଖୁସିରେ ଖୁସି ହୋଇଛନ୍ତି । ତେବେ ଏହି ପ୍ରେମୀ ଯୁଗଳ ପ୍ରଥମେ ନୋଟାରୀ ମାଧ୍ୟମରେ ବିବାହ କରିଥିଲେ । ପରେ ମନ୍ଦିରରେ ଅଗ୍ନିକୁ ସାକ୍ଷୀ ରଖି ସାଥ ଜନ୍ମର ସାଥୀ ହୋଇଥିଲେ । ବର୍ତ୍ତମାନ ଦୁହିଁଙ୍କ ଲଭଷ୍ଟୋରୀକୁ ନେଇ ସ୍ଥାନୀୟ ଅଞ୍ଚଳରେ ଖୁବ୍ ଚର୍ଚ୍ଚା ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.