ETV Bharat / bharat

ମହାଦେବଙ୍କୁ ମିଳିଲା ଲିଗାଲ ନୋଟିସ, ହାଜର ନହେଲେ ଗଣିବେ ତଣ୍ଡ

author img

By

Published : Mar 21, 2022, 10:28 PM IST

ଛତିଶଗଡ଼ରେ ଏକ ଅଜବ ମାମଲା ଦେଖିବାକୁ ମିଳିଛି । ଏଠାରେ ମହାଦେବ ଶିବଙ୍କୁ ମିଳିଛି ହାଇକୋର୍ଟଙ୍କ ନୋଟିସ । ଖାଲି ସେତିକି ନୁହେଁ କେଉଁଦିନ କୋର୍ଟରେ ଆସି ହାଜର ହେବେ ସେନେଇ ତାରିଖ ମଧ୍ୟ ଦିଆଯାଇଛି । ଅଧିକ ପଢ଼ନ୍ତୁ

ମହାଦେବଙ୍କୁ ମିଳିଲା ଲିଗାଲ ନୋଟିସ, ହାଜର ନହେଲେ ଗଣିବେ ତଣ୍ଡ
ମହାଦେବଙ୍କୁ ମିଳିଲା ଲିଗାଲ ନୋଟିସ, ହାଜର ନହେଲେ ଗଣିବେ ତଣ୍ଡ

ରାୟପୁର: ଛତିଶଗଡ଼ରେ ଏକ ଅଜବ ମାମଲା ଦେଖିବାକୁ ମିଳିଛି । ଏଠାରେ ମହାଦେବ ଶିବଙ୍କୁ ମିଳିଛି ହାଇକୋର୍ଟଙ୍କ ନୋଟିସ । ଖାଲି ସେତିକି ନୁହେଁ କେଉଁଦିନ କୋର୍ଟରେ ଆସି ହାଜର ହେବେ ସେନେଇ ତାରିଖ ମଧ୍ୟ ଦିଆଯାଇଛି । ଛତିଶଗଡ଼ ରାୟଗଡ଼ ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା ।

ବେଆଇନ ଭାବରେ ଜମି ଜବରଦଖଲ କରିଥିବା ଅଭିଯୋଗରେ ରାୟଗଡ଼ ତହସିଲରେ ୧୦ ଜଣଙ୍କୁ ପକ୍ଷଭୁକ୍ତ କରାଯାଇଛି । ୧୦ ଜଣଙ୍କ ମଧ୍ୟରେ ମହାଦେବ ଶିବ ମଧ୍ୟ ସାମିଲ ରହିଛନ୍ତି । ଏହି ମାମଲାର ଆଗାମୀ ଶୁଣାଣି ମାର୍ଚ୍ଚ ୨୫ ତାରିଖରେ ହେବ । କୋର୍ଟରେ ହାଜର ନହେଲେ ପକ୍ଷଭୁକ୍ତଙ୍କୁ ୧୦ ହଜାର ଟଙ୍କା ଜୋରିମାନା ଦେବାକୁ ହେବ ।

ରାୟଗଡ଼ ତହସିଲ ୨୫ ନମ୍ବର ୱାର୍ଡରେ ରହୁଥିବା ସୁଦ୍ଧା ରଜୱାଡେ ବିଳାଶପୁର ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି । ଏକ ସରକାରୀ ଜମିରେ ଶିବ ମନ୍ଦିର ତିଆରି ହୋଇଥିବା ନେଇ ୧୬ ଜଣଙ୍କ ବିରୋଧରେ ଅଭିଯୋଗ କରିଥିଲେ । ଏହି ମାମଲାରୁ ଯାଞ୍ଚ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ତହସିଲଦାର ଏହାର ଯାଞ୍ଚ କରି ୩ ଦିନ ମଧ୍ୟରେ ରିପୋର୍ଟ ଦେଇଥିଲେ ।

ଯାଞ୍ଚ ବେଳେ ଜଣା ପଡ଼ିଲା ୧୬ ନୁହେଁ ୧୦ ଜଣ ସରକାରୀ ଜମି ସହ ପଖୋରୀକୁ ଅବୈଧ ଉପାୟରେ କବ୍‌ଜା କରିଛନ୍ତି । ଏହାପରେ ସମାନଙ୍କ ବିରୋଧରେ ନୋଟିସ ଜାରି କରିଛନ୍ତି ହାଇକୋର୍ଟ । ଏହି ନୋଟିସରେ ଶିବମନ୍ଦିର ନାମ ଷଷ୍ଠ ସ୍ଥାନରେ ରହିଛି । ଏଭଳି ଭାବରେ ଭୋଳାନାଥଙ୍କ ବିରୋଧରେ ନୋଟିସ ଜାରି କରିଛନ୍ତି ହାଇକୋର୍ଟ ।

ଛତିଶଗଡ଼ର ଏହି ଗୋଟିଏ ସ୍ଥାନ ନୁହେଁ ଅନ୍ୟ ଏକ ସ୍ଥାନରେ ମଧ୍ୟ ମହାଦେବଙ୍କ ବିରୋଧରେ ନୋଟିସ ଜାରି ହୋଇଛି । ଏଠାରେ ଯାଞ୍ଜଗିରି ଚାମ୍ପା ଜିଲ୍ଲାରେ ଜଳ ସେଚନ ବିଭାଗର ଜମି ଜବରଦଖଲ ହୋଇଛି । ଯେଉଁଥିରେ ଏକ କେନାଲକୁ ସଂଯୋଗ କରୁଥିବା ସର୍ଭିସ ରୋଡ ସାମିଲ ରହିଛି । ଏଠାରେ ମଧ୍ୟ ଏକ ମନ୍ଦିର ତିଆରି ହୋଇଥିବା ଅଭିଯୋଗ ହୋଇଛି । ଏଥିପାଇଁ ଭୋଳାନାଥଙ୍କୁ ନୋଟିସ ଜାରି କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.