ETV Bharat / bharat

ଖୋଲିଲା ସାବରୀମାଳା, ସୋମବାର ଠୁ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଅନୁମତି

କୋରୋନା କଟକଣା ମଧ୍ୟରେ ଦୀର୍ଘ ଦୁଇ ମାସ ପରେ କେରଳ ସାବରୀମାଳାର ଆୟପ୍ପା ମନ୍ଦିର ରବିବାର ସନ୍ଧ୍ୟାରେ ଖୋଲିଛି । ତେବେ ସୋମବାର ସକାଳେ ମନ୍ଦିର ଭିତରକୁ ଭକ୍ତଙ୍କୁ ଦର୍ଶନ ପାଇଁ ଅନୁମତି ଦିଆଯିବ ବୋଲି ମନ୍ଦିର ସୂତ୍ରରୁ ପ୍ରକାଶ । ଅଧିକ ପଢନ୍ତୁ...

author img

By

Published : Nov 15, 2020, 9:28 PM IST

ଖୋଲିଲା ଆୟାପା ମନ୍ଦିର
ଖୋଲିଲା ଆୟାପା ମନ୍ଦିର

ଥିରୁଅନନ୍ତପୁରମ: ଦୀର୍ଘ ଦୁଇ ମାସ ପରେ ଖୋଲିଲା ସାବରୀମାଳାର ଆୟପ୍ପା ମନ୍ଦିର । କୋରୋନା କଟକଣା ମଧ୍ୟରେ ଦୀର୍ଘ ଦୁଇ ମାସ ପରେ କେରଳର ଆୟପା ମନ୍ଦିର ରବିବାର ସନ୍ଧ୍ୟାରେ ଖୋଲିଛି । ତେବେ ସୋମବାର ସକାଳେ ମନ୍ଦିର ଭିତରକୁ ଭକ୍ତମାନଙ୍କୁ ଦର୍ଶନ ପାଇଁ ଅନୁମତି ଦିଆଯିବ ବୋଲି ମନ୍ଦିର ସୂତ୍ରରୁ ପ୍ରକାଶ ।

ପ୍ରତ୍ୟେକ ଦିନ କେବଳ 1000 ଭକ୍ତଙ୍କୁ ପ୍ରାର୍ଥନା କରିବାକୁ ଅନୁମତି ଦିଆଯିବ | ଯେଉଁମାନେ ଭର୍ଚୁଆଲ୍ କ୍ୟୁ ସିଷ୍ଟମ୍ ମାଧ୍ୟମରେ ପୂର୍ବରୁ ବୁକ୍ କରିଥିବେ । ଭକ୍ତମାନଙ୍କୁ 48 ଘଣ୍ଟା ପୂର୍ବରୁ ମିଳିଥିବା କୋରୋନା ନେଗେଟିଭ ସାର୍ଟିଫିକେଟ୍ ଦେବା ବାଧତାମୂଳକ । ଏଥିସହ ଭକ୍ତମାନଙ୍କୁ ମନ୍ଦିର ପରିସରରେ ରହିବାକୁ ଦିଆଯିବ ନାହିଁ ।

ତେବେ ଶନିବାର ଏବଂ ରବିବାର ପ୍ରାୟ 2000 ଲୋକଙ୍କୁ ଦର୍ଶନ ପାଇଁ ଅନୁମତି ଦିଆଯାଇଥିଲା | ଥିରୁଅନନ୍ତପୁରମ୍, ତିରୁଭାଲା, ଚେଙ୍ଗାନୁର ଏବଂ କୋଟାୟାମରେ ଥିବା ସମସ୍ତ ବସଷ୍ଟାଣ୍ଡ ଏବଂ ରେଳ ଷ୍ଟେସନ ସମେତ ବିଭିନ୍ନ କେନ୍ଦ୍ରରେ ଆଣ୍ଟିଜେନ୍ ପରୀକ୍ଷା ପାଇଁ ସ୍ବାସ୍ଥ୍ୟ ବିଭାଗ ବ୍ୟବସ୍ଥା କରିଛି । କୋରୋନା ପ୍ରୋଟୋକଲ୍ ଅନୁଯାୟୀ, 10-60 ବୟସ ବର୍ଗର ଲୋକଙ୍କୁ କେବଳ ମନ୍ଦିରରେ ପ୍ରାର୍ଥନା କରିବାକୁ ଅନୁମତି ଦିଆଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.