ETV Bharat / bharat

Loksabha: ସେନା ନିଯୁକ୍ତିରେ ଭିନ୍ନ ତଥ୍ୟ, ଜବାବ ମାଗିଲେ ଭର୍ତ୍ତୃହରି - ଆର୍ମି ନିଯୁକ୍ତିରେ ଭିନ୍ନ ଭିନ୍ନ ତଥ୍ୟ କାହିଁକି

କଟକ ସାଂସଦ ଭର୍ତ୍ତୃହରି ମହତାବ ମଧ୍ୟ ପ୍ରଶ୍ନକାଳରେ ପ୍ରତିରକ୍ଷା ମନ୍ତ୍ରଣାଳୟର ନିଯୁକ୍ତି ସମ୍ପର୍କିତ ଏକ ପ୍ରଶ୍ନ କରି ମନ୍ତ୍ରୀଙ୍କ ଠାରୁ ଜବାବ ମାଗିଥିଲେ । ଭର୍ତ୍ତୃହରି କହିଛନ୍ତି ଦିଆଯାଇଥିବା ଉତ୍ତରରେ ଯାହା ମିଳିଛି ସେଥିରେ ପାର୍ଥକ୍ୟ ରହିଛି । ଅଧିକ ପଢନ୍ତୁ

ଭର୍ତ୍ତୃହରି
ଭର୍ତ୍ତୃହରି
author img

By

Published : Feb 11, 2022, 5:39 PM IST

Updated : Feb 11, 2022, 7:53 PM IST

ନୂଆଦିଲ୍ଲୀ: ସଂସଦ ବଜେଟ ଅଧିବେଶନର ଆଜି ନବମ ଦିନ । ଗତ 31 ରୁ ଆରମ୍ଭ ହୋଇଥିବା ବଜେଟ ଅଧିବେଶନ ପ୍ରଥମ ପର୍ଯ୍ୟାୟର ଆଜି ହେଉଛି ଶେଷ ଦିନ । ତେବେ ଆଜି ଲୋକସଭା ଆରମ୍ଭ ହେବା ମାତ୍ରେ ପ୍ରଶ୍ନକାଳରେ ପ୍ରତିରକ୍ଷା ମନ୍ତ୍ରଣାଳୟ ସମ୍ବନ୍ଧିତ ପ୍ରସ୍ତାବ ଥିଲା । ଏଥିରେ ଏକାଧିକ ସାଂସଦ ଭାଗ ନେଇ ଏକାଧିକ ପ୍ରଶ୍ନ କରିଛନ୍ତି ।

Loksabha ଆର୍ମି ନିଯୁକ୍ତିରେ ଭିନ୍ନ ଭିନ୍ନ ତଥ୍ୟ, ଯବାବ ମାଗିଲେ ଭର୍ତ୍ତୃହରି

କଟକ ସାଂସଦ ଭର୍ତ୍ତୃହରି ମହତାବ ମଧ୍ୟ ପ୍ରଶ୍ନକାଳରେ ପ୍ରତିରକ୍ଷା ମନ୍ତ୍ରଣାଳୟର ନିଯୁକ୍ତି ସମ୍ପର୍କିତ ଏକ ପ୍ରଶ୍ନ କରି ମନ୍ତ୍ରୀଙ୍କ ଠାରୁ ଜବାବ ମାଗିଥିଲେ । ଭର୍ତ୍ତୃହରି କହିଛନ୍ତି ଦିଆଯାଇଥିବା ଉତ୍ତରରେ ଯାହା ମିଳିଛି ସେଥିରେ ପାର୍ଥକ୍ୟ ରହିଛି । 2018-19 ରେ 53 ହଜାର 431 ନିଯୁକ୍ତି ପାଇଁ ବିଜ୍ଞପ୍ତି ଦିଆଯାଇଥିଲା । 2019-20 ରେ 80 ହଜାର 572 ପଦବୀ ପୂରଣ ପାଇଁ ବିଜ୍ଞପ୍ତି ହୋଇଥିଲା । କିନ୍ତୁ ସଂସଦରେ ମିଳିଥିବା ଉତ୍ତର ଅନୁସାରେ 2018-19 ପାଇଁ 57 ହଜାର 40 ପଦବୀ ପୂରଣ ପାଇଁ ବିଜ୍ଞପ୍ତି ହୋଇଥିବା କୁହାଯାଇଛି ।

ଏହାସହ 2019-20 ରେ 87 ହଜାର 152 ପଦବୀ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା କୁହାଯାଇଛି । ଆଉ ଶେଷରେ ମୋଟ ତାଲିକାରେ ମଧ୍ୟ ଅନ୍ତର ରହିଛି । ମୋଟ ତାଲିକାରେ 78 ହଜାର 692 ଉଲ୍ଲେଖ ଅଛି । ଅର୍ଥାତ ଗୋଟିଏ ବର୍ଷର ତାଲିକାରେ 3 ଟି ଭିନ୍ନ ଭିନ୍ନ ଉତ୍ତର ରହିଛି । ଏଥିରୁ କେଉଁ ତଥ୍ୟ ଠିକ ।

ଜବାବରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ପକ୍ଷରୁ ଗୃହରେ ଜବାବ ରଖୁଥିବା ଆଇନ ମନ୍ତ୍ରୀ କିରଣ ରିଜିଜୁ କହିଥିଲେ ସ୍ଥଳସେନା ଓ ବାୟୁସେନାରେ ଅବସର ନେଉଥିବା ଯବାନ ଅଧିକାରୀ, ଅଫିସରଙ୍କ ହିସାବରେ ଓ ଆବଶ୍ୟକତା ଅନୁସାରେ ନୂଆ ନିଯୁକ୍ତି ହୋଇଥାଏ । ତେବେ ସାଂସଦ ନିର୍ଦ୍ଦିଷ୍ଟ ତାଳିକା ଜାଣିବାକୁ ଚାହୁଁଛନ୍ତି । ବର୍ତ୍ତମାନ ନିର୍ଦ୍ଦିଷ୍ଟ ଫିଗର ବା ସଠିକ ତଥ୍ୟ ନାହିଁ ।

@Loksabha

Last Updated : Feb 11, 2022, 7:53 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.