ନୂଆଦିଲ୍ଲୀ: ଲୋକସଭାରେ ପାରିତ ହେଲା ଡିଜିଟାଲ ଡାଟା ପ୍ରୋଟେକସନ ବିଲ (Digital Personal Data Protection Bill) 2023 । ଆଇଟି ଇଲେକ୍ଟ୍ରୋନିକ୍ସ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ବିଲକୁ ଲୋକସଭାରେ ଆଗତ କରିଥିଲେ । ବିଲକୁ ନେଇ ଲୋକସଭାରେ ସରଗରମ ବିତର୍କ ହୋଇଥିଲା । ସାଂସଦଙ୍କ ଆପତ୍ତି ଅଭିଯୋଗର ଜବାବ ଦେଇଥିଲେ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ପରେ ଧ୍ବନୀ ମତରେ ବିଲ ଲୋକସଭାରେ ଗୃହୀତ ହୋଇଥିଲା ।
ଏହାବି ପଢନ୍ତୁ- Delhi Service Bill in RajyaSabha: ତୁମ ହୈ ବତାଓ ୟହ୍ ମୋହରମ ହୁଇ କି ଇଦ୍: ସୁଧାଂଶୁ ତ୍ରିବେଦୀ
ବିଲ ଆଇନରେ ପରିଣତ ହେଲେ ନାଗରିକଙ୍କ ଡାଟା(ତଥ୍ୟ)କୁ ସଂସ୍ଥାନ ଗୁଡିକ ଯଥଯୋଜିତ ପରିଚାଳନା ସହ, ସୁରକ୍ଷିତ ରଖିବେ । କୌଣସି ସ୍ଥିତିରେ ଏହା ଉଲ୍ଲଙ୍ଘନ ହେଲେ ସର୍ବାଧିକ 250 କୋଟି ସର୍ବନିମ୍ନ 50 କୋଟିର ଜରିମାନା ପ୍ରସ୍ତାବ ରହିଛି । ଡିଜିଟାଲ ଡାଟା ପ୍ରୋଟେକସନ ବିଲ 2023 ର ଜରୁରୀ ରହିଛି । ନାଗରିକ ମାନେ ବିଭିନ୍ନ କାର୍ଯ୍ୟ ପାଇଁ ବ୍ୟକ୍ତିଗତ ଗୋପନୀୟ ତଥ୍ୟ ବିଭିନ୍ନ ସଂସ୍ଥାନ (ସରକାରୀ ଓ ବେସରକାରୀ)କୁ ଦେଇଥାନ୍ତି । କିନ୍ତୁ ଏହି ଡାଟା କେଉଁ ଉଦ୍ଦେଶ୍ୟରେ ବ୍ୟବାହର ହେଉଛି ତାହା ନାଗରିକ ମାନେ ଅବଗତ ନଥାନ୍ତି । ଫଳରେ ଡାଟାର ସୁରକ୍ଷାକୁ ନେଇ ସବୁବେଳେ ତର୍କବିତର୍କ ଲାଗି ରହିଥିଲା ।
ଡିଜିଟାଲ ଡାଟା ପ୍ରୋଟେକସନ ବିଲ ଦେଶ ପାଇଁ ଜରୁରୀ ଥିଲା । କାରଣ ନାଗରିକ ମାନେ ବିଭିନ୍ନ କାରବାର ହେଉ ଅବା ସୁବିଧା ସୁଯୋଗ ପାଇଁ ନିଜର ଗୋପନୀୟ ତଥ୍ୟ (ଡାଟା) ଭିନ୍ନ ଭିନ୍ନ ସରାକାରୀ ଓ ବେସରକାରୀ ସଂସ୍ଥାନକୁ ପ୍ରଦାନ କରୁଥିଲେ । ଯାହାର ସୁରକ୍ଷାର କୌଣସି ଗ୍ୟାରେଣ୍ଟି ନଥିଲା । ଟାଡା ସୁରକ୍ଷିତ ରହିବ କି ନାହିଁ ? ଡାଟା ବା ତଥ୍ୟ କେଉଁ ଉଦ୍ଦେଶ୍ୟରେ ବ୍ୟବହୃତ ହେଉଛି ତାହାର ମଧ୍ୟ କୌଣସି ଭରସା ନଥିଲା । ଏହାସହ ନାଗରିକଙ୍କ ଡାଟା ବା ତଥ୍ୟ ନେଉଥିବା ସଂସ୍ଥାନ ଗୁଡିକ କେଉଁ ଉଦ୍ଦେଶ୍ୟରେ କେଉଁଠି ବ୍ୟବହାର କରୁଛନ୍ତି ତାହାର ମଧ୍ୟ ସ୍ପଷ୍ଟକ୍ତି ନଥିଲା ।
ଏହାବି ପଢନ୍ତୁ- LokSabha: ଡିଜିଟାଲ ଡାଟା ପ୍ରୋଟେକସନ ବିଲ 2023କୁ ବିଜେଡିର ସମର୍ଥନ
ଏନେଇ ଆଇଟି ଓ ଟେଲିକମ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଲୋକସଭାରେ କହିଛନ୍ତି‘‘ ଡିଜିଟାଲ ଡାଟା ପ୍ରୋଟେକସନ ବିଲ 2023 ଦେଶର 140 କୋଟି ଲୋକଙ୍କ ସହ ଜଡିତ । ସମଗ୍ର ବିଶ୍ବ ଆଜି ଡିଜିଟାଲ ଇଣ୍ଡିଆକୁ ନେଇ ଚର୍ଚ୍ଚା କରୁଛି । କିଛି ଦେଶ ଡିଜିଟାଲ ଇଣ୍ଡିଆର ଡିଜିଟାଲ ପେମେଣ୍ଟ, ଡିଜି ଲକର ଓ ଆଧାର ସିଷ୍ଟମକୁ ମଧ୍ୟ ଆପଣାଇବା ପାଇଁ ଆଗ୍ରହୀ ଅଛନ୍ତି । ଦେଶର ସାଧାରଣ ଲୋକଙ୍କ ପାଇଁ ବିଲରେ ସରଳ ଭାଷାର ବ୍ୟବହାର ହୋଇଛି । ବିଲ ଆଇନରେ ପରିଣତ ହେଲେ ଆଇନ ଅଧିନରେ ସମସ୍ତ ଡିଜିଟାଲ ଫ୍ଲାଟଫର୍ମ ସମେତ ବିଭିନ୍ନ ସଂସ୍ଥାନ ଆସିବେ । ଫଳରେ ନାଗରିକଙ୍କ ତଥ୍ୟକୁ ଯେଉଁ ଉଦ୍ଦେଶ୍ୟରେ ନିଆଯାଇଥିବ ସେହି ଉଦ୍ଦେଶ୍ୟରେ କେବଳ ବ୍ୟବହାର ହେବ । ଏହାର ଉଲ୍ଲଙ୍ଘନ ହେଲେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରାବଧାନ ରହିଛି । ମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି ଯେ ବିଲ ଆଇନରେ ପରିଣତ ହେଲେ ନାଗରିକ ତଥା ଦେଶବାସୀଙ୍କ ଡାଟା ପୁରା ସୁରକ୍ଷିତ ରହିବ । କୌଣସି ଆଶଙ୍କା ରହିବ ନାହିଁ ।
ସୂଚନାଯୋଗ୍ୟଯେ ନାଗରିକଙ୍କ ଡିଜିଟାଲ ପର୍ସନାଲ ଡାଟା ଫୋନ ନମ୍ବର, ପ୍ୟାନକାର୍ଡ, ଠିକଣା, ଆଧାର ନମ୍ବର, ବ୍ୟାଙ୍କ ଆକାଉଣ୍ଟ ରହିଛି । ଏହା ଲିକ ହେଲେ କିମ୍ବା କୌଣସି ସଂସ୍ଥାନ ଦ୍ବାରା ଅପବ୍ୟବାହର ହେଲେ ସିଧା ସଳଖ ନାଗରିକଙ୍କ କ୍ଷତି ହେଉଛି । ଡାଟା ଲିଗ ହେବା ଦ୍ବାରା ନାଗରିଙ୍କୁ ଡିଜିଟାଲ ହ୍ୟାକର୍ସ ମାନେ ସିଧା ସଳଖ ଟାର୍ଗେଟ କରି ଆର୍ଥିକ ଓ ଗୋପନୀୟତାର କ୍ଷତି ପହଞ୍ଚାଉଛନ୍ତି । ।ଯାହାକୁ ନେଇ ଏକ ସଶକ୍ତ ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକ୍ସନ ଆଇନ ଆଣିବାକୁ ଦାବି ହୋଇ ଆସୁଥିଲା ।