ETV Bharat / bharat

ଆଉ 2 ଲୋକସଭା ସାଂସଦ ନିଲମ୍ବିତ, 143କୁ ବଢ଼ିଲା ସଂଖ୍ୟା - ସିପିଆଇ ସାଂସଦ

Lok Sabha MP C Thomas and AM Ariff suspended: ପୁଣି ସସପେଣ୍ଡ ହୋଇଛନ୍ତି ଦୁଇ ଜଣ ସାଂସଦ । ସେମାନେ ହେଲେ କଂଗ୍ରେସର ସି. ଥୋମାସ ଏବଂ ସିପିଆଇର ଏଏମ୍ ଆରିଫ୍ । ଏହାସହ ମୋଟ ନିଲମ୍ବିତ ସାଂସଦଙ୍କ ସଂଖ୍ୟା 143ରେ ପହଞ୍ଚିଛି । ଅଧିକ ପଢ଼ନ୍ତୁ ,

ଆଉ 2 ଲୋକସଭା ସାଂସଦ ନିଲମ୍ବିତ, 143କୁ ବଢ଼ିଲା ସଂଖ୍ୟା

author img

By ETV Bharat Odisha Team

Published : Dec 20, 2023, 3:50 PM IST

ଆଉ 2 ଲୋକସଭା ସାଂସଦ ନିଲମ୍ବିତ, 143କୁ ବଢ଼ିଲା ସଂଖ୍ୟା

ନୂଆଦିଲ୍ଲୀ: ସଂସଦ ଶୀତ ଅଧିବେଶନରେ ଜାରି ରହିଛି ସଂସଦଙ୍କ ନିଲମ୍ବନ । ଆଜି ପୁଣି ସସପେଣ୍ଡ ହୋଇଛନ୍ତି ଦୁଇ ଜଣ ସାଂସଦ । ସେମାନେ ହେଲେ କଂଗ୍ରେସର ସି. ଥୋମାସ ଏବଂ ସିପିଆଇର ଏଏମ୍ ଆରିଫ୍ । ଏଥି ସହିତ ଚଳିତ ଶୀତ ଅଧିବେଶନରେ ମୋଟ୍ ନିଲମ୍ବିତ ସାଂସଦଙ୍କ ସଂଖ୍ୟା 143ରେ ପହଞ୍ଚିଛି । ଆଜି ନିଲମ୍ବିତ ହୋଇଥିବା ଦୁଇ ଜଣ ସାଂସଦ ଲୋକସଭାର । ଲୋକସଭାକୁ ପ୍ଲାକାର୍ଡ ଧରି ଆସିବା ଏବଂ ଗୃହର ୱେଲ୍ ନିକଟକୁ ଆସି ବିରୋଧ ପ୍ରଦର୍ଶନ କରିଥିଲେ ଥୋମାସ ଏବଂ ଆରିଫ୍ । କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଲୋକସଭାରେ, କଂଗ୍ରେସ ସାଂସଦ ସି. ଥୋମାସ ଏବଂ ସିପିଆଇ ସାଂସଦ ଏଏମ୍ ଆରିଫଙ୍କ ନିଲମ୍ବିନ ସଂପର୍କରେ ସୂଚନା ଦେଇଛନ୍ତି । ସି. ଥୋମାସ ଏବଂ ଏଏମ୍ ଆରିଫ୍, ଦୁଇ ଜଣ ଯାକ କେରଳରୁ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି ।

ଏହାମଧ୍ଯ ପଢ଼ନ୍ତୁ: ରାଜ୍ୟସଭା ଅଧ୍ୟକ୍ଷଙ୍କୁ ମିମିକ୍ରି: ରାଷ୍ଟ୍ରପତି ମୁର୍ମୁଙ୍କ ଚିନ୍ତା ପ୍ରକଟ, ଧନଖଡ଼ଙ୍କୁ ଫୋନ୍ କଲେ ମୋଦି

ପୁଲୋଲି ଚାକୋ ଥୋମାସ ହେଉଛନ୍ତି କେରଳରୁ କଂଗ୍ରେସ ସାଂସଦ । ସେ 2003 ରୁ 2004 ପର୍ଯ୍ୟନ୍ତ କେରଳର ଆଇନ ମନ୍ତ୍ରୀ ଥିଲେ । 1989ରୁ ଲୋକସଭାକୁ ଛଅ ଥର ନିର୍ବାଚିତ ହୋଇଛନ୍ତି । ଥୋମାସ କେରଳ କଂଗ୍ରେସର ଡେପୁଟି ଚେୟାରମ୍ୟାନ୍ ଅଛନ୍ତି । ସେହିପରି ଏଏମ୍ ଆରିଫ କେରଳ ଆଲ୍ଲାପୁଝା ଲୋକସଭା ଆସନରୁ ସାଂସଦ ଅଛନ୍ତି । ସେ 2019ରେ ସିପିଆଇ ଟିକେଟରେ ଲଢ଼ି ବିଜୟୀ ହୋଇଥିଲେ । ନିଲମ୍ବନକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଥୋମାସ ଏବଂ ଆରିଫ।

ଏହାମଧ୍ଯ ପଢ଼ନ୍ତୁ: ଅପମାନିତ କରିନି, ପ୍ରଧାନମନ୍ତ୍ରୀ ବି ମିମିକ୍ରି କରନ୍ତି: କଲ୍ୟାଣ ବାନାର୍ଜୀ

ଗତକାଲି 49 ଜଣ ଲୋକସଭା ସାଂସଦଙ୍କୁ ସଂସଦର ଶୀତ ଅଧିବେଶନରୁ ନିଲମ୍ବିତ କରାଯାଇଥିଲା । ସେହିପରି ଡିସେମ୍ବର 18 ତାରିଖରେ ଲୋକସଭାରୁ 33 ଜଣ ଓ ରାଜ୍ୟସଭାରୁ 45 ଜଣ ବିରୋଧୀ ସଦସ୍ୟ ସସପେଣ୍ଡ ହୋଇଥିଲେ। ସଂସଦ ଭିତରେ ଅଶୋଭନୀୟ ଆଚରଣ ଅଭିଯୋଗରେ ସେମାନଙ୍କୁ ଚଳିତ ଶୀତ ଅଧିବେଶନରୁ ନିଲମ୍ବିତ କରାଯାଇଥିଲା । ଯାହା କି ଗୋଟିଏ ଦିନରେ ସର୍ବକାଳୀନ ଥିଲା । ପୂର୍ବରୁ ଉଭୟ ଗୃହରୁ 14 ଜଣଙ୍କୁ ନିଲମ୍ବିତ କରାଯାଇଥିଲା । ଏଥିରେ ଥିଲେ ଲୋକସଭାରୁ 13 ଜଣ ଏବଂ ରାଜ୍ୟସଭାରୁ 1 । ଆଜିର ଦୁଇ ଜଣଙ୍କ ନିଲମ୍ବନକୁ ମିଶାଇ ବର୍ତ୍ତମାନ ସୁଦ୍ଧା ସଂସଦର ଚଳିତ ଶୀତ ଅଧିବେଶନରେ ମୋଟ 143 ଜଣ ବିରୋଧୀ ସାଂସଦ ସସପେଣ୍ଡ ହୋଇ ସାରିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.