ETV Bharat / bharat

ଦିଲ୍ଲୀରେ ପୁଣି ସପ୍ତାହେ ବଢିଲା ଲକଡାଉନ - ଦିଲ୍ଲୀ ସରକାର

କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ପୁଣି ଏକ ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧି ହେଲା ଲକଡାଉନ ଅବଧି । ଅଧିକ ପଢନ୍ତୁ...

ଦିଲ୍ଲୀରେ ପୁଣି ସପ୍ତାହେ ବଢିଲା ଲକଡାଉନ
ଦିଲ୍ଲୀରେ ପୁଣି ସପ୍ତାହେ ବଢିଲା ଲକଡାଉନ
author img

By

Published : May 1, 2021, 5:38 PM IST

ନୂଆଦିଲ୍ଲୀ: କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ପୁଣି ଏକ ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧି ହେଲା ଲକଡାଉନ ଅବଧି । ଏନେଇ ଦିଲ୍ଲୀ ସରକାର ନିଷ୍ପତ୍ତି ନେଇଥିବାବେଳେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଆନୁଷ୍ଠାନିକ ଘୋଷଣା କରିବେ । ଗତ ମାସ 19 ତାରିଖରୁ ଦିଲ୍ଲୀରେ ଲକଡାଉନ ବଳବତ୍ତର ରହିଥିବାବେଳେ ସ୍ଥିତିରେ କୌଣସି ସୁଧାର ନ ଆସିବାରୁ ପୁଣି ଏକ ସପ୍ତାହ ପର୍ଯ୍ୟନ୍ତ ଲକଡାଉନ ବୃଦ୍ଧି ପାଇଛି ।

ଦିଲ୍ଲୀରେ ପୁଣି ସପ୍ତାହେ ବଢିଲା ଲକଡାଉନ
ଦିଲ୍ଲୀରେ ପୁଣି ସପ୍ତାହେ ବଢିଲା ଲକଡାଉନ

ଦିଲ୍ଲୀରେ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଥମ ପର୍ଯ୍ୟାୟରେ ଗତମାସ 19 ରୁ 26 ତାରିଖ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରାଯାଇଥିଲା । ପରବର୍ତ୍ତୀ ସମୟରେ ସ୍ଥିତିକୁ ଦେଖି ଏହାର ଅବଧିକୁ ଆଉ 6 ଦିନ ବୃଦ୍ଧି କରାଯାଇଥିଲା । ଏବେ ପୁଣି ସ୍ଥିତିକୁ ଦେଖି ପୁଣି ଆସନ୍ତା ଏକ ସପ୍ତାହ ପର୍ଯ୍ୟନ୍ତ ଲକ ଡାଉନ ଅବଧି ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ସରକାର ।

ଗତ କିଛି ଦିନ ମଧ୍ୟରେ ଦିଲ୍ଲୀରେ କୋରୋନା ସଂକ୍ରମଣ ଅଣାୟତଃ ହୋଇପଡିଛି । ଗତ 24 ଘଣ୍ଟା ମଧ୍ୟରେ 27 ହଜାରରୁ ଊର୍ଦ୍ଧ୍ବ ସଂକ୍ରମଣ ମାମଲା ପଞ୍ଜିକୃତ ହୋଇଛି । ସେହିପରି ଦିଲ୍ଲୀରେ ହସ୍ପିଟାଲ ଗୁଡିକରେ ଅକ୍ସିଜେନ ସଙ୍କଟ ଦିଲ୍ଲୀ ବାସୀଙ୍କ ସମସ୍ୟାକୁ ଦୁଇଗୁଣିତ କରିଛି । ଏପରି ସ୍ଥଳେ ସ୍ଥିତିକୁ ଦେଖି ପୁଣି ଏକ ସପ୍ତାହ ପର୍ଯ୍ୟନ୍ତ ଲକ ଡାଉନ ଅବଧି ବଢାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ସରକାର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.