ETV Bharat / bharat

ଡରାଉଛି କୋରୋନା ସ୍ଥିତି, ଝାଡଖଣ୍ଡରେ ଲକଡାଉନ ଘୋଷଣା

ପଡୋଶୀ ଝାଡଖଣ୍ଡରେ ଲାଗୁ ହୋଇଛି ଲକଡାଉନ । 22ରୁ 29 ଏପ୍ରିଲ ପର୍ଯ୍ୟନ୍ତ ଜାରି ରହିବ କଟକଣା । ଅଧିକ ପଢନ୍ତୁ...

author img

By

Published : Apr 20, 2021, 4:28 PM IST

ଡରାଉଛି କୋରୋନା ସ୍ଥିତି, ଝାଡଖଣ୍ଡରେ ଲକଡାଉନ ଘୋଷଣା
ଡରାଉଛି କୋରୋନା ସ୍ଥିତି, ଝାଡଖଣ୍ଡରେ ଲକଡାଉନ ଘୋଷଣା

ରାଞ୍ଚି: ମହାମାରୀ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପଡୋଶୀ ଝାଡଖଣ୍ଡରେ ଲାଗୁ ହୋଇଛି ଲକଡାଉନ । 22ରୁ 29 ଏପ୍ରିଲ ପର୍ଯ୍ୟନ୍ତ ଜାରି ରହିବ କଟକଣା । ଜରୁରୀକାଳୀନ ସେବାକୁ ବାଦ୍‌ ଦେଇ ଅନ୍ୟ ସମସ୍ତ କାର୍ଯ୍ୟକଳାପ ଉପରେ ଲାଗିଲା ପ୍ରତିବନ୍ଧକ ।

ମହାମାରୀ କୋରୋନା ସ୍ଥିତିକୁ ନେଇ ଅଧିକାରୀଙ୍କ ସହିତ ସମୀକ୍ଷା ବୈଠକ କରିଥିଲେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । 2 ଦିନ ପୂର୍ବରୁ ଲକଡାଉନ ଲାଗୁ କରିବାକୁ ସର୍ବଦଳୀୟ ବୈଠକରେ ଦାବି କରିଥିଲା ବିଜେପି ।

ଏହାପୂର୍ବରୁ କୋରୋନାର ଉତ୍କଟ ସ୍ଥିତି ଯୋଗୁଁ ରାଜଧାନୀ ଦିଲ୍ଲୀରେ ମଧ୍ୟ ଲକଡାଉନ ଲାଗି ସାରିଛି । ଏପଟେ ଓଡିଶା ସରକାର ତତ୍ପରତା ଦେଖାଇ ରାଜ୍ୟରେ ସପ୍ତାହନ୍ତ ସଟଡାଉନ ଘୋଷଣା କରିଛନ୍ତି । ତେଲେଙ୍ଗାନାରେ ମଧ୍ୟରେ ମଙ୍ଗଳବାରଠାରୁ ନାଇଟ କର୍ଫ୍ୟୁ ଲାଗୁ ନେଇ ନିଷ୍ପତ୍ତି ନେଇଛନ୍ତି ରାଜ୍ୟର ମୁଖ୍ୟମନ୍ତ୍ରୀ କେସିଆର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.