ETV Bharat / bharat

ପିତାଙ୍କ ଜୟନ୍ତୀରେ ଭାବୁକ ଚିରାଗ, କହିଲେ ଜାରି ରହିବ ସଂଘର୍ଷ

author img

By

Published : Jul 5, 2021, 1:13 PM IST

ରାମବିଳାସ ପାଶୱାନଙ୍କ ଜନ୍ମ ଜୟନ୍ତୀରେ ନିଜ ରାଜନୀତିର ଅସ୍ତିତ୍ବ ଲଢେଇ ପାଇଁ ପୁଅ ଚିରାଗ ପାଶୱାନ ଆଜି ଠାରୁ ରାଜ୍ୟରେ ଆର୍ଶିବାଦ ଯାତ୍ରା ବାହାର କରିଛନ୍ତି । ଯାତ୍ରା ପୂର୍ବରୁ ନିଜ ପିତାଙ୍କୁ ମନେ ପକାଇ ଭାବ ବିହ୍ବଳ ହୋଇପଡିଥିଲେ ଚିରାଗ । ଚିରାଗ କହିଥିଲେ ପିତାଙ୍କ ଅନ୍ତେ ମୁଁ ଦାଦା ପଶୁପତି ପାରସଙ୍କୁ ପିତା ଭାବୁଥିଲି ।

Chirag Paswan
Chirag Paswan

ନୂଆଦିଲ୍ଲୀ: ବିହାର ରାଜନୀତି ପୁଣିଥରେ ଚଳ ଚଞ୍ଚଳ ହୋଇପଡିଛି । ଆଜି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଲୋକଜନଶକ୍ତି ପାର୍ଟି (ଏଲଜେପି) ପ୍ରତିଷ୍ଠାତା ଦିବଂଗତ ରାମବିଳାସ ପାଶୱାନଙ୍କ ଜନ୍ମଜୟନ୍ତୀ । ପୁଣି ଆଜି ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି)ର ରୌପ୍ୟ ଜୟନ୍ତୀ । ଉଭୟ କାର୍ଯ୍ୟକ୍ରମକୁ ନେଇ ବିହାର ରାଜନୀତି ପୁରା ସରଗରମ ।

ପିତାଙ୍କ ଜୟନ୍ତୀରେ ଭାବୁକ ଚିରାଗ; କହିଲେ ସଂଘର୍ଷ ଜାରି ରହିବ

ରାମବିଳାସ ପାଶୱାନଙ୍କ ଜନ୍ମ ଜୟନ୍ତୀରେ ନିଜ ରାଜନୀତିର ଅସ୍ତିତ୍ବ ଲଢେଇ ପାଇଁ ପୁଅ ଚିରାଗ ପାଶୱାନ ଆଜିଠାରୁ ରାଜ୍ୟରେ ଆର୍ଶୀବାଦ ଯାତ୍ରା ବାହାର କରିଛନ୍ତି । ଯାତ୍ରା ପୂର୍ବରୁ ନିଜ ପିତାଙ୍କୁ ମନେ ପକାଇ ଭାବବିହ୍ବଳ ହୋଇପଡିଥିଲେ ଚିରାଗ । ଚିରାଗ କହିଥିଲେ ପିତାଙ୍କ ଅନ୍ତେ ମୁଁ ଦାଦା ପଶୁପତି ପାରସଙ୍କୁ ପିତା ଭାବୁଥିଲି । ତାଙ୍କର ପରାମର୍ଶ, ସମର୍ଥନ ଆର୍ଶିବାଦ କାମନା କରୁଥିଲି । କିନ୍ତୁ ସେ ଯେଉଁ ଧକ୍କା ଦେଲେ ସେଥିରେ ମୁଁ ମର୍ମାହତ । ଏବେ ମୁଁ ଓ ମୋ ମାତା ଏକା ହୋଇଗଲୁ । ମୋ ନିଜ ଲୋକ ହିଁ ମତେ ଧକ୍କା ଦେଲେ । ତେଣୁ ମୁଁ ରାମବିଳାସ ପାଶୱାନଙ୍କ ପୁଅ । ଲଢେଇ ଜାରି ରଖିବି ।

ପାର୍ଟିକୁ ନେଇ ଦାଦା- ପୁତୁରାଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଲଢେଇରେ ନିଜ ପକ୍ଷକୁ ଆହୁରି ମଜବୁଦ କରିବା ପାଇଁ ଚିରାଗ ଆଜି ଠାରୁ ଆର୍ଶିବାଦ ଯାତ୍ରା ଆରମ୍ଭ କରୁଛନ୍ତି । ରାମବିଳାସ ଦୀର୍ଘଦିନ ଧରି ସାଂସଦ ଥିବା ହାଜିପୁରରୁ ହିଁ ନିଜ ଆଶୀର୍ବାଦ ଯାତ୍ରା ଆରମ୍ଭ କରୁଛନ୍ତି ।

ଯାତ୍ରା ପୂର୍ବରୁ ଦିଲ୍ଲୀରେ ପୂଜାର୍ଚ୍ଚନା...

ଚିରାଗ ପାଶୱାନ ଆଜି ଆଶୀର୍ବାଦ ଯାତ୍ରା ପୂର୍ବରୁ ନିଜ ନୂଆଦିଲ୍ଲୀ ବାସଭବନରେ ପିତାଙ୍କ ଉଦ୍ଦେଶ୍ୟରେ ପୂଜାର୍ଚ୍ଚନା କରିଛନ୍ତି । ଯେଉଁଥିରେ ପରିବାର ସଦସ୍ୟ ଓ ଦଳୀୟ ନେତା ଯୋଗ ଦେଇଥିଲେ । ପରେ ଆଶୀର୍ବାଦ ଯାତ୍ରା ପାଇଁ ପାଟଣା ଯାତ୍ରା କରିଛନ୍ତି ।

ରାମ ବିଳାସଙ୍କ ପୁଅ, ଲଢେଇ ଜାରି ରଖିବି...

ନିଜ ପିତାଙ୍କ ଜୟନ୍ତୀ ଅବସରରେ ପୂଜା ଅବସରରେ ଚିରାଗ କହିଛନ୍ତି ମୁଁ ରାମ ବିଳାସ ପାଶୱାନଙ୍କ ପୁଅ । ଲଢେଇ ଜାରି ରଖିବି । ଆଜି ଆମେ ମା ପୁଅ ଏକା ହୋଇଯାଇଛୁ । ଆମକୁ ଗୋଟିଏ ପରିବାର ଧକ୍କା ଦେଇଛି । କିନ୍ତୁ ବିହାର ଜନତା ଆମ ସହ ଅଛନ୍ତି । ବିହାରୀ ଲୋକଙ୍କ ଆଶୀର୍ବାଦ ପାଇଁ ଏହି ଯାତ୍ରା କରୁଛି ଯାହା ସମଗ୍ର ବିହାର ସାରା ହେବ ବୋଲି ଚିରାଗ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.