ETV Bharat / bharat

ଜୀବିତ ଥାଇ ନିଜର ଶ୍ରାଦ୍ଧ ପକାଇଲେ ବୃଦ୍ଧ, ସାମିଲ ହେଲେ ଗ୍ରାମବାସୀ - ଜୀବିତ ଥାଇ ନିଜର ଶ୍ରାଦ୍ଧ ପକାଇଲେ ବୃଦ୍ଧ

ଜୀବିତ ଅବସ୍ଥାରେ ନିଜ ଶ୍ରାଦ୍ଧ ପକାଇଲେ ବୃଦ୍ଧ । ଏହି ଶ୍ରାଦ୍ଧ ବାର୍ଷିକୀ ପତ୍ନୀ ପୁତ୍ର ସହିତ ଗ୍ରାମବାସୀ ମଧ୍ୟ ସାମିଲ ହୋଇଛନ୍ତି । ଏଭଳି ଘଟଣା ବିହାର ମୁଜ୍ଜଫରପୁରରେ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ଜୀବିତ ଥାଇ ନିଜର ଶ୍ରାଦ୍ଧ ପକାଇଲେ ବୃଦ୍ଧ, ସାମିଲ ହେଲେ ଗ୍ରାମବାସୀ

author img

By

Published : Nov 6, 2022, 8:21 AM IST

ପାଟନା: ସାଧାରଣତଃ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାଙ୍କର ଶ୍ରାଦ୍ଧ ବାର୍ଷିକୀ କରାଯାଏ । ଏପରି କରାଯିବା ଦ୍ବାରା ମୃତ୍ୟୁ ଘଟିଥିବା ବ୍ୟକ୍ତିଙ୍କ ଆତ୍ମାକୁ ସଦଗତି ପ୍ରାପ୍ତ ହୋଇଥାଏ । ମାତ୍ର ବିହାର ମୁଜ୍ଜଫରପୁର ଅଧିବାସୀ ହରିଚନ୍ଦ୍ର ଦାସ ବଞ୍ଚି ଥାଉ ଥାଉ ନିଜେ ନିଜର ଶ୍ରାଦ୍ଧ ପକାଇଛନ୍ତି (Death Anniversary Of Living Person in Muzaffarpur) । ପୂର୍ବବର୍ଷ ମଧ୍ୟ ସେ ନିଜର ଶ୍ରାଦ୍ଧ ପକାଇଥିବା ବେଳେ ଏଥିରେ ଗ୍ରାମବାସୀ ଓ ସମ୍ପର୍କୀୟ ସାମିଲ ହୋଇଥିଲେ ।

ଜୀବିତ ଥାଇ ନିଜର ଶ୍ରାଦ୍ଧ ପକାଇଲେ ବୃଦ୍ଧ, ସାମିଲ ହେଲେ ଗ୍ରାମବାସୀ
ଜୀବିତ ଥାଇ ନିଜର ଶ୍ରାଦ୍ଧ ପକାଇଲେ ବୃଦ୍ଧ, ସାମିଲ ହେଲେ ଗ୍ରାମବାସୀ

ମୁଜ୍ଜଫରପୁର ଜିଲ୍ଲାର ଭରତପୁର ଗ୍ରାମବାସୀ ହେଉଛନ୍ତି ହରିଚନ୍ଦ୍ର ଦାସ (୭୫) । ଏକ ବର୍ଷ ପୂର୍ବରୁ ଜୀବିତ ଥିବା ବେଳେ ନିଜର ଶ୍ରାଦ୍ଧ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ଚଳିତ ବର୍ଷ ମଧ୍ୟ ସେ ନିଜର ଶ୍ରାଦ୍ଧ ବାର୍ଷିକୀ ପାଳନ କରିଛନ୍ତି । ପୂର୍ବବର୍ଷ ଯେତେବେଳେ ସେ ଏହି ଶ୍ରାଦ୍ଧ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ ସେତେବେଳେ ଗ୍ରାମବାସୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏପରି ନ କରିବା ପାଇଁ ଲୋକେ ତାଙ୍କୁ ପରାମର୍ଶ ଦେଇଥିଲେ । ତେବେ ମୃତ୍ୟୁ ପରେ ତାଙ୍କର ଶ୍ରାଦ୍ଧ ଠିକ ଭାବେ କରାଯିବ କି ନାହିଁ ସେ ଜାଣିନାହାନ୍ତି । ଏଥିଲାଗି ଜୀବିତ ଥାଇ ସେ ନିଜର ଶ୍ରାଦ୍ଧ ପକାଇଥିବା କହିଛନ୍ତି । ଯାହାଦ୍ବାରା ତାଙ୍କୁ ମୁକ୍ତି ମିଳିପାରିବ ।

ଏହା ବି ପଢନ୍ତୁ- Delhi liquor scam: ମନୀଷ ସିସୋଦିଆଙ୍କ ସହାୟକଙ୍କୁ ବାନ୍ଧିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

ପ୍ରଥମେ ଲୋକେ ଏହାକୁ ବାରଣ କରିଥିବା ବେଳେ ପରବର୍ତ୍ତୀ ସମୟରେ ଏହି ଶ୍ରାଦ୍ଧ କାର୍ଯ୍ୟକ୍ରମରେ ସାମିଲ ମଧ୍ୟ ହୋଇଛନ୍ତି । ହରିଚନ୍ଦ୍ର ନିଜ ଶ୍ରାଦ୍ଧ ବାର୍ଷିକୀରେ ପୂଜାର୍ଚ୍ଚନା ସହ ଭଜନ ସଂକୀର୍ତ୍ତନ ଭଳି ସମସ୍ତ ନିୟମର ପାଳନ କରିଥାନ୍ତି । ଗତ ବର୍ଷ ସେ ନଭେମ୍ବର ୧୫ ତାରିଖରେ ନିଜର ଶ୍ରାଦ୍ଧ କାର୍ଯ୍ୟକ୍ରମରେ ଆୟୋଜନ କରିଥିଲେ । ଚଳିତ ବର୍ଷ ନଭେମ୍ବର ୪ ତାରିଖରେ ସେ ଶ୍ରାଦ୍ଧ ବାର୍ଷିକୀ ପାଳିଛନ୍ତି । ଏହି କାର୍ଯ୍ୟକ୍ରମରେ ତାଙ୍କ ପତ୍ନୀ ଓ ପରିବାର ସାମିଲ ହୋଇଥିଲେ । ହରିଚନ୍ଦ୍ର ପ୍ରଥମେ ଲଣ୍ଡା ହୋଇ ଧଳା ଧୋତି ପିନ୍ଧିଥିଲେ । ପୂଜକ ରୀତିନୀତି ଅନୁଯାୟୀ ମନ୍ତ୍ର ପାଠ କରି ଏହି ଶ୍ରାଦ୍ଧ ପକାଇଥିଲେ ।

ଏ ନେଇ ହରିଚନ୍ଦ୍ର କହିଛନ୍ତି, " ମୋର ମୃତ୍ୟୁ ପରେ ଦୁଇ ପୁଅ ସଠିକ ଭାବରେ ଶ୍ରାଦ୍ଧ ପକାଇବେ କି ନାହିଁ, ସେଥିଲାଗି ମୁଁ ଜୀବିତ ଅବସ୍ଥାରେ ନିଜର ଶ୍ରାଦ୍ଧ ପକାଇଛି । ମୁଁ ଧାର୍ମିକ ସ୍ବଭାବର । ଏଥିଲାଗି ମୁକ୍ତି ପାଇବା ଲାଗି ଜୀବିତ ଅବସ୍ଥାରେ ହିଁ ନିଜର ଶ୍ରାଦ୍ଧ ପକାଇଛି । ମୋର ୨ ପ୍ରିୟ ରୋଜଗାର ଉଦ୍ଦେଶ୍ୟରେ ବାହାରେ ରହୁଛନ୍ତି । ମୁଁ ଏବେ ଗାଁରେ ଚାଷ କରି ଚଳୁଛି ।"

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.