ETV Bharat / bharat

ଇନ୍ସପେକ୍ଟର ପୁଅର ଗୁଣ୍ଡାଗର୍ଦ୍ଦି; MCA ଛାତ୍ରକୁ ପରିସ୍ରା ପିଆଇଲେ, ଛେପ ଚଟାଇଲେ

Urinate on MCA Student: ବାପ କ୍ଷମତାର ଅପବ୍ୟବହାର । ଉତ୍ତରପ୍ରଦେଶ କାନପୁରରେ LIU ଇନ୍ସପେକ୍ଟରଙ୍କ ପୁଅ ଜଣେ ଏମସିଏ ଛାତ୍ରକୁ ପରିସ୍ରା ପିଆଇବା ସହିତ ଛେପ ଚଟାଇ ନିର୍ଯାତନା ଦେଇଥିବା ଅଭିଯୋଗ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jan 9, 2024, 1:19 PM IST

Updated : Jan 9, 2024, 1:55 PM IST

Urinate on MCA Student
ଏମସିଏ ଛାତ୍ରକୁ ନିର୍ଯାତନା

ଲକ୍ଷ୍ନୌ: ପରିବର୍ତ୍ତିତ ସମାଜ ସହିତ ମାନବିକତା ଭୁଲିଯାଉଛି ମଣିଷ । ସାମାନ୍ୟ ଘଟଣାରେ ଏବଂ କ୍ଷମତାର ଅପବ୍ୟବହାର କରି ଘଟାଉଛି ଅମାନବୀୟ କାଣ୍ଡ । ସେହିଭଳି ଏକ ଅଭାବନୀୟ ଖବର ସାମ୍ନାକୁ ଆସିଛି ଉତ୍ତରପ୍ରଦେଶର କାନପୁରରୁ । ଏଠାରେ LIU ଇନ୍ସପେକ୍ଟରଙ୍କ ପୁଅ ଜଣେ ଏମସିଏ ଛାତ୍ରଙ୍କୁ ପରିସ୍ରା ପିଆଇବା ସହିତ ଛେପ ଚଟାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଏହି କାର୍ଯ୍ୟରେ ଖୋଦ୍ ଇନ୍ସପେକ୍ଟର ମଧ୍ୟ ନିଜ ପୁଅକୁ ସହଯୋଗ କରିଥିବା ନିର୍ଯାତିତ ଛାତ୍ର ଜଣକ ଅଭିଯୋଗ କରିଛନ୍ତି ।

କେବଳ ଏତିକି ନୁହେଁ ନିର୍ଯାତନା ଦେବା ପରେ ତାଙ୍କୁ ଗୁଳିମାଡ କରିବା ପାଇଁ ଚେଷ୍ଟା କରାଯାଇଥିବା ମଧ୍ୟ ଛାତ୍ର ଜଣକ କହିଛନ୍ତି । ଏଭଳି କ୍ରୁରତା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଏକ ପ୍ରକାର ଚହଳ ପଡିଛି । ଅଭିଯୋଗ କ୍ରମେ କଲ୍ୟାଣପୁର ଥାନା ପୋଲିସ ଏଲଆଇୟୁ ଇନ୍ସିପେକ୍ଟର ସହିତ 3 ଜଣଙ୍କୁ ଗିରଫ କରିଥିବା ସୂଚନା ରହିଛି । ସେପଟେ ଇନ୍ସିପେକ୍ଟରଙ୍କ ପୁଅ ଅଭିଯୁକ୍ତ ସନ୍ନି ଯାଦବ ଫେରାର ହୋଇଯାଇଥିବା ବେଳେ ଖୁବଶୀଘ୍ର ଗିରଫ କରାଯିବା ନେଇ ପୋଲିସ ପକ୍ଷରୁ କୁହାଯାଇଛି ।

ଇନଷ୍ଟାଗ୍ରାମରେ ଫେକ୍ ଆଇଡି କରି ହୋଇଥିଲା ଯୋଜନା: ନିର୍ଯାତିତ ଛାତ୍ର ଆୟୁଷର ଅଭିଯୋଗ ଅନୁସାରେ, କିଛି ଦିନ ପୂର୍ବରୁ ଦିବ୍ୟାଶିଂ ପାଣ୍ଡେ ନାମକ ଜଣେ ଯୁବତୀଙ୍କ ସହିତ ଇନଷ୍ଟାଗ୍ରାମରେ ବନ୍ଧୁତା ହୋଇଥିଲା । ଗତ ସୋମବାର ଦିନ ତାଙ୍କୁ ପରେଡ ଦୁଗ୍ଧ ବଙ୍ଗଳା ନିକଟକୁ ସାକ୍ଷାତ ପାଇଁ ଡାକିଥିଲେ । ଏହାପରେ ସେ ବାଇକ ଯୋଗେ ଉକ୍ତ ସ୍ଥାନରେ ପହଞ୍ଚି ଥିଲେ । ହେଲେ ସେହି ସ୍ଥାନରେ ଏଲଆଇୟୁ ଇନ୍ସିପେକ୍ଟର ଧର୍ମେନ୍ଦ୍ର ଯାଦବଙ୍କ ପୁଅ ସନ୍ନି ସହିତ ଅନ୍ୟ କିଛି ଜଣ ଯୁବକ ଉପସ୍ଥିତ ରହିଥିଲେ ।

ସେମାନେ ଆୟୁଷ ଏବଂ ତାଙ୍କର ବନ୍ଧୁମାନଙ୍କୁ କାରରେ ବସିବା ପାଇଁ ବାଧ୍ୟ କରି ମାରପିଟ୍ କରିଥିଲେ । ଏହାପରେ ଜୀବନରୁ ମାରିଦେବାକୁ କୋପରଗଞ୍ଜ ରେଳ ଟ୍ରାକ ନିକଟକୁ ନେଇ ସେଠାରେ ଗୁଳି ଚାଳନା କରିଥିଲେ । ତେବେ ଗୁଳି ତାଙ୍କର କାନ ନିକଟ ଦେଇ ଚାଲି ଯାଇଥିଲା ବୋଲି ଛାତ୍ର କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: Bihar: ଯୁବକଙ୍କୁ ମାଡ଼ ମାରି ଛେପ ଚଟାଇଲେ ଛାତ୍ରୀ, ଭିଡିଓ ଭାଇରାଲ

ତେବେ ନିର୍ଯାତିତ ଛାତ୍ର ଆୟୁଷଙ୍କ ସାଙ୍ଗମାନେ କେଉଁଠାରେ ଅଛନ୍ତି ସେ ଜାଣିନାହାନ୍ତି ବୋଲି ପୋଲିସକୁ କହିଛନ୍ତି । ତେବେ ମୋ ବାପା ପୋଲିସ, ମୋର କାହାରିକୁ ଡର ନାହିଁ କହି ସନ୍ନି ନିଜ ବାପା କ୍ଷମତାର ଅପବ୍ୟବହାର କରୁଥିବା ଆୟୁଷ ଅଭିଯୋଗ କରିଛନ୍ତି । ପୂର୍ବରୁ ମଧ୍ୟ ସନ୍ନି ନାଁରେ ଥାନାରେ ମାମଲା ଦାୟର ହୋଇଥିବା ବେଳେ LIU ଇନ୍ସପେକ୍ଟର ଏବଂ ତାଙ୍କ ପୁଅ ମିଶି ସ୍ଥାନୀୟ ଅଞ୍ଚଳରେ ଅପରାଧିକ କାର୍ଯ୍ୟ କରୁଥିବା ନେଇ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ଏହି ଘଟଣାରେ ପୋଲିସ 3 ଜଣଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 9, 2024, 1:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.