ETV Bharat / bharat

Mangaluru blast: ବିସ୍ଫୋରଣ ପାଇଁ ନିଜକୁ ଦାୟୀ କଲା ଆତଙ୍କୀ ସଂଗଠନ IRC - ମାଙ୍ଗାଲୋର ବିସ୍ଫୋରଣ ପାଇଁ ନିଜକୁ ଦାୟୀ କଲା IRC

କର୍ଣ୍ଣାଟକ ମାଙ୍ଗାଲୋରରେ ହୋଇଥିବା ବିସ୍ଫୋରଣ ପାଇଁ ନିଜକୁ ଦାୟୀ କଲା ଆତଙ୍କୀ ସଂଗଠନ IRC । ସଂଗଠନର ଅସ୍ଥିତ୍ବ ଖୋଜୁଛି ପୋଲିସ (IRC took responsibility for Mangaluru blast)। ନଭେମ୍ବର 19 ରେ ଅଟୋରିକ୍ସାରେ ଘଟିଥିଲା ବିସ୍ଫୋରଣ । ଅଧିକ ପଢନ୍ତୁ

Mangaluru blast: ବିସ୍ଫୋରଣ ପାଇଁ ନିଜକୁ ଦାୟୀ କଲା ଆତଙ୍କୀ ସଂଗଠନ IRC

author img

By

Published : Nov 24, 2022, 11:01 PM IST

ବେଙ୍ଗାଲୁରୁ: ମାଙ୍ଗାଲୋରରେ ହୋଇଥିବା ଅଟୋରିକ୍ସା ବିସ୍ଫୋରଣରେ ଆତଙ୍କୀ ଲିଙ୍କ ନେଇ ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ ତଦନ୍ତ ଜାରି ରଖିଥିବା ବେଳେ ଏବେ ଏକ ଇସଲାମ ଆତଙ୍କବାଦୀ ସଂଗଠନ ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଛି । ପ୍ରାୟତଃ ଜଣାଶୁଣା ନଥିବା ଆତଙ୍କବାଦୀ ସଂଗଠନ ଇସଲାମିକ ରେଜିଷ୍ଟାନ୍ସ କାଉନସିଲ (IRC) ଏହି ଆକ୍ରମଣ କରିଥିବା ଦାବି କରିଛି । ସଂଗଠନର ଜଣେ ମୁଜାହିଦ କାଦ୍ରୀରେ ଥିବା ହିନ୍ଦୁ ମନ୍ଦିରରେ ଏହି ବିସ୍ଫୋରଣ ଘଟାଇଥିବା ସଂଗଠନ ଜାରି କରିଥିବା ବାର୍ତ୍ତାରେ କୁହାଯାଇଛି (IRC took responsibility for Mangaluru blast)।

ତେବେ ସୁବୁଠୁ ବଡ ପ୍ରଶ୍ନ ହେଉଛି ଏହି ସଂଗଠନ ପୂର୍ବରୁ କୌଣସି ଘଟଣାରେ ସାମ୍ନାକୁ ଆସି ନଥିଲା । ତେଣୁ ଏପରି ସଂଗଠନ ଅସ୍ଥିତ୍ବ ରହିଛି, ନାଁ ଏହା କେବଳ ଏକ ମିଥ୍ୟା ଦାବି ବୋଲି ପୋଲିସ ସ୍ପଷ୍ଟ କରିବା ପାଇଁ ତଦନ୍ତ ଆରମ୍ଭ କରିଛି । ଆସିଥିବା ମେସେଜକୁ ସାଇବର ସେଲ ଜରିଆରେ ଅନୁଧ୍ୟାନ କରୁଛି ପୋଲିସ । 19 ନଭେମ୍ବରର ଏହି ବିସ୍ଫୋରଣ ଘଟିଥିଲା ।

ଏହା ସାଧାରଣ ବିସ୍ଫୋରଣ ନୁହେଁ ବରଂ ଏକ ଯୋଜନାବଦ୍ଧ ବିସ୍ଫୋରଣ ଓ ଏଥିରେ ଆତଙ୍କୀ ଲିଙ୍କ ଥିବା ରାଜ୍ୟ ପୋଲିସ ଡିଜି ପ୍ରଥମରୁ ହିଁ କହିଥିଲେ । ତେବେ ମାମଲାର ଗମ୍ଭୀରତାକୁ ଦେଖି ଏହାର ତଦନ୍ତଭାର ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏକୁ ହସ୍ତାନ୍ତର କରାଯାଇଥିଲା । ଯାହାର ତଦନ୍ତ ବର୍ତ୍ତମାନ ଜାରି ରହିଛି (IRC took responsibility for Mangaluru blast)।

ସୂଚନା ଅନୁଯାୟୀ, ନଭେମ୍ବର 19 ତାରିଖ ଅପରାହ୍ନ ପ୍ରାୟ ୫ଟା ବେଳେ ମାଙ୍ଗାଲୁରୁର କାନକାନାଡି ଥାନା ଅଞ୍ଚଳରେ ଏକ ଅଟୋରିକ୍ସାରେ ବିସ୍ଫୋରଣ ହୋଇଥିଲା (Mangaluru autorickshaw blast) । ବିସ୍ଫୋରଣରେ ଅଟୋ ଡ୍ରାଇଭର ଓ ଜଣେ ଯାତ୍ରୀ ଗୁରୁତର ଆହତ ହୋଇଥିଲେ । ଏହି ବିସ୍ଫୋରଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ମହମ୍ମଦ ସାରିକ ବୋଲି ଜଣାପଡ଼ିଛି । ଅଭିଯୁକ୍ତ ମହମ୍ମଦ ସାରିକ ଯାତ୍ରୀ ଭାବେ ଅଟୋରେ ଯାତ୍ରା କରୁଥିଲେ । ବିସ୍ଫୋରଣରେ ଗୁରୁତର ଆହାତ ହୋଇଥିବା ମହମ୍ମଦ ସାରିକ ଶରୀରର ୪୦ରୁ ଅଧିକ ଭାଗ ପୋଡି ଯାଇଥିବା ବେଳେ ତାର ଚିକିତ୍ସା ଜାରି ରହିଛି ।

ଅଭିଯୁକ୍ତ ବିଦେଶୀ ଆତଙ୍କବାଦୀ ଗୋଷ୍ଠୀଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ଏପରି ବିସ୍ଫୋରଣ ଘଟାଇଥିବା ତଦନ୍ତରୁ ଜଣାପଡିବା ପରେ ଏବେ ଆତଙ୍କବାଦୀ ଲିଙ୍କର ଚେର ଖୋଜୁଛି ଏନଆଇଏ । ତେବେ ଏବେ ପୁଣି ଏକ ଇସଲାମୀୟ ଆତଙ୍କୀ ସଂଗଠନ ନିଜକୁ ଦାୟୀ କରି ଏପରି ସ୍ବୀକାରୋକ୍ତି ବାର୍ତ୍ତା ପଠାଇବା ପରେ ପୋଲିସ ଓ ଏନଆଇଏ ଏଦିଗକୁ ମଧ୍ୟ ତଦନ୍ତ ପରିସରକୁ ଆଣିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.