ETV Bharat / bharat

କେବଳ କୃଷି ଆଇନ ପରିବର୍ତ୍ତନ ଚାଷୀଙ୍କ ଦାବି ନୁହେଁ... - ଜଳୁଛି କୃଷକ ଆନ୍ଦୋଳନ ନିଆଁ

ଜାତୀୟ ରାଜଧାନୀ ସୀମାରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା କୃଷକମାନେ କେବଳ କେନ୍ଦ୍ର ସରକାରଙ୍କ ଦ୍ବାରା କାର୍ଯ୍ୟକାରୀ ହୋଇଥିବା ନୂତନ କୃଷି ଆଇନ ପ୍ରତ୍ୟାହାର କରିବାକୁ ଦାବି କରୁନାହାଁନ୍ତି ବରଂ ଏହି ଦାବି ତାଲିକାର ଲିଷ୍ଟ ବହୁତ ଲମ୍ବା। ଅଧିକ ପଢନ୍ତୁ...

କେବଳ କୃଷି ଆଇନ ପରିବର୍ତ୍ତନ ନୁହେଁ ଚାଷୀଙ୍କ ଦାବି

author img

By

Published : Dec 1, 2020, 7:17 PM IST

ନୂଆଦିଲ୍ଲୀ: ଜଳୁଛି କୃଷକ ଆନ୍ଦୋଳନ ନିଆଁ । ଜିଦରେ ଅଟଳ ଚାଷୀ। ବୁଝାମଣା ନୁହେଁ ବରଂ ଦାବି ପୂରଣ ପାଇଁ ରୋକଠୋକ୍ ଶୁଣାଇଛନ୍ତି ଚାଷୀ। ନଚେତ୍ ଆନ୍ଦୋଳନ ଦୀର୍ଘଦିନ ଚାଲିରହିବ ବୋଲି ଶୁଣାଇଛନ୍ତି। ସୀମାରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା କୃଷକମାନେ କେବଳ କେନ୍ଦ୍ର ସରକାରଙ୍କ ଦ୍ବାରା କାର୍ଯ୍ୟକାରୀ ହୋଇଥିବା ନୂତନ କୃଷି ଆଇନ ପ୍ରତ୍ୟାହାର କରିବାକୁ ଦାବି ନୁହେଁ ଆହୁରି ଅନେକ ଦାବି ରହିଛି।

କେବଳ କୃଷି ଆଇନ ପରିବର୍ତ୍ତନ ନୁହେଁ ଚାଷୀଙ୍କ ଦାବି
କେବଳ କୃଷି ଆଇନ ପରିବର୍ତ୍ତନ ନୁହେଁ ଚାଷୀଙ୍କ ଦାବି

ସେଥିମଧ୍ୟରୁ 2020 ବିଦ୍ୟୁତ୍ ସଂଶୋଧନ ବିଲ୍ ପ୍ରତ୍ୟାହାର ଚାହୁଁଛନ୍ତି। ଯଦିଓ କୃଷକଙ୍କ ଚାହିଦା ତାଲିକା ବହୁତ ଲମ୍ବା, ସେମାନଙ୍କ ମଧ୍ୟରୁ 5ଟି ଦାବିକୁ ଗୁରୁତ୍ବପୂର୍ଣ୍ଣ ବୋଲି ବିବେଚନା କରାଯାଉଛି । ଆନ୍ଦୋଳନରତ କୃଷକ ସଂଗଠନର ପ୍ରଥମ ତଥା ମୁଖ୍ୟ 3ଟି ଦାବି ହେଉଛି ନୂତନ କୃଷି ଆଇନ ରଦ୍ଦ।

3ଟି ନୂତନ କୃଷି ନିୟମ ମଧ୍ୟରେ କୃଷକ ଉତ୍ପାଦନ ବାଣିଜ୍ୟ (ପଦୋନ୍ନତି ଏବଂ ସରଳୀକରଣ) ଅଧିନିୟମ 2020, କୃଷକ (ସଶକ୍ତିକରଣ ଏବଂ ସୁରକ୍ଷା) ମୂଲ୍ୟ ନିଶ୍ଚିତତା ଏବଂ କୃଷି ସେବା ଅଧିନିୟମ 2020 ଏବଂ ଜରୁରୀ ଦ୍ରବ୍ୟ (ସଂଶୋଧନ) ଅଧିନିୟମ 2020 ଅନ୍ତର୍ଭୁକ୍ତ।

କୃଷକ ସଂଗଠନ କହୁଛି ଏହି ନିୟମଗୁଡିକ କର୍ପୋରେଟ୍ ପାଇଁ ଲାଭଦାୟକ ହେବ, କିନ୍ତୁ କୃଷକମାନେ ନୁହେଁ । ତେବେ ଏହି ତିନୋଟି ନିୟମ ଦ୍ୱାରା କୃଷକମାନେ ଉପକୃତ ହେବେ ଏବଂ କୃଷି କ୍ଷେତ୍ର ବୃଦ୍ଧି ପାଇବ ବୋଲି ସରକାର ଦାବି କରିଛନ୍ତି।

କୃଷକମାନଙ୍କର ଦ୍ୱିତୀୟ ଚାହିଦା ହେଉଛି ସର୍ବନିମ୍ନ ସହାୟତା ମୂଲ୍ୟ (MSP) ରେ ଫସଲ କ୍ରୟ ନିଶ୍ଚିତ କରିବାକୁ ଏମଏସପିର ଗ୍ୟାରେଣ୍ଟି ଚାହୁଁଛନ୍ତି । ତେବେ ସରକାର ଏମଏସପି ଉପରେ କ୍ରୟ ଜାରି ରଖିବାକୁ ନିଶ୍ଚିତ କରିଛନ୍ତି ଏବଂ ବର୍ତ୍ତମାନର ସରକାରଙ୍କ କାର୍ଯ୍ୟକାଳ ମଧ୍ୟରେ ଗହମ ଏବଂ ଚାଉଳ ସମେତ ଅନ୍ୟାନ୍ୟ ଫସଲ ରେକର୍ଡ କ୍ରୟର ଏକ ଉଦାହରଣ ମଧ୍ୟ ଉପସ୍ଥାପନ କରୁଛନ୍ତି। କୃଷକଙ୍କ ତୃତୀୟ ଚାହିଦା ହେଉଛି ବିଦ୍ୟୁତ୍ (ସଂଶୋଧନ) ବିଲ୍ ପ୍ରତ୍ୟାହାର, କାରଣ ସେମାନେ ଅନୁଭବ କରୁଛନ୍ତି ଯେ ଏହି କାରଣରୁ ସେମାନେ ମାଗଣା ବିଦ୍ୟୁତ୍ ପାଇବେ ନାହିଁ।

ଭାରତୀୟ କିସାନ ୟୁନିଅନର ସାଧାରଣ ସଚିବ ହରେନ୍ଦ୍ର ସିଂ ଲାଖୋୱାଲ ଗଣମାଧ୍ୟମକୁ କହିଛନ୍ତି ଯେ ପଞ୍ଜାବର କୃଷକମାନେ ମାଗଣାରେ ବିଦ୍ୟୁତ ପାଆନ୍ତି, କିନ୍ତୁ ବିଦ୍ୟୁତ ବଣ୍ଟନ ଘରୋଇକରଣ ହେଲେ ତାହା ଘଟିବ ନାହିଁ। ଚାଷୀଙ୍କ ଚତୁର୍ଥ ଦାବି ହେଉଛି ନଡ଼ା ଜାଳିବା କାରଣରୁ ଜରିମାନା ଏବଂ ଜେଲ ଦଣ୍ଡ ଶେଷ କରିବା।

ହରେନ୍ଦ୍ର ସିଂ କହିଛନ୍ତି ଯେ, ନଡ଼ା ଜାଳିବା ପାଇଁ 5 ବର୍ଷ ଜେଲ ଦଣ୍ଡ ଏବଂ ଏକ କୋଟି ଟଙ୍କା ଜୋରିମାନା କରାଯାଇଛି। ଏହାକୁ ପ୍ରତ୍ୟାହାର କରାଯାଉ ବୋଲି ଚାଷୀମାନେ ଦାବି କରୁଛନ୍ତି। ଏହାସହ ନଡା ଜାଳିବା ପାଇଁ ଚାଷୀଙ୍କ ବିରୋଧରେ ଦାଖଲ ହୋଇଥିବା ମାମଲା ପ୍ରତ୍ୟାହାର କରିବାକୁ ସେମାନେ ଦାବି କରୁଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.