ETV Bharat / bharat

ପ୍ରେସ ଗାଡ଼ିରେ ଚାଲାଣ ହେଉଥିଲା ମଦ, 40 ଲକ୍ଷର ବିଦେଶୀ ମଦ ଜବତ

author img

By

Published : Dec 21, 2022, 4:17 PM IST

ବିହାରରେ ମଦଜନିତ ମୃତ୍ୟୁ ପରେ ଆକ୍ସନ ମୋଡ୍‌ରେ ପୋଲିସ ପ୍ରଶାସନ। ପାନଟାର ବିକ୍ରମସ୍ଥିତ ଧାନ ଗୋଦାମରୁ ବିପୁଳ ମାତ୍ରାରେ ବେଆଇନ ମଦ ଜବତ ହୋଇଛି । ଆନୁମାନିକ ମୂଲ୍ୟ 40 ଲକ୍ଷରୁ ଊର୍ଦ୍ଧ୍ବ ହେବା ନେଇ ସୂଚନା । ଅଧିକ ପଢ଼ନ୍ତୁ

illegal liquor recovered
ବେଆଇନ ମଦ ଜବତ

ପାଟନା: ବିହାର ଛପରା ଜିଲ୍ଲାରେ ଗୋଟିଏ ପରେ ଗୋଟିଏ ମୁଣ୍ଡ ନେଉଛି ବିଷାକ୍ତ ମଦ । ସରକାରୀ ରିପୋର୍ଟ ଅନୁସାରେ ଏଯାବତ ରାଜ୍ୟରେ ୩୮ ଜଣଙ୍କ ମୃତ୍ୟୁ ଘଟିଛି । ମାତ୍ର ବିଭିନ୍ନ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏହି ମୃତ୍ୟୁ ସଂଖ୍ୟା ୭୬ରେ ପହଞ୍ଚିଛି । ଏହାରି ଭିତରେ ଆକ୍ସନ ମୋଡକୁ ଆସିଛି ବିହାର ପୋଲିସ । ଏହି ଘଟଣା ପରେ ବିଭିନ୍ନ ସ୍ଥାନରେ ଥିବା ବେଆଇନ ମଦ କାରଖାନା ଉପରେ ପୋଲିସ ଚଢ଼ାଉ କରିଛି । ପାଟନାର ବିକ୍ରମସ୍ଥିତ ଧାନ ଗୋଦାମରୁ ବିପୁଳ ମାତ୍ରାରେ ବେଆଇନ ମଦ ଜବତ ହୋଇଛି । ଏହାର ଆନୁମାନିକ ମୂଲ୍ୟ 40 ଲକ୍ଷରୁ ଊର୍ଦ୍ଧ୍ବ ହେବା ନେଇ ପୋଲିସ ସୂଚନା ଦେଇଛି ।

ପୋଲିସର ସୂଚନା ଅନୁଯାୟୀ, ପାଟନାର ବିକ୍ରମ ଥାନା ଅନ୍ତର୍ଗତ ମୋରିୱା ଗ୍ରାମ ନିକଟ ଧାନ ଗୋଦାମରୁ ବିଦେଶୀ ମଦ ଉଦ୍ଧାର କରାଯାଇଛି । ବିଳମ୍ବିତ ରାତିରେ ବିକ୍ରମ ଥାନା ଏସଆଇ ମିଥଳେଶ କୁମାର ଧାନ ଗୋଦାମଠାରୁ କିଛି ଦୂରରେ ପ୍ରେସ୍‌ ଲେଖାଥିବା ଏକ କାର ଦେଖିବାକୁ ପାଇଥିଲେ । ଏହାପରେ ପୋଲିସକୁ ସନ୍ଦେହ ହେବାରୁ କାର୍‌ର ଯାଞ୍ଚ କରିଥିଲା । ଯେଉଁଥିରେ 17 କାର୍ଟୁନ ବିଦେଶୀ ମଦ ଜବତ କରାଯାଇଥିଲା । ତଦନ୍ତ ବେଳେ ଏକ ଧାନ ଗୋଦାମର ଲିଙ୍କ୍‌ ପାଇଥିଲାତ ପୋଲିସ । ଏହାପରେ ଧାନ ଗୋଦାମ ଉପରେ ଚଢ଼ାଉ ହୋଇଥିବା ବେଳେ 900 କାର୍ଟୁନ ବିଶିଷ୍ଟ ବିଦେଶୀ ମଦ ଜବତ କରିଛି ପୋଲିସ ।

ଏନେଇ ଗୋଦାମ ମାଲିକ କହିଛନ୍ତି, "ଏହି ଗୋଦାମରେ କଣ ଘଟୁଛି ସେନେଇ ଧାରଣା ନାହିଁ । ମୁଁ ଚୁକ୍ତି କରି ଜଣେ ବ୍ୟକ୍ତିଙ୍କୁ ଏହି ଗୋଦାମ ଦେଇଥିଲି ।" ଏହି ଘଟଣାରେ ପୋଲିସ ଗୋଦାମ ମାଲିକଙ୍କଠାରୁ କାଜଗ ପତ୍ର ନେଇ ତଦନ୍ତ କରୁଛି । ଜବତ ହୋଇଥିବା ମଦର ଆନୁମାନିକ ମୂଲ୍ୟ 40 ଲକ୍ଷରୁ ଊର୍ଦ୍ଧ୍ବ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

ସୂଚନା ଥାଉକି, ବିହାର ଛପରା ଜିଲ୍ଲା ବିଷାକ୍ତ ମଦ ମୃତ୍ୟୁ ଘଟଣା(Bihar Hooch Tragedy )ରେ ସରକାରୀ ରିପୋର୍ଟ ଅନୁସାରେ ଏଯାବତ ରାଜ୍ୟରେ ୩୮ ଜଣଙ୍କ ମୃତ୍ୟୁ ଘଟିଛି । ମାତ୍ର ବିଭିନ୍ନ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏହି ମୃତ୍ୟୁ ସଂଖ୍ୟା ୭୬ରେ ପହଞ୍ଚିଛି । ଏହି ରିପୋର୍ଟକୁ ଅବକାରୀ ବିଭାଗ ମନ୍ତ୍ରୀ ସୁନୀଲ କୁମାର(Excise Minister Sunil Kumar ) ଭୁଲ୍‌ ବୋଲି କହିଥିଲେ । ସେ କହିଥିଲେ, ସୋସିଆଲ ମିଡିଆ ଓ ଗଣମାଧ୍ୟମ ରିପୋର୍ଟରେ ମୃତ୍ୟୁସଂଖ୍ୟାକୁ ଯାଞ୍ଚ କରାଯାଉଛି । ଯଦି ଗଣମାଧ୍ୟମ ରିପୋର୍ଟ ଅନୁସାରେ ସେତିକି ସଂଖ୍ୟକ ମୃତକଙ୍କ ସୂଚନା ମିଳେ, ତେବେ ସେମାନଙ୍କୁ ତାଲିକାରେ ସାମିଲ କରାଯିବ । ମାତ୍ର ସରକାରୀ ରିପୋର୍ଟ ଅନୁସାରେ ମୃତକଙ୍କ ସଂଖ୍ୟା ୩୮ ବୋଲି ସେ କହିଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁସାରେ ବିଷାକ୍ତ ମଦ ଜନିତ ମୃତ୍ୟୁସଂଖ୍ୟା ୭୬ରେ ପହଞ୍ଚିଛି । ଅନ୍ୟପଟେ ଛପରା ସଦର ଡାକ୍ତରଖାନାର ସୂତ୍ର ଅନୁଯାୟୀ କୌଣସି ବିଷାକ୍ତ ପାନୀୟ ପିଇବା ପରେ ୬୭ ଜଣଙ୍କର ମୃତ୍ୟୁ ଘଟିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.