ETV Bharat / bharat

ମଦ ମାଫିଆଙ୍କ ଆକ୍ରମଣରେ ପୋଲିସ ASI ମୃତ - ମଦ ମାଫିଆ ଆକ୍ରମଣ

ମଦ ମାଫିଆଙ୍କ ସହିତ ମୁହାଁମୁହିଁ ବେଳେ ସୀତାମଢି ଜିଲ୍ଲାରେ ଉପ ଆରକ୍ଷୀ ଅଧିକ୍ଷକ(ASI)ଙ୍କର ମୃତ୍ୟୁ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ଅଧିକ ପଢନ୍ତୁ...

ମଦ ମାଫିଆଙ୍କ ଆକ୍ରମଣରେ ପୋଲିସ ASI ମୃତ
ମଦ ମାଫିଆଙ୍କ ଆକ୍ରମଣରେ ପୋଲିସ ASI ମୃତ
author img

By

Published : Feb 24, 2021, 7:39 PM IST

ପାଟନା: ବିହାରର ସୀତାମଢି ଜିଲ୍ଲାରେ ମଦ ମାଫିଆଙ୍କ ସହିତ ମୁହାଁମୁହିଁ ବେଳେ ଜଣେ ଉପ ଆରକ୍ଷୀ ଅଧିକ୍ଷକ(ASI)ଙ୍କ ମୃତ୍ୟୁ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ଏହି ଘଟଣାରେ ଅନ୍ୟ ଜଣେ ପୋଲିସକର୍ମୀ ଆହତ ହୋଇଛନ୍ତି । ମୃତକ ଏଏସଆଇଙ୍କ ନାଁ ଦିନେଶ ରାମ ହୋଇଥିବା ବେଳେ ଆହତ ପୋଲିସକର୍ମୀ ଜଣକ ଲାଲବାବୁ ପାସୱ୍ବାନ ବୋଲି ଜଣାପଡିଛି । ଉଭୟ ପୋଲିସ କର୍ମୀ ସୀତାମମଢିର ମେଜରଗଞ୍ଜ ଥାନାରେ ପୋଷ୍ଟିଂ ହୋଇଥିଲେ ।

ଘଟଣା ମେଜରଗଞ୍ଜ ଥାନା ଅନ୍ତର୍ଗତ କୋଆରୀ ମଦନ ଗାଁରେ ଘଟିଛି, ଯେଉଁଠି ଚଢାଉ କରିବାକୁ ପହଞ୍ଚିଥିଲା ପୋଲିସ । ଗାଁରେ ଅବୈଧ ମଦ କାରବାର ନେଇ ସୂଚନା ମିଳିବା ପରେ ଚଢାଉ ପାଇଁ ପହଞ୍ଚିଥିଲା ପୋଲିସ । ତେବେ ପୋଲିସ ଟିମ ଗାଁରେ ପହଞ୍ଚିବା ପରେ ଅଚାନକ ମଦ ମାଫିଆମାନେ ସେମାନଙ୍କ ଉପରେ ଗୁଳି ଚଳାଇବା ଆରମ୍ଭ କରିଦେଇଥିଲେ । ଗୁଳି ବାଜିବା କାରଣରୁ 2 ପୋଲିସକର୍ମୀ ଆହତ ହୋଇଯାଇଥିଲେ ।

ଗୁରୁତର ଅବସ୍ଥାରେ ଏଏସଆଇ ଦିନେଶ ରାମଙ୍କୁ ହସ୍ପିଟାଲ ନିଆଯାଉଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ସେପଟେ ମଦ ମାଫିଆଙ୍କ ଏହି ଆକ୍ରମଣ ଘଟଣା ପରେ ସଙ୍ଗେସଙ୍ଗେ ଚାଞ୍ଚଲ୍ୟ ଖେଳିଯାଇଛି । ସଙ୍ଗେସଙ୍ଗେ ଘଟଣାସ୍ଥଳରେ ପହଞ୍ଚିଯାଇଛନ୍ତି ପୋଲିସ ଅଧିକାରୀ । ଅନ୍ୟପକ୍ଷେ ପୋଲିସ ମୁହାଁମୁହିଁ ସମୟରେ ଏନକାଉଣ୍ଟରରେ ମଦ ବେପାରୀ ରଞ୍ଜନ ସିଂହର ମଧ୍ୟ ମୃତ୍ୟୁ ହୋଇଥିବା ଜଣାପଡିଛି । ସେପଟେ ରାଜ୍ୟରେ ଆଇନ ଶୃଙ୍ଖଳାକୁ ନେଇ ନିତୀଶ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.