ETV Bharat / bharat

Cross- Border Love Story: ଭାରତୀୟ ଯୁବକଙ୍କ ପ୍ରେମରେ ସାଉଥ କୋରିଆ ଯୁବତୀ, କହିଲେ ଆଇ ଲଭ୍‌ ଇଣ୍ଡିଆ

author img

By

Published : Aug 20, 2023, 6:55 PM IST

ପ୍ରେମ ପାଇଁ ସୁଦୂର ସାଉଥ କୋରିଆରୁ ଭାରତର ପହଞ୍ଚିଲେ କୋରିଆନ ଯୁବତୀ କିମ ବହ। ପ୍ରେମିକଙ୍କୁ କଲେ ବିବାହ । ଅଧିକ ପଢନ୍ତୁ

Cross- border love story
Cross- border love story

ଭାରତୀୟ ଯୁବକଙ୍କ ପ୍ରେମରେ ସାଉଥ କୋରିଆ ଯୁବତୀ

ଲକ୍ଷ୍ନୌ: ସୀମା ହୈଦର ଓ ସଚିନ ମିଣାଙ୍କ ସୀମା ପାର ପ୍ରେମ ଘଟଣା ପରେ ଏଭଳି ଅନେକ ଘଟଣା ଏବେ ସାମ୍ନାକୁ ଆସୁଛି । ଏଭଳି ଏକ ଘଟଣା ଉତ୍ତରପ୍ରଦେଶ ଶାହାଜାହାନପୁରରେ ଦେଖିବାକୁ ମିଳିଛି । ପ୍ରେମ ପାଇଁ ସୁଦୂର ସାଉଥ କୋରିଆରୁ ଭାରତର ପହଞ୍ଚିଛନ୍ତି କୋରିଆନ ଯୁବତୀ କିମ ବହ (Kim Boh) । ଏହାସହିତ ସମ୍ପୂର୍ଣ୍ଣ ପଞ୍ଜାବୀ ପରମ୍ପରା ଅନୁସାରେ ସେ ନିଜ ପ୍ରେମିକ ସୁଖଜିତଙ୍କୁ ବିବାହ କରିଥିବା ବେଳେ ଏବେ ନିଜ ଶାଶୁ ଘରେ ଅଛନ୍ତି । ତେବେ କିମଙ୍କୁ ଭାରତୀୟ ସଂସ୍କୃତି ଓ ପରମ୍ପରା ବେଶ ପସନ୍ଦ ବୋଲି ସେ କହିଛନ୍ତି ।

4 ବର୍ଷ ପୂର୍ବରୁ ସାଉଥ କୋରିଆ ଯାଇଥିଲେ ପ୍ରେମିକ:- ଶାହାଜାହାନପୁର ଉଦନା ଗାଁର ଯୁବକ ସୁଖଜିତ ସିଂହ ରୋଜଗାର ପାଇଁ ସାଉଥ କୋରିଆ ଗସ୍ତ କରିଥିଲେ । ସେଠାରେ ସେ ପ୍ରାୟ 4 ବର୍ଷ ରହିଥିଲେ । ସାଉଥ କୋରିଆର ବୁସାନ ସହରର କଫି ସପ୍‌ରେ କାମ କରୁଥିଲେ ସୁଖଜିତ । ସେହି ଦୋକାନରେ 23 ବର୍ଷୀୟ କିମ ମଧ୍ୟ କାମ କରୁଥିଲେ । କିମ ବିଲ୍‌ କାଉଣ୍ଟରରେ କାମ କରୁଥିଲେ । ଉଭୟଙ୍କ ମଧ୍ୟରେ ସେଠାରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ସାଉଥ କୋରିଆରେ ରହୁଥିବା ସମୟରେ ସେଠାକାରା ଭାଷା ମଧ୍ୟ ଶିଖିଥିଲେ ସୁଖଜିତ । ସେଠାରୁ 6 ମାସ ପରେ ଭାରତ ଫେରି ଆସିଥିଲେ ସୁଖଜିତ । ଏହାପରେ ମଧ୍ୟ ସେ କିମ୍‌ଙ୍କ ସହିତ ଯୋଗାଯୋଗରେ ରହିଥିଲେ । କିମ୍‌ ସୁଖଜିତଙ୍କୁ ବିବାହ କରିବାକୁ ଚାହୁଁଥିଲେ । ଏହାପରେ ସେ ଗତ 2 ମାସ ପୂର୍ବରୁ ଭାରତ ଆସିଥିଲେ ।

ଏହା ବି ପଢନ୍ତୁ- ପ୍ରେମ ପାଇଁ ସାତଦରିଆ ପାର, ପ୍ରେମିକକୁ ପାଇବାକୁ ପୋଲାଣ୍ଡରୁ ଭାରତ ଆସିଲେ ପ୍ରେମିକା

କିମଙ୍କୁ ପସନ୍ଦ ଭାରତ ସଂସ୍କୃତି:- ବିଦେଶିନୀ କିମ୍‌ଙ୍କୁ ଭାରତର ସଂସ୍କୃତି ବେଶ ପସନ୍ଦ । ଏଥିଲାଗି ନିଜ ପ୍ରେମିକଙ୍କ ପାଇଁ ସେ ଭାରତ ଚାଲିଆସିଥିଲେ । କିମଙ୍କୁ ନିଜ ଗାଁରେ ଦେଖି ସୁଖଜିତ ବହୁ ଆନନ୍ଦିତ ହୋଇଥିଲେ । ଏହାପରେ ଗତ 2 ଦିନ ପୂର୍ବରୁ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ସୁଖଜିତ କହିଛନ୍ତି ଯେ କିମଙ୍କୁ ଭାରତୀୟ ସଂସ୍କୃତି ପରମ୍ପରା ବେଶ ପସନ୍ଦ । ଦେଶୀ କଚ୍ଚା ରାସ୍ତା, ଧାନ କ୍ଷେତ ଓ ଗାଁ ଲୋକଙ୍କ ପ୍ରତି ତାଙ୍କର ଏକ ପ୍ରେମଭାବ ରହିଛି । ବିବାହ ସମୟରେ କିମ୍‌ ଜଣେ ଭାରତୀୟ ବଧୂ ଭାବେ ଶୃଙ୍ଗାର କରି ବିବାହ ମଣ୍ଡପରେ ବସିଥିଲେ ।

ସୁଖଜିତ ସିଂହଙ୍କ ମାଆ ହରଜିନ୍ଦର କୌର କହିଛନ୍ତି ଯେ କିମ୍‌ 3 ମାସ ଟୁରିଷ୍ଟ ଭିସାରେ ଭାରତ ଆସିଛନ୍ତି । ତାଙ୍କର ଦେଢ ମାସ ବିତିଯାଇଥିବା ବେଳେ ସେ ଆଉ 1 ମାସ ମଧ୍ୟରେ ସାଉଥ କୋରିଆ ଫେରିଯିବେ । ସୁଖଜିତ ମଧ୍ୟ 3 ମାସ ପରେ ସାଉଥ କୋରିଆ ଯିବେ । ପରିବାର ସାଉଥ କୋରିଆର ବୋହୂ ପାଇ ବେଶ ଖୁସି ଥିବା ସେ କହିଛନ୍ତି । ହେଲେ ହରଜିନ୍ଦର ଚାହୁଁଛନ୍ତି ତାଙ୍କ ବୋହୂ ଭାରତରେ ରହୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.