ETV Bharat / bharat

କେନ୍ଦ୍ରମନ୍ତ୍ରୀଙ୍କ ଭାଷଣ ବେଳେ ଖସିପଡିଲା ଲାଇଟ ଷ୍ଟାଣ୍ଡ: ଜଣେ ମୃତ, ଅଳ୍ପକେ ବର୍ତ୍ତିଲେ ମନ୍ତ୍ରୀ - ଅଳ୍ପକେ ବର୍ତ୍ତିଲେ ଅର୍ଜୁନ ରାମ ମେଘୱାଲ

କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲଙ୍କ କାର୍ଯ୍ୟକ୍ରମରେ ଅଘଟଣ । ମଞ୍ଚରେ ଲୋକଙ୍କୁ ସମ୍ବୋଧିତ କରୁଥିବା ସମୟରେ ଖସିପଡିଲା ଲାଇଟ ଷ୍ଟାଣ୍ଡ । ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅଳ୍ପକେ ବର୍ତ୍ତିଲେ କେନ୍ଦ୍ରମନ୍ତ୍ରୀ । ଅଧିକ ପଢନ୍ତୁ

light-stand
କେନ୍ଦ୍ରମନ୍ତ୍ରୀ ଭାଷଣ ଦେବାବେଳେ ଖସିପଡିଲା ଲାଇଟ ଷ୍ଟାଣ୍ଡ: ଜଣେ ମୃତ, ଅଳ୍ପକେ ବର୍ତ୍ତିଲେ ମନ୍ତ୍ରୀ
author img

By

Published : Apr 16, 2022, 11:20 AM IST

ଲକ୍ଷ୍ନୌ: ଏକ ବଡ ଅଘଟଣରୁ ଅଳ୍ପକେ ବର୍ତ୍ତିଲେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ(Arjun Ram Meghwal) । ଡ଼ ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ ଉତ୍ତରପ୍ରଦେଶ ଆଗ୍ରାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମେଘୱାଲ ଯୋଗ ଦେଇଥିଲେ । କେନ୍ଦ୍ରମନ୍ତ୍ରୀ ମଞ୍ଚରେ ଲୋକଙ୍କୁ ସମ୍ବୋଧିତ କରୁଥିବା ବେଳେ ହଠାତ୍ ଜୋରରେ ଝଡତୋଫାନ ହୋଇଥିଲା । ଯାହାଫଳରେ ବିଜୁଳି ଚାଲିଯାଇଥିଲା ଏବଂ କିଛି ଲାଇଟ୍ ଷ୍ଟାଣ୍ଡଗୁଡିକ ଭାଙ୍ଗି ମଞ୍ଚରେ ପଡିଥିଲା । ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି । ହେଲେ ଭାଗ୍ୟବଶତଃ କେନ୍ଦ୍ରମନ୍ତ୍ରୀ ବଡ ଅଘଟଣକୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

କେନ୍ଦ୍ରମନ୍ତ୍ରୀଙ୍କ ଭାଷଣ ବେଳେ ଖସିପଡିଲା ଲାଇଟ ଷ୍ଟାଣ୍ଡ

ଏହି ଘଟଣାକୁ ନେଇ ଚାରିଆଡେ ଜୋରଦାର ଚର୍ଚ୍ଚା ହେଉଛି । କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ମଞ୍ଚରେ ଭାଷଣ ଦେଉଥିବା ସମୟରେ ଲାଇଟ ଷ୍ଟାଣ୍ଡଗୁଡିକ ଖସି ପଡିଥିଲା । ଯଦି ମେଘୱାଲ ଭାଷଣ ନ ଦେଉଥାନ୍ତେ, ତେବେ ନିଶ୍ଚୟ ଆହତ ହୋଇଥାନ୍ତେ । ପ୍ରାପ୍ତ ସୂଚନା ଅନୁଯାୟୀ, ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମଧ୍ୟ ନିମନ୍ତ୍ରିତ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.