ETV Bharat / bharat

କାନପୁର ଚିିଡିଆଖାନାରେ ଅଜବ ଦୃଶ୍ୟ, ଆଜୀବନ କାରାଦଣ୍ଡ ଭୋଗୁଛି ମାଙ୍କଡ

କୋର୍ଟରେ ଅପରାଧୀଙ୍କୁ ବିଭିନ୍ନ ଦଣ୍ଡ ବିଧାନ ବିଷୟରେ ଆପଣ ଅନେକ ଘଟଣା ଦେଖିଥିବା କିମ୍ବା ଶୁଣିଥିବେ । କେବେ କୌଣସି ପଶୁ ପ୍ରତି ଦଣ୍ଡ ବିଧାନ ହୋଇଥିବା କଥା ଶୁଣିଛନ୍ତି । ଅଧିକ ପଢ଼ନ୍ତୁ

life imprisonment to a monkey named Kalia in Kanpur Zoo
କାନପୁର ଚିିଡିଆଖାନାରେ ଅଜବ ଦୃଶ୍ୟ, ଆଜୀବନ କାରାଦଣ୍ଡ ଭୋଗୁଛି ମାଙ୍କଡ଼
author img

By

Published : Nov 24, 2022, 11:03 PM IST

ଲକ୍ଷ୍ନୌ: କୋର୍ଟରେ ଅପରାଧୀଙ୍କୁ ବିଭିନ୍ନ ଦଣ୍ଡ ବିଧାନ ବିଷୟରେ ଆପଣ ଅନେକ ଘଟଣା ଦେଖିଥିବା କିମ୍ବା ଶୁଣିଥିବେ । କେବେ କୌଣସି ପଶୁ ପ୍ରତି ଦଣ୍ଡ ବିଧାନ ହୋଇଥିବା କଥା ଶୁଣିଛନ୍ତି । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ସତ । ଏଭଳି ଏକ ଘଟଣା ଉତ୍ତର ପ୍ରଦେଶର କାନପୁର ଜିଲ୍ଲାରେ ଦେଖିବାକୁ ମିଳିଛି । କାନପୁର ଚିଡିଆଖାନାରେ କାଳିଆ ନାମକ ମାଙ୍କଡ଼ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇ ସଜା କାଟୁଛି ।

କାନପୁର ଚିିଡିଆଖାନାରେ ଅଜବ ଦୃଶ୍ୟ, ଆଜୀବନ କାରାଦଣ୍ଡ ଭୋଗୁଛି ମାଙ୍କଡ଼

ଏବେ ମନକୁ ପ୍ରଶ୍ନ ଆସିବା ସ୍ବାଭାବିକ, କେଉଁ ପରିସ୍ଥିତିରେ ଓ କାହିଁକି ମାଙ୍କଡ଼କୁ ଏଭଳି କାରାଦଣ୍ଡରେ ଦଣ୍ଡିତ କରଯାଇଛି । କିଏ ତାକୁ ଏହି ଦଣ୍ଡ ଦେଇଛି । ୨୦୧୭ରେ ଜୌନପୁରରୁ ମାଙ୍କଡ଼କୁ ଗିରଫ କରି କାନପୁର ଚିଡ଼ିଆଖାନକୁ ଅଣା ଯାଇଥିଲା । କାଳିଆ ନାମକ ଏହି ମାଙ୍କଡ଼ ପୂର୍ବରୁ ମିର୍ଜାପୁରରେ ମହିଳା ଓ ଛୁଆଙ୍କୁ ଆକ୍ରମଣ କରି ଲହୁଲୁହାଣ କରୁଥିଲା । ଏହିଭଳି ଭାବରେ ପ୍ରାୟ ୨୦୦ ଜଣଙ୍କୁ ଆକ୍ରମଣ କରିଥିଲା ମାଙ୍କଡ଼ । ଏହାପରେ ଜୌନପୁରରେ ମଧ୍ୟ ସମାନ ଘଟଣା ଘଟାଇ ଚାଲିଥିଲା ।

ଦେଖିବାକୁ ସାଧାରଣ ଭଳି ଦେଖା ଯାଉଥିବା ଏହି ମାଙ୍କଡ଼କୁ ଧରି କାନପୁରର ଏକ ଚିଡ଼ିଆଖାନାରେ ପିଞ୍ଜରାରେ ବନ୍ଦ ରଖାଯାଇଛି । ତେବେ ପିଞ୍ଜରାରେ ବନ୍ଦ ରହି ମଧ୍ୟ ତାହାର ବ୍ୟବହାରରରେ କୌଣସି ପିରବର୍ତ୍ତନ ଆସିନାହିଁ । ପୂର୍ବରୁ ଏକ ତାନ୍ତ୍ରିକ ପାଖରେ କାଳିଆ ରହୁଥିଲା । ତାନ୍ତ୍ରିକର ମୃତ୍ୟୁ ପରେ ସେ ଅସହାୟ ହୋଇ ପଡ଼ିଥିଲା । ଅନେକ ଥର ସେ ଅନ୍ୟ ମାଙ୍କଡ଼ ପଲ ସହ ମିଶିବାକୁ ଚେଷ୍ଟା କରିଛି କିନ୍ତୁ ସଫଳ ହୋଇ ପାରିନଥିଲା ।

ତାନ୍ତ୍ରିକ ପାଖରେ ରହି ମଦ ଓ ମାଂସ ଖାଇବା ଶିଖିଥିଲା ମାଙ୍କଡ଼ ଏଣୁ ହିଂସ୍ର ହୋଇ ଆକ୍ରମଣ କୁରଥିଲା । ଅଧିକାଂଶ ମହିଳା ଓ ପିଲା ମାଙ୍କଡ଼ର ଆକ୍ରମଣର ଶିକାର ହେଉଥିଲେ । ତାକୁ ଜଙ୍ଗଲରେ ଛାଡ଼ିବାକୁ ଯୋଜନା କରାଯାଉଥିଲା, କିନ୍ତୁ ତାର ବ୍ୟବହାରରେ କୌଣସି ପରିବର୍ତ୍ତନ ଆସିନଥିବାରୁ ତାକୁ ଆଜୀବନ ପଞ୍ଜରାରେ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.