ETV Bharat / bharat

ଚେନ୍ନାଇରେ ସମଲିଙ୍ଗୀ ବିବାହ, ମିଳିଲା ପରିବାରର ଆର୍ଶୀବାଦ

author img

By

Published : Sep 6, 2022, 9:10 AM IST

ଚେନ୍ନାଇରେ ସମଲିଙ୍ଗୀ ବିବାହ । ଶୁଭିସ୍କା ସୁବ୍ରମଣି ଏବଂ ଟିନା ଦାସ ନାମକ ୨ ଜଣ ଯୁବତୀ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଅଧିକ ପଢନ୍ତୁ

ଚେନ୍ନାଇରେ ସମଲିଙ୍ଗୀ ବିବାହ : ମିଳିଲା ପରିବାରର ଆର୍ଶୀବାଦ

ଚେନ୍ନାଇ: ଏକାଠି ହେଲା ମନ, ବିବାହ ବନ୍ଧନରେ ବାନ୍ଧି ହେଲେ ସମଲିଙ୍ଗୀ ମହିଳା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଚେନ୍ନାଇ ସହରରେ । ଏହି ଦୁଇଜଣ ମହିଳା ହେଲେ ତାମିଲନାଡୁର ଶୁଭିସ୍କା ସୁବ୍ରମଣି ଏବଂ ବାଙ୍ଗଲାଦେଶର ଟିନା ଦେଶ । ଉଭୟ ଏହି ବିବାହରେ ଖୁସିଥିବା ବେଳେ ସମାଜକୁ ଏ ବାର୍ତ୍ତା ମଧ୍ୟ ଦେଇଛନ୍ତି । ଖୁସିରେ ରହିବାକୁ ହେଲେ କାହାର ଅନୁମତି ଦରକାର ନାହିଁ ।

ତେବେ ଏହି ବିବାହରେ ଏକ ନୂଆ ଘଟଣା ଦେଖିବାକୁ ମିଳିଛି । ତାମିଲନାଡୁରେ ଜନ୍ମ ହୋଇଥିବା ଶୁଭିସ୍କା ସୁବ୍ରମଣି ନିଜର ହରମୋନ୍ ପରିବର୍ତ୍ତନ କରି ସେ ଝିଅରୁ ପୁରୁଷ ହୋଇଥିଲେ । ବାଂଲାଦେଶର ଟିନା ଦାସ ପାରମ୍ପାରିକ ବିବାହ କରିଥିଲେ । ୨୯ ବର୍ଷ ପୂର୍ବେ ଶୁଭିସ୍କାଙ୍କୁ ଅନୁଭବ ହୋଇଥିଲା ଯେ ତାଙ୍କ ଶରୀରରେ ପୁରୁଷର ଗୁଣ ରହିଛି । ଏହାପରେ ୧୯ ବର୍ଷରେ ସେ ନିଜର ହରମୋନ୍ ପରିବର୍ତ୍ତନ କରିଥିଲେ । ଆଉ ଝିଅରୁ ହୋଇଥିଲେ ପୁଅ ।

ଶୁଭିସ୍କା ବର୍ତ୍ତମାନ ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ । ସେହିପରି ଟିନା । ଜଣେ ହିନ୍ଦୁ ପରିବାରର ବୋହୁ ଥିଲେ ଟିନା । ବେଶ ହସଖୁସିରେ ଚାଲିଥିଲା ପରିବାର । ହେଲେ ନିଜ ବାହାଘରର ୪ ବର୍ଷ ପରେ ସ୍ବାମୀଙ୍କ ସହ ରହିବାକୁ ଅମଙ୍ଗ ହୋଇଥିଲେ । କାରଣ ତାଙ୍କୁ ଅନୁଭବ ହୋଇଥିଲା କି ସେ ଜଣେ ଲେସବିୟାନ ବୋଲି । ଏହାପରେ ସ୍ବାମୀଙ୍କୁ ଛାଡ଼ପତ୍ର ଦେଇ ପଳାଇ ଆସିଥିଲେ ।

ଏବେ ସେ କାନ୍ନାଡାରର କାଲାଗାରୀର ଏକ ଘରୋଇ ହସ୍ପିଟାଲରେ ନର୍ସ ଭାବେ କାମ କରୁଛନ୍ତି । ସ୍ବାମୀଙ୍କ ଠାରୁ ଦୂରେଇବାର କିଛି ବର୍ଷ ପରେ ଶୁଭିସ୍କା ଏବଂ ଟିନାଙ୍କର ଦେଖାହୁଏ ଏକ ମୋବାଇଲ ଆପ୍ ଜରିଆରେ । ଏହାପରେ ଉଭୟ ଭିତରେ ଏକ ବନ୍ଧୁତା ଗଢ଼ି ଉଠିଥିଲା । ଧୀରେ ଧୀରେ ଏହି ବନ୍ଧୁତା ପ୍ରେମରେ ପରିଣିତ ହେଲା । ଉଭୟ ଉଭୟଙ୍କ ସହ ଅନେକ ସମୟ ଏକାଠି ବିତାଉଥିଲେ ।

ଏଭଳି କିଛି ବର୍ଷ ଚାଲିବା ପରେ ଉଭୟଙ୍କ ପରିବାରରେ ଜଣାପଡ଼ିଥିଲା ଦୁଇ ମହିଳାଙ୍କ ସମଲିଙ୍ଗୀ ସମ୍ପର୍କରେ । ଏହାପରେ ଉଭୟ ପରିବାରଙ୍କ ଆପୋଷ ବୁଝାମଣାରେ ହୋଇଥିଲା ନିର୍ବନ୍ଧ ଆଉ ପରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବେଶ ଧୁମଧାମରେ ବିବାହ ମଧ୍ୟ ସରିଥିଲା । ରୀତିନୀତି ଅନୁସାରେ ପଡ଼ିଥିଲା ହାତଗଣ୍ଠି । ବାଜିଥିଲା ସାହାନାଇ ।

ଶୁଭିସ୍କାଙ୍କ ଜନ୍ମ ମଦୁରାଇରେ ହୋଇଥିବା ବେଳ ତାଙ୍କର ବାକି ଜୀବନ କତାରରେ କଟିଥିଲା । ଶୁଭିସ୍କାଙ୍କ ହରମୋଲ ପରିବର୍ତ୍ତନ ଶୁଣି ପ୍ରଥମେ ତାଙ୍କ ମା ଡରିଯାଇଥିଲେ । କିଭଳି ଏ ସମାଜରେ ତାଙ୍କୁ ଲୋକେ ଗ୍ରହଣ କରିବେ । ଝିଅର ଏଭଳି ବ୍ୟବହାର ଦେଖି ପରିବାରରେ ସମସ୍ତେ ଭାଙ୍ଗି ପଡ଼ିଥିଲେ । ସେହିପରି ୧୯ ବର୍ଷରେ ବାହା ହୋଇଥିବା ଟିନା ନିଜ ବୈବାହିକ ଜୀବନକୁ ନେଇ ଆଦୌ ଖୁସିନଥିଲେ । କାରଣ ସେ ମଧ୍ୟ ଅନୁଭବ କରିଥିଲେ ଯେ ତାଙ୍କ ଶରୀରରେ ଏଭଳି କୌଣସି ହରମୋନ ନାହିଁ ଯେଉଁଥିପାଇଁ ତାଙ୍କୁ ପୁଅ ପ୍ରତି ଆତ୍କୃଷ୍ଟ କରିପାରିବ । ଏବେ ଉଭୟ ଅର୍ଥାତ ଶୁଭିସ୍କା ଏବଂ ଟିନା ବିବାହ ହୋଇ ବେଶ ଖୁସିରେ ଅଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.