ETV Bharat / bharat

Leopard Attack: ଗାଜିଆବାଦ କୋର୍ଟ ପରିସରରେ ଚିତା ଆକ୍ରମଣ, ୨ ଆହତ

author img

By

Published : Feb 8, 2023, 9:45 PM IST

ନୂଆଦିଲ୍ଲୀ ଗାଜିଆବାଦ କୋର୍ଟ ପରିସରରେ ପଶିଲା ଚିତା । କୋର୍ଟ ଭିତରେ ଅନେକଙ୍କ ଉପରେ ଆକ୍ରମଣ କରିଥିବା ବେଳେ ୨ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ

Leopard Attack
Leopard Attack

ନୂଆଦିଲ୍ଲୀ: ଗାଜିଆବାଦ କୋର୍ଟ ପରିସରରେ ବୁଲିଲା ଚିତା । ଏହାପରେ ହଠାତ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ଚିତା କୋର୍ଟ ଭିତରକୁ ପ୍ରବେଶ କରି ଅନେକଙ୍କ ଉପରେ ଆକ୍ରମଣ କରିଛି । କୋର୍ଟ ପରିସରରେ ଚିତା ରହିଥିବା ବେଳେ ବନ ବିଭାଗ ଓ ପୋଲିସ ଉଦ୍ଧାର କରିବା ଲାଗି ଉଦ୍ୟମ କରିଛି । ଚିତା ଆକ୍ରମଣରେ କିଛି ପୋଲିସ କର୍ମୀ ଆହତ ହୋଇଥିବା ମଧ୍ୟ ସୂଚନା ମିଳିଛି ।

Leopard Attack: ଗାଜିଆବାଦ କୋର୍ଟ ପରିସରରେ ଚିତା ଆକ୍ରମଣ, ୨ ଆହତ

ଗାଜିଆବାଦ କୋର୍ଟ କବି ନଗର ଥାନା ଅଞ୍ଚଳରେ ରହିଛି । ଏଠାରେ ସର୍ବଦା ଅନେକ ସୁରକ୍ଷାକର୍ମୀ ଡ୍ୟୁଟିରେ ରହିଥାନ୍ତି । ଏହାପରେ ମଧ୍ୟ ଚିତା କିପରି କୋର୍ଟ ପରିସର ଭିତରକୁ ଆସିଲା ସେ ନେଇ ଚର୍ଚ୍ଚା ହୋଇଛି । ଚିତା କୋର୍ଟ ଭିତରେ ପ୍ରବେଶ କରି ଅନେକ ଲୋକଙ୍କ ଉପରେ ଆକ୍ରମଣ କରିଛି । ହେଲେ ୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଏମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣା ସମ୍ପର୍କରେ ଖବର ପାଇବା ପରେ ଦମକଳ ବିଭାଗ, ସ୍ଥାନୀୟ ପୋଲିସ, ଆମ୍ବୁଲାନ୍ସ ଓ ବନ ବିଭାଗ ପହଞ୍ଚି ଚିତାକୁ ଉଦ୍ଧାର କରିବା ଲାଗି ଉଦ୍ୟମ କରିଛି ।

ଏହା ବି ପଢନ୍ତୁ- ଆଦାନୀଙ୍କୁ ସୁରକ୍ଷା ଯୋଗାଉଛି ମୋଦି ସରକାର: ରାହୁଲ ଗାନ୍ଧୀ

୨ ଆହତଙ୍କ ମଧ୍ୟରୁ ଜଣେ ଆହତ ବ୍ୟକ୍ତିଙ୍କ ହାତରେ ଗଭୀର କ୍ଷତ ସୃଷ୍ଟି ହୋଇଛି । ଚିତା ଭୟଙ୍କର ଭାବେ ବ୍ୟକ୍ତିଙ୍କ ଉପରକୁ ଆକ୍ରମଣ କରିଛି । ଗାଜିଆବାଦରେ ଏହା ପୂର୍ବରୁ ମଧ୍ୟ ଅନେକ ଥର ଚିତା ବୁଲୁଥିବା ଖବର ମିଳିଛି । ସଞ୍ଜୟ ନଗର ନିକଟରେ ମଧ୍ୟ ଚିତା ବୁଲୁଥିବା ସୂଚନା ମିଳିଥିଲା । ଏହାକୁ ଧରିବାରେ ବନ ବିଭାଗ ଅସଫଳ ରହିଥିଲା । ଏହାବ୍ୟତୀତ ନିକଟରେ ଦିଲ୍ଲୀ ମେରଠ ଏକ୍ସପ୍ରେସ ୱେରେ ମଧ୍ୟ ଏକ ଚିତାକୁ ଦେଖିବାକୁ ମିଳିଥିଲା । ସଡ଼କ ଦୁର୍ଘଟଣାରେ ଏହି ଚିତାର ମୃତ୍ୟୁ ଘଟିଥିଲା ।

କୋର୍ଟ ପରିସରରେ ଚିତା ଥିବା ନେଇ ଖବର ମିଳିବା ପରେ ଏଠାରୁ ଲୋକଙ୍କୁ ଉଦ୍ଧା କରାଯାଇ କୋର୍ଟକୁ ଖାଲି କରାଯାଇଛି । ଚିତାକୁ ଉଦ୍ଧାର କରିବା ଲାଗି ବନ ବିଭାଗ ଉଦ୍ୟମ ଜାରି ରଖିଛି । ସେପଟେ ଚିତାର କୋର୍ଟ ଭିତରେ ପ୍ରବେଶ ନେଇ ସ୍ଥାନୀୟ ଲୋକେ ମଧ୍ୟ ଭୟଭୀତ ହୋଇପଡ଼ିଛନ୍ତି । ବନ ବିଭାଗ ଏହି ହିଂସ୍ର ବନ୍ୟଜନ୍ତୁଙ୍କ ଉପରେ କାବୁ କରିବା ଲାଗି ସ୍ଥାନୀୟ ଅଞ୍ଚଳରେ ଦାବି ହୋଇଛି । ଯାହାଦ୍ବାରା ଏହି ବନ୍ୟଜନ୍ତୁ ଜନବସତି ଭିତରକୁ ପ୍ରବେଶ କରିପାରିବ ନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.