ETV Bharat / bharat

ବଢୁଛି ଖରା, ବଜାରରେ ଲେମ୍ବୁ କିଲୋ ୨୦୦ ଟଙ୍କା - ଲେମ୍ବୁ ଦର ବୃଦ୍ଧି

ଡହ ଡହ ଖରାରେ ଆଉଟୁପାଉଟୁ ହେଉଛନ୍ତି ଲୋକେ । ତାତି ବଢିବା ସହ ଏବେ ବଜାରରେ ବଢୁଛି ଲେମ୍ବୁ ଚାହିଦା । ଫଳରେ ୨୦୦ ଟଙ୍କାରେ ପହଞ୍ଚିଲା ଲେମ୍ବୁ କେଜି । ଅଧିକ ପଢନ୍ତୁ

ବଢୁଛି ଖରା, ବଜାରରେ ଲେମ୍ବୁ କିଲୋ ୨୦୦ ଟଙ୍କା
ବଢୁଛି ଖରା, ବଜାରରେ ଲେମ୍ବୁ କିଲୋ ୨୦୦ ଟଙ୍କା
author img

By

Published : Apr 2, 2022, 3:37 PM IST

ଗାନ୍ଧୀନଗର: ସାରା ଦେଶରେ ଜାରି ରହିଛି ଗ୍ରୀଷ୍ମପ୍ରବାହ । ଡହ ଡହ ଖରାରେ ଆଉଟୁପାଉଟୁ ହେଉଛନ୍ତି ଲୋକେ । ତାତି ବଢିବା ସହ ଏବେ ବଜାରରେ ଲେମ୍ବୁ ଚାହିଦା ମଧ୍ୟ ବଢୁଛି । ଚାହିଦା ଏପରି ଯେ ଏବେ ଗୁଜୁରାଟରେ ଲେମ୍ବୁ କେଜି ୨୦୦ ଟଙ୍କାରେ ପହଞ୍ଚିଛି । ଗୁଜୁରାଟର ରାଜକୋଟରେ ଲେମ୍ବୁ କେଜି ଆଜି ୨୦୦ ଟଙ୍କାରେ ବିକ୍ରି ହେଉଛି । ଚାହିଦା ବଢିବା ସହ ଲେମ୍ବୁ ଯୋଗାଣରେ କମ୍ ଯୋଗୁଁ ଦର ବଢିଥିବା କୁହାଯାଇଛି ।

ରାଜକୋଟରେ ଆଗରୁ ଲେମ୍ବୁ କିଲୋ ୫୦ ରୁ ୬୦ ଟଙ୍କାରେ ବିକ୍ରି ହେଉଥିଲା । ହେଲେ ଅଚାନକ ଭାବେ ଦାମ ବୃଦ୍ଧି ପାଇ ୨୦୦ ଟଙ୍କାରେ ପହଞ୍ଚିଛି । ଯାହା ଖାଉଟିଙ୍କ ପକେଟ ଉପରେ ସିଧାସଳଖ ମାଡ କରିଛି । ସାଧାରଣତଃ ଖରା ଆସିଲେ ଲୋକେ ନିଜ ଡାଏଟରେ ଲେମ୍ବୁକୁ ସାମିଲ କରିବାକୁ ପସନ୍ଦ କରିଥାନ୍ତି । କାରଣ ଏଥିରେ ଭିଟାମିନ C ପ୍ରଚୁର ପରିମାଣରେ ଥିବାରୁ ପାଚନ ପ୍ରକ୍ରିୟାରେ ସାହାଯ୍ୟ କରେ । ତେଣୁ ଲେମ୍ବୁର ଚାହିଦା ବୃଦ୍ଧି ଓ ଯୋଗାଣ କମ୍ ଯୋଗୁଁ ଏବେ ଏହାର ଦର ଅହେତୁକ ଭାବେ ବୃଦ୍ଧି ପାଇଛି ।

ଏନେଇ ଜଣେ ଗ୍ରାହକ କହିଛନ୍ତି, ପ୍ରାୟ ସବୁ ପନିପରିବାର ଦର ବୃଦ୍ଧି ପାଇଛି । ହେଲେ ଲେମ୍ବୁ ମୂଲ୍ୟ ଏତେମାତ୍ରାରେ ବଢିବ ବୋଲି କେବେ ଚିନ୍ତା କରୁନଥିଲୁ । ଏପରି ଅଧିକ ଟଙ୍କାର ପରିବା କିଣିବା ମଧ୍ୟବିତ୍ତ ପରିବାର ପାଇଁ କଷ୍ଟକର । ତେଣୁ ଏବେ ଆବଶ୍ୟକୀୟ ପରିମାଣର ଲେମ୍ବୁ କିଣିବା ଆମ ପାଇଁ ସମ୍ଭବ ନୁହେଁ ବୋଲି ସେ କହିଛନ୍ତି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.