ETV Bharat / bharat

ଧାରା ୩୭୦ ମାମଲାରେ ସୁପ୍ରିମକୋର୍ଟରେ ଯୁକ୍ତି ବାଢ଼ି ନିଲମ୍ବିତ ହେଲେ ଅଧ୍ୟାପକ

author img

By ETV Bharat Odisha Team

Published : Aug 26, 2023, 9:52 PM IST

ଧାରା ୩୭୦ ମାମଲା ନେଇ ସୁପ୍ରିମକୋର୍ଟରେ ଯୁକ୍ତି ବାଢ଼ିବା ପଡ଼ିଲା ମହଙ୍ଗା, ନିଲମ୍ବିତ ହେଲେ ସରକାରୀ ଅଧ୍ୟାପକ । ଅଧିକ ପଢ଼ନ୍ତୁ

article 370 abrogation
ଧାରା ୩୭୦ ରଦ୍ଦ ମାମଲା

ଶ୍ରୀନଗର: ଧାରା ୩୭୦ ମାମଲା ନେଇ ସୁପ୍ରିମକୋର୍ଟରେ ଯୁକ୍ତି ବାଢ଼ିବା ପଡ଼ିଲା ମହଙ୍ଗା, ନିଲମ୍ବିତ ହେଲେ ସରକାରୀ ଅଧ୍ୟାପକ । ଧାରା ୩୭୦ ଏବଂ ୩୫ (A) ଉଚ୍ଛେଦ ପ୍ରତ୍ୟାହାର ଦାବିରେ କିଛି ବିରୋଧୀ ସୁପ୍ରିଟକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଏହି ପରିପ୍ରେକ୍ଷୀରେ ଅଧ୍ୟାପକ ଜଣକ ଏହି ମାମଲାର ଶୁଣାଣି ସମୟରେ କୋର୍ଟରେ ନିଜ ଯୁକ୍ତି ବାଢ଼ିଥିଲେ । ଅନୁଶାସନର ଉଲ୍ଲଂଘନ ପାଇଁ ଅଧ୍ୟାପକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ନିଲମ୍ବିତ କରିଛନ୍ତି ଜମ୍ମୁ-କାଶ୍ମୀର ସରକାର ।

ଏହା ମଧ୍ୟ ପଢ଼ନ୍ତୁ: ଅଗଷ୍ଟ 2ରୁ ଧାରା 370 ଶୁଣାଣି କରିବେ ସୁପ୍ରିମକୋର୍ଟ

ଏହା ମଧ୍ୟ ପଢ଼ନ୍ତୁ: ‘ଧାରା 370 ଉଚ୍ଛେଦ ପରେ ଜମ୍ମୁ କାଶ୍ମୀରରେ ପୂରଣ ହୋଇଛି 29,295 ପଦବୀ’

ଶ୍ରୀନଗରର ଜବାହାର ନଗର ସ୍ଥିତ ସରକାରୀ ହାଇସ୍କୁଲର ରାଜନୀତି ବିଜ୍ଞାନର ବରିଷ୍ଠ ଅଧ୍ୟାପକ ଜହୁର ଅହମ୍ମଦ ଭଟଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି ମାମଲାରେ ନେଇ ସୁପ୍ରିମକୋର୍ଟରେ ସେ ହାଜର ହେବାରୁ ତାଙ୍କୁ ନିଲମ୍ବିତ କରାଯାଇଛି । ଶୁକ୍ରବାର ସନ୍ଧ୍ୟାରେ ଏକ ଆନୁଷ୍ଠାନିକ ବିବୃତ୍ତିରେ ସରକାରଙ୍କ ପକ୍ଷରୁ ଜହୁର ଅହମ୍ମଦଙ୍କ ନିଲମ୍ବନ ନେଇ ଘୋଷଣା କରଯାଇଥିଲା । ଜମ୍ମୁ-କାଶ୍ମୀରର ସିଭିଲ ସର୍ଭିସେସ୍ ରେଗୁଲେସନ୍ (CSR), ଜମ୍ମୁ-କାଶ୍ମୀର ସରକାରୀ କର୍ମଚାରୀ (ଆଚରଣ) ନିୟମ ୧୯୭୧ ଏବଂ ଜମ୍ମୁ-କାଶ୍ମୀର ଅବକାଶ ନିୟମ ଆଧାରରେ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିବା କୁହାଯାଇଛି । ନିଲମ୍ବନ ଆଦେଶ ଅନୁଯାୟୀ ଜହୁର ଅହମ୍ମଦ ଜମ୍ମୁ ସ୍କୁଲ ଶିକ୍ଷା ନିର୍ଦ୍ଦେଶକଙ୍କୁ ରିପୋର୍ଟ ଦେବେ । ଏହି ସମୟରେ ସରକାର ଜମ୍ମୁ ସ୍କୁଲ ଶିକ୍ଷାର ଯୁଗ୍ମ ନିର୍ଦ୍ଦେଶକ ସୁବା ମେହେତାଙ୍କୁ ଯାଞ୍ଚ ଅଧିକାରୀ ଭାବେ ନିଯୁକ୍ତି ଦେଇଛନ୍ତି । ସୁପ୍ରିମକୋର୍ଟରେ ଅଧ୍ୟାପକଙ୍କ ହାଜର ହେବାର କାରଣ ଏବଂ ନିୟମ ଉଲ୍ଲଂଘନ ନେଇ ସୁବା ମେହେତା ଯାଞ୍ଚ କରିବେ ।

ଏହା ମଧ୍ୟ ପଢ଼ନ୍ତୁ: Watch: ଧାରା ୩୭୦ ଉଚ୍ଛେଦକୁ ୪ବର୍ଷ, PDP କର୍ମୀଙ୍କ ପ୍ରତ୍ୟାହାର ଦାବିରେ ବିକ୍ଷୋଭ

ପ୍ରକାଶ ଥାଉକି, ଧାରା ୩୭୦ ଉଚ୍ଛେଦକୁ ରଦ୍ଦ କରିବା ନେଇ ବିରୋଧୀ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି । ଅଗଷ୍ଟ ଦୁଇ ତାରିଖରୁ ଦୈନନ୍ଦିନ ଏହି ମାମଲାର ଶୁଣାଣି ଚାଲିଛି । ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ୫ ଜଣିଆ ସମ୍ବିଧାନିକ ଖଣ୍ଡପୀଠରେ ଉକ୍ତ ମାମଲାରେ ଶୁଣାଣି ଚାଲିଛି । ମୋଟ ୨୩ଟି ଅପିଲ ଉପରେ ଶୁଣାଣି ହେବ । ତେବେ ୨୭ ତାରିଖ ଯାଏ ସମସ୍ତ ପକ୍ଷ ଜବାବ ରଖିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.