ETV Bharat / bharat

କେରଳରେ 4000 କୋଟିର ପ୍ରକଳ୍ପ ଉଦଘାଟନ, ଦୁର୍ନୀତିରେ UDF-LDF ରେକର୍ଡ ରହିଛି କହିଲେ ମୋଦି - ମୋଦିଙ୍କ କେରଳ ଗସ୍ତ

PM Modi Speech in kerla: କେରଳରେ 4 ହଜାର କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କଂଗ୍ରେସ ଉପରେ ବର୍ଷିବା ସହିତ ଦଳୀୟ କର୍ମୀଙ୍କୁ ପ୍ରଶଂସା କଲେ । ଅଧିକ ପଢନ୍ତୁ

PM Modi Speech in kerla
PM Modi Speech in kerla
author img

By ETV Bharat Odisha Team

Published : Jan 17, 2024, 8:13 PM IST

ଥିରୁଅନନ୍ତପୁରମ: 2ଦିନିଆ କେରଳ ଗସ୍ତରେ ରହିଛନ୍ତି ପ୍ରଧାନମନ୍ତ୍ରୀ । ମଙ୍ଗଳବାର ସନ୍ଧ୍ୟାରେ ମୋଦି କେରଳରେ ପହଞ୍ଚିବା ପରେ ପ୍ରଥମେ କୋଚିରେ ଏକ ରୋଡ ଶୋ କରିବା ପରେ ଦଳୀୟ କର୍ମୀମାନଙ୍କ ସହିତ ଏକ ବୈଠକ କରିଥିଲେ । ଏହା ପରେ ଆଜି ସକାଳୁ ବିଭିନ୍ନ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଛନ୍ତି । ତ୍ରିସୁରର ଗୁରୁବାୟୁର ମନ୍ଦିରରେ ପୂଜାର୍ଚ୍ଚନା କରିବା ସହିତ ସେଠାରେ ନବବିବାହିତ ଦମ୍ପତିଙ୍କୁ ଆର୍ଶିବାଦ ଦେଇଥିଲେ ମୋଦି । ଅନ୍ୟପଟେ 4 ହଜାର କୋଟି ଟଙ୍କାର 3ଟି ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । କୋକିନ ସିପୟାର୍ଜ ଲିମିଡେଟ(CSL)ରେ ନ୍ୟୁ ଡ୍ରାଇ ଡକ(NDD), CSLର ଅନ୍ତର୍ଜାତୀୟ ଜାହାଜ ମରାମତି ସୁବିଧା (ISRF) ଏବଂ ଭାରତୀୟ ତୈଳ ନିଗମ ଲିମିଟେଡର LPG ଆମଦାନୀ ଟର୍ମିନାଲର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ।

କଂଗ୍ରେସକୁ ମୋଦିର ଟାର୍ଗେଟ: ତେବେ କେରଳରେ ସମ୍ବୋଧନ କରିବା ସମୟରେ କଂଗ୍ରେସ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ । କଂଗ୍ରେସ ଗରିବି ହଟାଓର ନାରା ଦେଇଥିଲା କିନ୍ତୁ ଆମେ ତାହା କାର୍ଯ୍ୟରେ ପରିଣତ କରି ଦେଖାଇଲୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଆମର କାମର ପ୍ରଭାବ ସାରା ଦେଶ ଦେଖୁଛି ବୋଲି ସେ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଗୁରୁବାୟୁର ମନ୍ଦିରରେ ପ୍ରଧାନମନ୍ତ୍ରୀ: ପାଦ ଛୁଇଁଲେ ନବ ଦମ୍ପତି, ଉପହାର ଦେଲେ ମୋଦି

ମୋଦି କହିଛନ୍ତି, "ବିଜେପି ସରକାରର ନିତି ଏବଂ ପ୍ରଭାବ ସାରା ଦେଶରେ ପ୍ରତିଫଳିତ ହେଉଛି। ଗତ 9 ବର୍ଷ ଭିତରେ ପ୍ରାୟ 25 କୋଟି ଲୋକ ଗରିବି ମୁକ୍ତ ହୋଇଛନ୍ତି । 5 ଦଶକ ପର୍ଯ୍ୟନ୍ତ କଂଗ୍ରେସ ଗିରିବି ହଟାଓର ନାରା ଦେଇଥିଲା। କିନ୍ତୁ ଆମ ସରକାର 25 କୋଟି ଲୋକଙ୍କୁ ଗରିବି ମୁକ୍ତ କରିବାରେ ସଫଳତା ହାସଲ କରିଛନ୍ତି ।"

ମୋଦିଙ୍କ ବାଜିମାତ ଫର୍ମୁଲା : ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ପ୍ରତ୍ୟେକ ବୁଥରେ ବାଜିମାତ ହେବା ସଂକଳ୍ପ ହେବା ଉଚିତ। ପ୍ରେତ୍ୟକ ବୁଥ ଜିତିଲେ ହିଁ କେରଳର ନିର୍ବାଚନ ଜିତିପାରିବା । ଏଥିପାଇଁ ଅଧିକ ପରିଶ୍ରମ କରିବାକୁ ହେବ ଏବଂ ପ୍ରତ୍ୟେକ ଭୋଟରଙ୍କୁ ଆକୃଷ୍ଟ କରିବାକୁ ହେବ ।"

ବିଜେପି କର୍ମୀଙ୍କୁ ପ୍ରଶଂସା: ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, "କେରଳରେ ବାମ ଗଣତାନ୍ତ୍ରିକ ମଞ୍ଚ(LDF) ଏବଂ ୟୁନାଇଟେଡ ଡେମୋକ୍ରାଟିକ ଫ୍ରଣ୍ଚ (UDF)ର ଦୁର୍ନିତିର ରେକର୍ଡ ରହିଛି । ତ୍ରିସୁରରେ ନାରୀ ଶକ୍ତି ସମ୍ମିଳନୀ ସମୟରେ ଆମେ କେରଳର ବିଜେପି କର୍ମୀଙ୍କ ଶକ୍ତି ଦେଖିଛୁ । କେବଳ ଏକ ଶକ୍ତିଶାଳୀ ସଂଗଠନ ହିଁ ଏତେ ବଡ ସମ୍ମିଳନୀ ଆୟୋଜିତ କରିପାରିବ । ଏହାର ମୋର ଅଭିଜ୍ଞତା । ଏଥିରୁ ଜଣାପଡୁଛି ଯେ, ଆପଣମାନେ ବହୁତ କଠିନ ପରିଶ୍ରମ କରୁଛନ୍ତି । ଦ୍ରୁତ ଅଭିବୃଦ୍ଧି ଏବଂ ଭବିଷ୍ୟତ ପାଇଁ ସ୍ପଷ୍ଟ ଦୂରଦୃଷ୍ଟି ପାଇଁ ବିଜେପି କେବଳ ଗୋଟିଏ ମାତ୍ର ଦଳ ରହିଛି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.