ETV Bharat / bharat

ପାଟନାରେ ଆନ୍ଦୋଳନକାରୀ ଶିକ୍ଷକ ଆଶାୟୀଙ୍କ ଉପରେ ଲାଠିଚାର୍ଜ - ବିହାରରେ ଆଶାୟୀ ଶିକ୍ଷକ ପ୍ରାର୍ଥୀଙ୍କ ବିକ୍ଷୋଭ

ବିହାରରେ ଶିକ୍ଷକ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ଦାବି ନେଇ ବିକ୍ଷୋଭ ବେଳେ ଲାଠିଚାର୍ଜ (7th phase Teacher Recruitment In Bihar)। ବହୁ ଆଶାୟୀ ପ୍ରାର୍ଥୀ ଆହତ , କିଛି ଅଟକ । ଅଧିକ ପଢନ୍ତୁ

ପାଟନାରେ ଆନ୍ଦୋଳନକାରୀ ଶିକ୍ଷକ ଆଶାୟୀଙ୍କ ଉପରେ ଲାଠିଚାର୍ଜ

author img

By

Published : Dec 13, 2022, 10:45 PM IST

ପାଟନାରେ ଆନ୍ଦୋଳନକାରୀ ଶିକ୍ଷକ ଆଶାୟୀଙ୍କ ଉପରେ ଲାଠିଚାର୍ଜ

ହାଇଦ୍ରାବାଦ: ବିହାରରେ ସପ୍ତମ ପର୍ଯ୍ୟାୟ ଶିକ୍ଷକ ନିଯୁକ୍ତି (7th phase Teacher Recruitment In Bihar) ବିଜ୍ଞପ୍ତି ପ୍ରକାଶ ଦାବିରେ ପାଟନାରେ ବିକ୍ଷୋଭ ପ୍ରଦର୍ଶନ ବେଳେ ପୋଲିସ ଶିକ୍ଷକ ଆଶାୟୀଙ୍କ ଉପରେ ଲାଠିଚାର୍ଜ କରିଛି । ସହରର ଡାକବଙ୍ଗଳା ଛକରେ ହଜାର ହଜାର ଆଶାୟୀ ଶିକ୍ଷକ ପ୍ରାର୍ଥୀ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ । ପୋଲିସ ସେମାନଙ୍କୁ ଘଉଡାଇବା ପାଇଁ ଲାଠିଚାର୍ଜ କରିଥିଲା । ଏଥିରେ ବହୁ ସଂଖ୍ୟକ ଶିକ୍ଷକ ଆଶାୟୀ ଆହତ ହୋଇଛନ୍ତି । କିଛି ଶିକ୍ଷକ ଆଶାୟୀଙ୍କୁ ପୋଲିସ ସ୍ଥାନୀୟ ଥାନାରେ ଅଟକ ମଧ୍ୟ ରଖିଥିବା ସୂଚନା ମିଳିଛି ।

ଆଜି (ମଙ୍ଗଳବାର) ରାଜଧାନୀ ପାଟନାରେ CTET ଏବଂ BTET ଉତ୍ତୀର୍ଣ୍ଣ ଆଶାୟୀ ପ୍ରାର୍ଥୀମାନେ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିବାକୁ ଦାବି କରି ଆନ୍ଦୋଳନ କରିଥିଲେ (7th phase Teacher Recruitment In Bihar)। ଏହି ଦାବିରେ ଶିକ୍ଷକ ଆଶାୟୀ ପାର୍ଥୀମାନେ ରାଜଧାନୀ ମୁହାଁ ହୋଇଥିଲେ । ପାଟନାର ଡାକବଙ୍ଗଳା ଛକକୁ ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଟ୍ରାଫିକ ଜାମ ସହ ଯାତାୟତ ମଧ୍ୟ ପ୍ରଭାବିତ ହୋଇଥିଲା । ଏହି ସମୟରେ ପୋଲିସ ସେମାନଙ୍କୁ ସେଠାରୁ ଉଠାଇବା ପାଇଁ ବଳପ୍ରୟୋଗ କରିଥିଲା ।

ବିହାରରେ ସପ୍ତମ ପର୍ଯ୍ୟାୟ ଶିକ୍ଷକ ନିଯୁକ୍ତି ପାଇଁ ସରକାର ବିଜ୍ଞପ୍ତି ଘୋଷଣା କରିବାକୁ ନିୟମିତ ଦାବି କରିଆସୁଛନ୍ତି CTET ଓ BTET ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଶିକ୍ଷକ ଆଶାୟୀ ପ୍ରାର୍ଥୀ । ଯାହାକୁ ନେଇ ବିଭିନ୍ନ ସମୟରେ ସେମାନେ ଧାରଣା ଓ ପ୍ରତିବାଦ କରୁଛନ୍ତି । ଆଜି ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ଆନ୍ଦୋଳନକାରୀ ଶିକ୍ଷକ ଆଶାୟୀ ସଂଘ ବିରୋଧ କରିବା ସହ ନିନ୍ଦା ମଧ୍ୟ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.