ETV Bharat / bharat

CDS General ବିପିନ ରାୱତଙ୍କ ସମ୍ମାନାର୍ଥେ ସ୍ଥାପନ ହେବ Chair of Excellence

author img

By

Published : Mar 15, 2022, 10:34 PM IST

ଦେଶର ପ୍ରଥମ CDS ଜେନେରାଲ ବିପିନ ରାୱତଙ୍କ ସମ୍ମାନାର୍ଥେ ଭାରତୀୟ ସେନାର ବଡ ଘୋଷଣା । ୟୁନାଇଟେଡ ସର୍ଭିସ ଇନଷ୍ଟିଚ୍ୟୁସନ ଅଫ ଇଣ୍ଡିଆ (USI) ରେ ସ୍ଥାପନ ହେବ ‘ଚେୟାର ଅଫ ଅକ୍ସିଲେନ୍ସ’ (Chair of Excellence) । ଯାହାର ଘୋଷଣା କରିଛନ୍ତି ସ୍ଥଳସେନା ପ୍ରମୁଖ ।

CDS General ବିପିନ ରାୱତ
CDS General ବିପିନ ରାୱତ

ନୂଆଦିଲ୍ଲୀ: ଦେଶର ପ୍ରଥମ CDS ଜେନେରାଲ ବିପିନ ରାୱତଙ୍କ ସମ୍ମାନାର୍ଥେ ଭାରତୀୟ ସେନାର ବଡ ଘୋଷଣା । ୟୁନାଇଟେଡ ସର୍ଭିସ ଇନଷ୍ଟିଚ୍ୟୁସନ ଅଫ ଇଣ୍ଡିଆ (USI) ରେ ସ୍ଥାପନ ହେବ ‘ଚେୟାର ଅଫ ଅକ୍ସିଲେନ୍ସ’ (Chair of Excellence) । ଯାହାର ଘୋଷଣା କରିଛନ୍ତି ସ୍ଥଳସେନା ପ୍ରମୁଖ ଜେନେରାଲ ମନୋଜ ମୁକୁନ୍ଦ ନରଓ୍ବାଣେ ।

  • Lt Gen Manoj Pande, #VCOAS, Air Mshl Sandeep Singh, #VCAS, Air Mshl BR Krishna, #CISC, V Adm SN Ghormade, #VCNS, Lt Gen SK Sharma, #DCOAS(Strat) and Maj Gen BK Sharma, Director, #USI were present during the event. (3/3)#IndianArmy

    — ADG PI - INDIAN ARMY (@adgpi) March 15, 2022 " class="align-text-top noRightClick twitterSection" data=" ">

ଦିବଂଗତ CDS ଜେନେରାଲ ବିପିନ ରାୱତଙ୍କ 65 ତମ ଜୟନ୍ତୀର ଗୋଟିଏ ଦିନ ପୂର୍ବରୁ ସେନା ଏହି ଘୋଷଣା କରି ତାଙ୍କୁ ଆଉ ଏକ ସମ୍ମାନ ଦେଇଛି । ସେନା ପକ୍ଷରୁ ଜାରି ଏକ ବିବୃତ୍ତି ଅନୁସାରେ ୟୁନାଇଟେଡ ସର୍ଭିସ ଇନଷ୍ଟିଚ୍ୟୁସନ ଅଫ ଇଣ୍ଡିଆ (USI) ୟୁଏସଆଇର ନିର୍ଦ୍ଦେଶକ ଥିବା ମେଜର ଜେନେରାଲ ବିକେ ଶର୍ମାଙ୍କୁ 5 ଲକ୍ଷ ଟଙ୍କାର ଏକ ଚେକ ପ୍ରଦାନ କରାଯାଇଛି । ଏହି ଅର୍ଥରେ ୟୁଏସଆଇ ସ୍ଥାପନ ହେବାକୁ ଥିବା ଚେୟାର ଅଫ ଅକ୍ସିଲେନ୍ସ ନାମରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଖର୍ଚ୍ଚ କରାଯିବ ।

  • #COAS recounted that Gen Rawat was passionate about strategic thought and invested considerable time & energy in the activities of various Think Tanks. His 65th birthday provided an opportune moment to reinforce the Services’ bond with their intellectual institutions. (2/3)

ନିଜ ବିବୃତ୍ତିରେ ସେନା ଆହୁରି କହିଛି ଯେ ଦିବଂଗତ CDS ଜେନେରାଲ ବିପିନ ରାୱତ ଦେଶର 27 ତମ ସ୍ଥଳସେନା ଅଧ୍ୟକ୍ଷ ଥିଲେ । ଏହାସହ ଦେଶର ଶ୍ରେଷ୍ଠ ସେନାପତି ଥିଲେ । ତାଙ୍କ ନେତୃତ୍ବରେ ସେନା ଏକାଧିକ ଅପରେସନ କରିଥିଲା । ଭାରତୀୟ ସେନା ପ୍ରତି ତାଙ୍କର ଅବଦାନ ଅତୁଳନୀୟ । ତାଙ୍କ ନେତୃତ୍ବରେ 3 ସେନାର ଆଧୁନିକ କରଣ ସହ ଥିଏଟର କମାଣ୍ଡ କରାଯାଉଥିଲା । ଏହି ମହାନ ସେନାପତିଙ୍କୁ ଆମେ ଗତବର୍ଷ ହରାଇ ତାଙ୍କ ଅନୁପସ୍ଥିତି ଅନୁଭବ କରୁଛୁ ।

  • #Tribute

    To honour General Bipin Rawat’s contributions to the Armed Forces, especially in the field of Jointness & Integration, Gen MM Naravane, #COAS & officiating Chairman #COSC formally instituted “General Bipin Rawat Memorial Annual Chair of Excellence” at #USI. (1/3) pic.twitter.com/ztTaMkfOLt

ସେହିଭଳି ସେନା ଆହୁରି କହିଛି, CDS ଜେନେରାଲ ବିପିନ ରାୱତଙ୍କ ସମ୍ମାନାର୍ଥେ ସ୍ଥାପିତ ହେବାକୁ ଥିବା ଚେୟାର ଅଫ ଅକ୍ସିଲେନ୍ସ ଦ୍ବାରା ଦେଶର ସ୍ଥଳ, ଜଳ ଓ ଆକାଶ ବାହୀନି ମଧ୍ୟରେ ଏକତା, ଅଖଣ୍ଡତା, ବୀରତ୍ବ ଓ ଦେଶଭକ୍ତି ର ପ୍ରେରଣା ସବୁବେଳେ ଜାଗ୍ରତ ହେବ ।

ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସ୍ଥଳସେନା ଉପାଧ୍ୟକ୍ଷକ ଲେଫ୍ଟଲାଣ୍ଟ ଜେନେରାଲ ମନୋଜ ପାଣ୍ଡେ, ଏୟାର ମାର୍ଶାଲ ସନ୍ଦୀପ ସିଂ, ଭାଇସ ଆଡମିରାଲ ଏସଏନ ଘୋରମାଡେଙ୍କ ସମେତ ୟୁଏସଆଇର ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟଯେ ଗତବର୍ଷ ଡିସେମ୍ବର 8 ତାରିଖରେ ତାମିଲନାଡୁ କୁନ୍ନୁର ନିକଟରେ ହେଲିକେପ୍ଟର ଦୁର୍ଘଟଣାରେ CDS ଜେନେରାଲ ବିପିନ ରାୱତଙ୍କ ସମେତ ତାଙ୍କ ପତ୍ନୀ ଓ ସମସ୍ତ କ୍ରିଉ ସଦସ୍ୟଙ୍କ ଦୁଃଖଦ ଦେହାନ୍ତ ହୋଇଥିଲା ।

@ANI

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.