ETV Bharat / bharat

ପଞ୍ଚଭୂତରେ ବିଲୀନ ଲତା ଦିଦି, ଭାଇ ଦେଲେ ମୁଖାଗ୍ନି - ଲତା ମଙ୍ଗେଶକରଙ୍କ ଶେଷକୃତ୍ୟ ସମ୍ପନ୍ନ

ପଞ୍ଚଭୂତରେ ଲୀନ ହେଲା ଲତା ମଙ୍ଗେଶକରଙ୍କ ପ୍ରାର୍ଥୀବ ଶରୀର । ଲୋକାରଣ୍ଯ ହେଲା ଶିବାଜୀ ପାର୍କ । ସାମିଲ ହେଲେ ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଠ ବ୍ୟକ୍ତି ବିଶେଷ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ହେଲା ସମ୍ପନ୍ନ । ଅଧିକ ପଢନ୍ତୁ

ପଞ୍ଚଭୂତରେ ଲୀନ ହେଲା ଲତା ମଙ୍ଗେଶକରଙ୍କ ପ୍ରାର୍ଥୀବ ଶରୀର

author img

By

Published : Feb 6, 2022, 7:33 PM IST

Updated : Feb 6, 2022, 8:42 PM IST

ମୁମ୍ବାଇ: ପଞ୍ଚଭୂତରେ ଲୀନ ହେଲା ଲତା ମଙ୍ଗେଶକରଙ୍କ ପ୍ରାର୍ଥୀବ ଶରୀର । ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଲତାଙ୍କ ଭାଇ ହୃଦୟନାଥ ମୁଖାଗ୍ନି ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ବିଶିଷ୍ଠ ବ୍ୟକ୍ତି ବିଶେଷ ଶିବାଜୀ ପାର୍କରେ ଲତାଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

ପଞ୍ଚଭୂତରେ ବିଲୀନ ଲତା ଦିଦି, ଭାଇ ଦେଲେ ମୁଖାଗ୍ନି

ଅପରାହ୍ନରେ ବାସଭବନରୁ ଏକ ଶୋଭାଯାତ୍ରାରେ ଲତାଙ୍କ ମରଶରୀର ଶିବାଜୀ ପାର୍କ ଅଭିମୁଖେ ଅଣାଯାଇଥିଲା । ଭାରତୀୟ ସେନାର ଏକ ସୁସଜ୍ଜିତ ଟ୍ରକରେ ତ୍ରିରଙ୍ଗାରେ ଘୋଡାଯାଇଥିବା ଲତାଙ୍କ ପ୍ରାର୍ଥୀବ ଶରୀର ଅଣାଯାଉଥିବା ବେଳେ ରାସ୍ତାର ଉଭୟ ପାର୍ଶ୍ବ ଲୋକାରଣ୍ୟ ହୋଇଥିଲା । ରାସ୍ତାରେ ମୁମ୍ବାଇବାସୀ ଶ୍ରଦ୍ଧାଞ୍ଜଳି ଦେବା ସହ ହଜାର ହଜାର ଲତାପ୍ରମୀ ଶୋଭାଯାତ୍ରାରେ ମଧ୍ୟ ସାମିଲ ହୋଇଥିଲେ ।

ଶିବାଜୀ ପାର୍କରେ ଲତାଙ୍କ ପ୍ରାର୍ଥୀବ ଶରୀର ପହଞ୍ଚିବା ପରେ ସେଠାରେ ସାଧାରଣ ଦର୍ଶନ ପାଇଁ କିଛି ସମୟ ରଖାଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିବାଜୀ ପାର୍କରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ପ୍ରଧାନମନ୍ତ୍ରୀଙ୍କ ପରେ ଅନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷମାନେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ମହାରାଷ୍ଟ୍ର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, କେନ୍ଦ୍ରମନ୍ତ୍ରୀ ପିୟୁସ ଗୋଏଲ, ଏନସିପି ମୁଖ୍ୟ ଶରଦ ପାଓ୍ବାର, ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ, ରାଜ ଠାକରେ ପ୍ରମୁଖ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ ।

ରାଜନୈତିକ ବ୍ୟକ୍ତି ବିଶେଷଙ୍କ ବ୍ୟତୀତ ବହୁ ଚଳଚିତ୍ର, ସଙ୍ଗୀତ ଓ କ୍ରୀଡା ଜଗତ ସହ ଜଡିତ ବିଶିଷ୍ଟ ବ୍ୟକ୍ତିବିଶେଷ ମଧ୍ୟ ଶିବାଜୀ ପାର୍କରେ ଉପସ୍ଥିତ ଥିଲ । କ୍ରିକେଟର ସଚିନ ତେନ୍ଦୁଲକର, ବଲିଉଡ ସୁପରଷ୍ଟାର, ଶାହାରୁଖ ଖାନ, ଅମିର ଖାନ, ବିଶିଷ୍ଟ ଗାୟିକା ଅନୁରାଧା ପଡଓ୍ବାଲ, ଶଙ୍କର ମହାଦେବନ ପ୍ରମୁଖଙ୍କ ସମେତ ଅନେକ କଳାକାର, ସଙ୍ଗୀତଜ୍ଞ ମଧ୍ୟ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

ଶ୍ରଦ୍ଧଞ୍ଜଳି ଜ୍ଞାପନ ଶେଷ ହେବା ପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଲତାଙ୍କୁ ଗାର୍ଡ ଅଫ ଅନର ଓ ତୋପ ସଲାମୀ ପ୍ରଦାନ କରାଯାଇଥିଲା । ପରେ ବ୍ରାହ୍ମଣମାନଙ୍କ ମନ୍ତ୍ରପାଠ ସହ ଲତାଙ୍କ ଭାଇ ହୃଦୟନାଥ ମୁଖାଗ୍ନି ପ୍ରଦାନ କରିଥିଲେ । ଅଗ୍ନି ସଂଯୋଗ ସହ ପଞ୍ଚଭୂତରେ ବିଲୀନ ହୋଇଛି ଲତାଙ୍କ ପ୍ରାର୍ଥିବ ଶରୀର । ଭାରତୀୟ ସଙ୍ଗୀତ ଜଗତରେ ଗୋଟିଏ ଯୁଗର ଅବସାନ ଘଟିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 6, 2022, 8:42 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.