ETV Bharat / bharat

ପଞ୍ଚଭୂତରେ ଲୀନ ହେଲେ ନେତାଜୀ, ପୈତୃକ ଗ୍ରାମରେ ହେଲା ଶେଷକୃତ୍ୟ - ମୁଲାୟମ ସିଂ ଯାଦବଙ୍କ ପରଲୋକ

ଶେଷ ହେଲା ମୁଲାୟମ ସିଂ ଯାଦବଙ୍କ ଶେଷକୃତ୍ୟ । ପୈତୃକ ଗ୍ରାମ ସୈଫାଇରେ ପଞ୍ଚଭୂତରେ ଲୀନ ହେଲେ ନେତାଜୀ (Last rites of Mulayam Singh Yadav performed )। ମୁଖାଗ୍ନୀ ଦେଲେ ପୁଅ ଅଖିଳେଶ । ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ସାମିଲ । ଗତକାଲି ହୋଇଥିଲା ଦେହାନ୍ତ । ଅଧିକ ପଢନ୍ତୁ

ପଞ୍ଚଭୂତରେ ଲୀନ ହେଲେ ମୁଲାୟମ ସିଂ ଯାଦବ, ପୈତୃକ ଗ୍ରାମରେ ହେଲା ଶେଷକୃତ୍ୟ

author img

By

Published : Oct 11, 2022, 5:04 PM IST

ଲକ୍ଷ୍ନୌ: ପୈତୃକ ଗ୍ରାମ ସୈଫାଇରେ ଶେଷ ହୋଇଛି ଉତ୍ତର ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସାମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କ ଅନ୍ତିମ ସଂସ୍କାର (Last rites of Mulayam Singh Yadav performed )। ପୁଅ ଅଖିଳେଶ ଯାଦବ ମୁଖାଗ୍ନୀ ଦେଇଛନ୍ତି । ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ କରାଯିବା ସହ ଏଥିରେ ବହୁ ବିଶିଷ୍ଟ ରାଜନୈତିକ ବ୍ୟକ୍ତିବିଶେଷ ସାମିଲ ହୋଇଥିଲେ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ ପ୍ରମୁଖ ଅନ୍ତିମ ସଂସ୍କାରରେ ସାମିଲ ହୋଇ ମୁଲାୟମଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

ପଞ୍ଚଭୂତରେ ଲୀନ ହେଲେ ମୁଲାୟମ ସିଂ ଯାଦବ, ପୈତୃକ ଗ୍ରାମରେ ହେଲା ଶେଷକୃତ୍ୟ

ଗତକାଲି (ସୋମବାର) ଗୁରୁଗ୍ରାମର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ 82 ବର୍ଷ ବୟସରେ ମୁଲାୟମଙ୍କ ପରଲୋକ ହୋଇଥିଲା । ଆଜି କଂଗ୍ରେସ ପକ୍ଷରୁ ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ, ସାଂସଦ ପ୍ରମୋଦ ତିଓ୍ବାରୀଙ୍କ ସମେତ ରାଜ୍ୟ କଂଗ୍ରେସର କିଛି ବରିଷ୍ଠ ନେତା ମଧ୍ୟ ମୁଲାୟମଙ୍କ ଶେଷକୃତ୍ୟରେ ସାମିଲ ହୋଇଛନ୍ତି । ଗତକାଲି ତାଙ୍କର ଦେହାନ୍ତ ହେବା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ହସ୍ପିଟାଲରେ ପହଞ୍ଚି ମୁଲାୟମଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଶେଷ ଦର୍ଶନ କରିଥିଲେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ମୁଲାୟମଙ୍କ ବିୟୋଗରେ ଶୋକବ୍ୟକ୍ତ କରିଥିଲେ (Last rites of Mulayam Singh Yadav performed )।

  • Uttar Pradesh | Congress presidential candidate Mallikarjun Kharge, Congress MP Pramod Tiwari and other leaders of the party reach the ancestral village Saifai to attend the last rites of former CM of UP, Mulayam Singh Yadav. pic.twitter.com/JV8Xw9Kpi8

    — ANI (@ANI) October 11, 2022 " class="align-text-top noRightClick twitterSection" data=" ">

ଦେଶର ସବୁଠୁ ବଡ ରାଜ୍ୟ ଉତ୍ତର ପ୍ରଦେଶ ଓ 80 ଦଶକରେ ଜାତୀୟ ରାଜନୀତିରେ ମଧ୍ୟ ପ୍ରଭାବ ବିସ୍ତାର କରି ଚର୍ଚ୍ଚାକୁ ଆସିଥିଲେ ମୁଲାୟମ । ଉତ୍ତର ପ୍ରଦେଶରେ ସମାଜବାଦ ରାଜନୀତିର ମୁଳଦୁଆ ପକାଇଥିବା ମୁଲାୟମ ସିଂ ହେଉଛନ୍ତି ଲୋକନାୟକ ଜୟପ୍ରକାଶ ନାରାୟଣ ଓ ବିଶିଷ୍ଟ ସାମାଜବାଦୀ ନେତା ଡକ୍ଟର ରାମମନୋହର ଲୋହିଆଙ୍କ ଅନୁଗାମୀ । ଅଣକଂଗ୍ରେସ ରାଜନୀତି ତଥା ଦେଶରେ ସମାଜବାଦୀ ନେତା ନାମରେ ଖ୍ୟାତି ଅର୍ଜନ କରିଥିବା ମୁଲାୟମ ଏକାଧିକ ଥର ଉଭୟ ସଂସଦ ଓ ରାଜ୍ୟ ବିଧାନସଭାକୁ ନିର୍ବାଚିତ ହୋଇଥିଲା । ଉତ୍ତର ପ୍ରଦେଶର 3 ଥର ମୁଖ୍ୟମନ୍ତ୍ରୀ ହେବା ସହ ଏଚ.ଡି ଦେବେଗୌଡାଙ୍କ ପ୍ରଧାନମନ୍ତ୍ରୀତ୍ବରେ ସେ ଗୁରୁତ୍ବପୂର୍ଣ୍ଣ ପ୍ରତିରକ୍ଷା ମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ ।

ଗତ କିଛି ମାସ ହେବ ବାର୍ଦ୍ଧକ୍ୟଜନିତ ଅସୁସ୍ଥତାର ଶିକାର ଥିଲେ ମୁଲାୟମ । ଗୁରୁଗ୍ରାମର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଜାରି ରହିଥିଲା । ନିକଟରେ ସ୍ବାସ୍ଥ୍ୟାବସ୍ଥା ଅତି ସଙ୍କଟାପନ୍ନ ହୋଇପଡିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ଗତକାଲି ପୂର୍ବାହ୍ନରେ ସେ 82 ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ଆଜି ନିଜ ପୈତୃକ ଗ୍ରାମରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.